ଆସନ୍ତା ୫ରୁ ମିଳିବ ବାରବାଟୀ ଟିକେଟ
Advertisement
Article Detail0/zeeodisha/odisha597434

ଆସନ୍ତା ୫ରୁ ମିଳିବ ବାରବାଟୀ ଟିକେଟ

ମ୍ୟାଚ ପାଇଁ ପାଖାପାଖି ୪୦ ହଜାର ଟିକେଟ୍ ବିକ୍ରି ହେବା ସମ୍ଭାବନା

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ବାରବାଟୀ ଦିନିକିଆ ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଦିନିକିଆ ପାଇଁ ଆସନ୍ତା ୫ ତାରିଖରୁ ଆରମ୍ଭ ହେବ ଅନଲାଇନ ଟିକେଟ୍ ବିକ୍ରି । ମ୍ୟାଚ ପାଇଁ ପାଖାପାଖି ୪୦ ହଜାର ଟିକେଟ୍ ବିକ୍ରି ହେବା ସମ୍ଭାବନା ଅଛି । ଅନଲାଇନରେ ୯ ହଜାର ଟିକେଟ୍ ବିକ୍ରି କରିବା ପାଇଁ ଧାର୍ଯ୍ୟ କରାଯାଇଛି । 

ପ୍ରତ୍ୟେକ ମ୍ୟାଚ୍ ଟିକେଟରେ ୧୮% ଜିଏସଟି ଲାଗିବ । ଅନଲାଇନରେ ଟିକେଟ ବିକ୍ରି ଡିସେମ୍ୱର ୫ ତାରିଖରୁ ଆରମ୍ଭ ହୋଉଥିବାବେଳେ ଡିସେମ୍ୱର ୧୯ ତାରିଖରୁ ମିଳିବ ଅଫଲାଇନ ଟିକେଟ୍ । ଭିଡ଼ ଏଡ଼ାଇବା ପାଇଁ ଅଧିକ କାଉଣ୍ଟର ଖୋଲିବ ବୋଲି ସୂଚନା ଦିଆଯାଇଛି । ହକି ପରି ଏବେ କ୍ରିକେଟକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଟିକେଟ ବିକ୍ରି ସମୟରେ ଟିକେଟ୍ ଜାଲିଆତି ନ ହେବା ପାଇଁ ଡିସିପିଙ୍କ ଦସ୍ତଖତ ରହିବ । ବାରବାଟୀରେ ପାଣି, ଟଏଲେଟ, ଡଷ୍ଟବିନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏପରିକି ଖାଦ୍ୟ ଦର ଉପରେ ମଧ୍ୟ ଦର ନିୟନ୍ତ୍ରଣ ରହିବ । 

ଆଉ ଏ ନେଇ ସୁରକ୍ଷା ଦାୟିତ୍ୱରେ ରହିବେ ଭୁବନେଶ୍ୱର ଡିସିପି ଏବଂ ଷ୍ଟାଡିୟମ ଶୃଙ୍ଖଳା ଦାୟିତ୍ୱରେ ରହିବେ କଟକ ଡିସିପି ଏଥି ସହିତ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଛି ।