ବିବାହ ଭୋଜି ଖାଇ ୨୫ ହସ୍ପିଟାଲରେ ଭର୍ତ୍ତି
Advertisement
Article Detail0/zeeodisha/odisha1161951

ବିବାହ ଭୋଜି ଖାଇ ୨୫ ହସ୍ପିଟାଲରେ ଭର୍ତ୍ତି

ସେମାନେ ବିଶେଷ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ବିଳମ୍ବିତ ରାତ୍ରିରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସମସ୍ତେ ସୁସ୍ଥ ରହିଥିବାର ହସ୍ପିଟାଲ ତରଫରୁ ସୂଚନା ମିଳିଛି । ଫୁଡ଼ ପୋଇଜନିଂ ବୋଲି ହସ୍ପିଟାଲ ତରଫରୁ ସୂଚନା ମିଲିଛି। ।

ବିବାହ ଭୋଜି ଖାଇ ୨୫ ହସ୍ପିଟାଲରେ ଭର୍ତ୍ତି

ସମ୍ୱଲପୁର: Sambalpur: ବିବାହ ଭୋଜି ଖାଇ ୨୫ ଜଣ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଏମାନଙ୍କ ମଧ୍ୟରେ ୬ ଜଣ ଛୋଟ ଶିଶୁ ରହିଛନ୍ତି । ଜିଲ୍ଲାର ଗୋଶାଳା ଅଞ୍ଚଳକୁ ଝିଅ ଛାଡ଼ିବା ପାଇଁ ଆସିଥିବା ବେଳେ ଦେଖିବାକୁ ମିଳିଥିଲା ଏଭଳି ଅଘଟଣ । ଗତକାଲି ବୌଦ୍ଧର ବଘିଆପଡାରୁ କନ୍ୟାପକ୍ଷ ଲୋକ ଝିଅ ଛାଡ଼ିବାକୁ ଗୋଶାଳା ଆସିଥିଲେ । ଗତକାଲି ରାତିରେ ସେମାନେ ଭୋଜି ଖାଇବା ପରେ ୨୫ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନେ ବସରେ ସମ୍ବଲପୁର ଦେଇ ବୌଦ୍ଧକୁ ଫେରୁଥିବା ବେଳେ କିଛି ଜଣଙ୍କର ବାନ୍ତି ହୋଇଥିଲା । 

ଏହା ବି ପଢ଼ନ୍ତୁ:-ବରକୁ ଉଠାଇ ନେଲା ପୋଲିସ, ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ରାଜଧାନୀରେ ଚାଞ୍ଚଲ୍ୟ, ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଏହା ବି ପଢ଼ନ୍ତୁ:-ଗୁଜୁରାଟର କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଆସାମ ପୋଲିସ, ଜାଣନ୍ତୁ କ'ଣ ରହିଛି କାରଣ