• ଆସନ୍ତା ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି
  • SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା
  • ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା
  • ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି
  • ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ, ୫ରୁ ୬ଟି ଟିମ୍ ଗଠନ ହୋଇଛି
  • ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩ଶହ ୭୯ ପଜିଟିଭ୍
  • ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ
  • ଆଇପିଏଲ ଲଢେଇ: ଆଜି ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ
  • ଆଗାମୀ ୫ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା
  • କାଲି ସକାଳ ସୁଦ୍ଧା ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ପୁଣି ଜମିବ OPL ! ଅଣ୍ଟା ଭିଡିଛନ୍ତି ଓସିଏ ସମ୍ପାଦକ

IPL ପରି ଓଡିଶାକୁ ପୁଣି କିମିଆ କରିବ OPL 

ପୁଣି ଜମିବ OPL ! ଅଣ୍ଟା ଭିଡିଛନ୍ତି ଓସିଏ ସମ୍ପାଦକ
ଫାଇଲ ଫଟୋ

ଚିନ୍ମୟ ଜଗନ୍ନାଥ ପାତ୍ର, କଟକ: ଆଇପିଏଲ ଢାଞ୍ଚାରେ ପୁଣିଥରେ ଓଡିଶାରେ ହେବ ଓଡିଶା ପ୍ରିମିୟମ ଲାଗ(ଓପିଏଲ) । ଓଡିଶା କ୍ରିକେଟ ଆସୋସିଏସନ ଏହାର ଆୟୋଜନ ପାଇଁ ଏବେ ଅଣ୍ଟା ଭିଡିଲାଣି । ଓପିଏଲକୁ ଆୟୋଜନ କରିବା ପାଇଁ କିଛି କମ୍ପାନୀ ସହିତ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଆଲୋଚନା ଶେଷ ହୋଇଥିବା କହିଛନ୍ତି ଓସିଏ ସମ୍ପାଦକ । ସେହିପରି ୨୦୧୧ ମସିହା ପରେ ପୁଣିଥରେ ବାରବାଟୀରେ ଓପିଏଲ ଆୟୋଜନ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କ୍ରିକେଟ ସମୀକ୍ଷକ ।

ଆଇପିଏଲ ଶୈଳୀରେ ପୁଣିଥରେ ବାରବାଟୀ ଷ୍ଟାଡିୟମରେ ଜମିବ ଓଡିଶା ପ୍ରିମିୟର ଲିଗ । ଓଡିଶାର ବିଭିନ୍ନ କ୍ରିକେଟ ଖେଳାଳିଙ୍କୁ ଆଗ ଧାଡିକୁ ଆଣିବା ପାଇଁ ଏଭଳି କିଛି ଯୋଜନା କରୁଛି ଓଡିଶା  କ୍ରିକେଟ ଆସୋସିଏସନ । ୨୦୧୧ ମସିହାରେ ଓପିଏଲ ଆୟୋଜନ ହୋଇଥିବା ବେଳେ ବେଶ ସଫଳତା ମିଳିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଓପିଏଲକୁ ନେଇ ବିବାଦ ବଢିବା ପରେ ଏହାକୁ ବନ୍ଦ କରିଦିଆଥିଲା । ତେବେ ଏହି ଓପିଏଲକୁ ପୁଣିଥରେ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡିଲାଣି ଓସିଏ । ଏଥିଲାଗି ପ୍ରଥମ ପର୍ଯ୍ୟାୟରେ କିଛି କମ୍ପାନୀ ସହିତ ଆଲୋଚନା ଶେଷ ହୋଇଥିବା କହିଛନ୍ତି ଓସିଏ ସମ୍ପାଦକ । 

ଓଡିଶାରେ ଅନେକ କ୍ରିକେଟ ପ୍ରତିଭା ରହିଥିଲେ ମଧ୍ୟ ସଠିକ୍‌ ପରିମାଣରେ ସୁଯୋଗର ଅଭାବ ଯୋଗୁଁ ଆଗ ଧାଡିକୁ ଆସିପାରୁ ନାହାଁନ୍ତି । ଏଥିସହିତ ଅନେକ ଟୁର୍ଣ୍ଣାମେଣ୍ଟ କରାଯାଉଥିଲେ ମଧ୍ୟ ଯଥେଷ୍ଟ ନୁହେଁ । ତେବେ ଓପିଏଲ ଏକ ମାଧ୍ୟମ ଯେଉଁଠି ପ୍ରତିଟି ଖେଳାଳିଙ୍କୁ ସୁଯୋଗ ମିଳିପାରିବ । ଯାହା ଫଳରେ ଏହା ଅନେକ କିଛି ନୂଆ ପ୍ରତିଭାଙ୍କୁ ଆଗକୁ ଆସିବାରେ ସହାୟକ ହେବ । ତେଣୁ ଯେ କୌଣସି କାରଣରୁ ଓପିଏଲ ବନ୍ଦ ହୋଇଥିଲେ ମଧ୍ୟ ପୁଣିଥରେ ଓସିଏ ଏହାକୁ ଆୟୋଜନ କରୁଥିବାରୁ ସ୍ୱାଗତ କରିଛନ୍ତି କ୍ରିକେଟ ସମୀକ୍ଷକ ।

ବିବାଦରୁ ଦୂରେଇ ସ୍ୱଚ୍ଛତା ମଧ୍ୟରେ ଓପିଏଲ ଆୟୋଜନ କରିବା ପାଇଁ ସମ୍ପୁର୍ଣ୍ଣ ଭାବେ ଓସିଏ ପ୍ରସ୍ତୁତ ବୋଲି କହିଛନ୍ତି ସମ୍ପାଦକ ସଞ୍ଜୟ ବେହେରା ।

ଆହୁରି ପଢନ୍ତୁ; ଓସିଏରେ ପୁଣି ବୟସ ଜାଲିଆତି, ୨ ଖେଳାଳିଙ୍କୁ ଧରିଲା ବିସିସିଆଇc