Mercury in Aries : ମେଷ ରାଶିକୁ ଚଳନ କଲେ ବୁଧ, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ୧୭ ଦିନ ପର୍ଯ୍ୟନ୍ତ ବର୍ଷିବ ଯଶ ଆଉ ଧନ
Advertisement
Article Detail0/zeeodisha/odisha2246343

Mercury in Aries : ମେଷ ରାଶିକୁ ଚଳନ କଲେ ବୁଧ, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ୧୭ ଦିନ ପର୍ଯ୍ୟନ୍ତ ବର୍ଷିବ ଯଶ ଆଉ ଧନ

ନିକଟରେ ମଙ୍ଗଳ ରାଶିରେ ପ୍ରବେଶ କରିଛନ୍ତି ଗ୍ରହମାନଙ୍କର ରାଜା ବୁଧ। ମେ ୧୦ ଠାରୁ ମେଷ ରାଶିରେ ଅଛନ୍ତି ବୁଧ। ବୁଧ ଚଳନ ପରେ ୧୨ଟି ଯାକ ରାଶି ପ୍ରଭାବିତ ହେବାକୁ ଯାଉଛି। ଏହି ସମୟରେ ବୁଧ ୩୦ ମଇ ପର୍ଯ୍ୟନ୍ତ ମେଷ ରାଶିରେ ରହିବେ। ବୁଧର ରାଶି ଚିହ୍ନରେ ପରିବର୍ତ୍ତନ ହେତୁ କିଛି ରାଶିର ଚିହ୍ନ ପାଇଁ ଭଲ ଦିନ ଆରମ୍ଭ ହେବ ଏବଂ କିଛି ରାଶି ଚିହ୍ନ

Mercury in Aries : ମେଷ ରାଶିକୁ ଚଳନ କଲେ ବୁଧ, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ୧୭ ଦିନ ପର୍ଯ୍ୟନ୍ତ ବର୍ଷିବ ଯଶ ଆଉ ଧନ

Mercury in Aries : ନିକଟରେ ମଙ୍ଗଳ ରାଶିରେ ପ୍ରବେଶ କରିଛନ୍ତି ଗ୍ରହମାନଙ୍କର ରାଜା ବୁଧ। ମେ ୧୦ ଠାରୁ ମେଷ ରାଶିରେ ଅଛନ୍ତି ବୁଧ। ବୁଧ ଚଳନ ପରେ ୧୨ଟି ଯାକ ରାଶି ପ୍ରଭାବିତ ହେବାକୁ ଯାଉଛି। ଏହି ସମୟରେ ବୁଧ ୩୦ ମଇ ପର୍ଯ୍ୟନ୍ତ ମେଷ ରାଶିରେ ରହିବେ। ବୁଧର ରାଶି ଚିହ୍ନରେ ପରିବର୍ତ୍ତନ ହେତୁ କିଛି ରାଶିର ଚିହ୍ନ ପାଇଁ ଭଲ ଦିନ ଆରମ୍ଭ ହେବ ଏବଂ କିଛି ରାଶି ଚିହ୍ନ ପାଇଁ ଅସୁବିଧା ମଧ୍ୟ ବଢିପାରେ।

କର୍କଟ ରାଶି
ବୁଧଙ୍କ ରାଶି ପରିବର୍ତ୍ତନ ଫଳରେ କର୍କଟ ରାଶିର ବ୍ୟକ୍ତି ବିଶେଷ ବେଶ ଲାଭରେ ରହିବେ। ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ ଲାଭ ମିଳିବ। ବ୍ୟବସାୟରେ ଉନ୍ନତି ଆସିବ। ବ୍ୟବସାୟୀଙ୍କୁ ବଡ଼ ନିବେଶ ମିଳିପାରେ। ପ୍ରେମୀଯୁଗଳଙ୍କ ପାଇଁ ସମୟ ସେତେଟା ଭଳ ରହିବ ନାହିଁ। ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ଆପଣେବାକୁ ହେବ। ଛାତ୍ରଛାତ୍ରୀମାନଙ୍କୁ ଶୁଭ ଖବର ମିଳିବ। 

ଧନୁ ରାଶି
ମେଷ ରାଶିକୁ ବୁଧ ଚଳନ କରିବା ପରେ ଧନୁ ରାଶିର ବ୍ୟକ୍ତି ବିଶେଷ ବେଶ ଲାଭରେ ରହିବେ। ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ।ସ୍ୱାସ୍ଥ୍ୟ କ୍ଷେତ୍ରରେ ମିଶ୍ରିତ ଫଳାଫଳ ଦେଖିବାକୁ ମିଳିବ। ଏଥିପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଧ୍ୟାନ ଦିଅନ୍ତୁ। ଛାତ୍ରାଛାତ୍ରୀଙ୍କୁ ମଧ୍ୟ ଶୁଭ ଖବର ମିଳିପାରେ। ସେହିପରି ପରିବାରର ସଦସ୍ୟ ସହିତ ବୁଲିବାକୁ ଯାଇପାରନ୍ତି। ଆର୍ଥିକ ସ୍ଥିତିରେ ବେଶ ଉନ୍ନତି ଆସିବ। 

ମକର ରାଶି
ବୁଧଙ୍କ ଚଳନ ଫଳରେ ସର୍ବାଧିକ ଲାଭରେ ରହିବେ ମକର ରାଶିର ବ୍ୟକ୍ତି ବିଶେଷ। ମକର ରାଶିର ଲୋକମାନଙ୍କୁ ଅନେକ କ୍ଷେତ୍ରରେ ଶୁଭ ଖବର ମିଳିବ। ଅନେକ କାର୍ଯ୍ୟରେ ସଫଳତା ହାସଲ କରିବେ ଏହି ରାଶିର ବ୍ୟକ୍ତି ବିଶେଷ। ମାନ ସମ୍ମାନ, ମର୍ଯ୍ୟାଦାରେ ଉନ୍ନତି ଆସିବ। ଅର୍ଥ ନେଣଦେଣ କ୍ଷେତ୍ରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ନିବେଶକ କ୍ଷେତ୍ରରେ ଆପଣଙ୍କୁ ଏକାଧିକ ବିକଳ୍ପ ଆପଣଙ୍କୁ ମିଳିପାରେ। 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।