ନୂଆ ପଦ୍ଧତି ଆପଣେଇ " କିଡନୀ "ଭଳି ରୋଗକୁ ଭଲ କଲେ ବୌଦ୍ଧ ଜିଲ୍ଲାର ୫୮ ବର୍ଷୀୟ ବ୍ୟକ୍ତି
Advertisement

ନୂଆ ପଦ୍ଧତି ଆପଣେଇ " କିଡନୀ "ଭଳି ରୋଗକୁ ଭଲ କଲେ ବୌଦ୍ଧ ଜିଲ୍ଲାର ୫୮ ବର୍ଷୀୟ ବ୍ୟକ୍ତି

ଆଜିର ଦିନରେ କିଡନି ରୋଗ ଏକ ବଡ ସମସ୍ୟା।ଏଥିରୁ ମୁକ୍ତି ପାଇବା ପାଇଁ,ବୋଦ୍ଧ ଜିଲ୍ଲାର ୫୮ ବର୍ଷୀୟ ରୋଗୀ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲିଟି ଯାଇଛନ୍ତି।ଆମେ ଦେଖୁଛେ, ଦିନକୁ ଦିନ ଆସୁଛି ନୂଆ ନୂଆ ଚିକିତ୍ସା ।ଅନ୍ୟପକ୍ଷରେ ଆପଣ ବଡ଼ ବଡ଼ ମେଡ଼ିକାଲ କୁ ଯାଇ ଡାକ୍ତରଙ୍କ ଚିକିତ୍ସା ଦେଖିଥିବେ। ହେଲେ ଦେଖି ନ ଥିବେ ଏମିତି ଚିକିତ୍ସା, ଯେଉଁଥିରେ ଚିକିତ୍ସା ପାଇଁ  ଯିବାକୁ ପଡିବନି ଡାକ୍ତରଖାନା, କି ଦେବାକୁ ପଡିନି  ଡାକ୍ତର ଙ୍କ ପାଖରେ ଲମ୍ବା ଲାଇନ। ନିଜନିଜ ଘର ର ବେଡ଼ ରେ ନୁହଁ ବରଂ ଗାଧୁଆ ଘର ହେଉ ଅବା ଗାଧୁଆ ଟପ ରେ ହୋଇପାରିବେ ଚିକିତ୍ସା।

ନୂଆ ପଦ୍ଧତି ଆପଣେଇ " କିଡନୀ "ଭଳି ରୋଗକୁ ଭଲ କଲେ ବୌଦ୍ଧ ଜିଲ୍ଲାର ୫୮ ବର୍ଷୀୟ ବ୍ୟକ୍ତି

( ହିମାଂଶୁ ଶେଖର୍ ସାହୁ)
ବୌଦ୍ଧ:-ବିଜ୍ଞାନ ସହିତ ତାଳ ଦେଇ ବଦଳୁଛି ଚିକିତ୍ସା ପଦ୍ଧତି। ଦିନକୁ ଦିନ ଆସୁଛି ନୂଆ ନୂଆ ଚିକିତ୍ସା । ଆପଣ ବଡ଼ ବଡ଼ ମେଡ଼ିକାଲ କୁ ଯାଇ ଡାକ୍ତରଙ୍କ ଚିକିତ୍ସା ଦେଖିଥିବେ। ହେଲେ ଦେଖି ନ ଥିବେ ଏମିତି ଚିକିତ୍ସା। ଯେଉଁ ଚିକିତ୍ସାରେ ଯିବାକୁ ପଡିବନି ଡାକ୍ତରଖାନା, କି ଡାକ୍ତର ଙ୍କ ପାଖରେ ଲମ୍ବା ଲାଇନ ରେ ଛିଡା ହେବାକୁ ପଡିବନି । ନିଜନିଜ ଘର ର ବେଡ଼ ରେ ନୁହଁ ବରଂ ଗାଧୁଆ ଘର ହେଉ ଅବା ଗାଧୁଆ ଟପ ରେ ହୋଇପାରିବେ ଚିକିତ୍ସା। ଏହି ଚିକିତ୍ସା ହେଲା ଜଳ ଚିକିତ୍ସା। ପାଣିରେ ହେବ ଚିକିତ୍ସା, ତାହା ପୁଣି ବିନା ଡ଼ାକ୍ତରରେ ଆଉ କିଡ଼ିନି ଭଳି ରୋଗର ଚିକିତ୍ସା ହୋଇ ପାରିବେ। ଏବେ ବୌଦ୍ଧ ଜିଲାର କିଡ଼ିନି ରୋଗୀଙ୍କ ପାଇଁ ସଂଜୀବନି ସାଜିଛି ଜଳ ଚିକିତ୍ସା।

ବୌଦ୍ଧ ଜିଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କିଡ଼ିନି ରୋଗୀ। ଜିଲାର ହରଭଙ୍ଗା,ବୌଦ୍ଧ ଏବଂ କଣ୍ଟାମାଳ ବ୍ଲକ ରେ ୫୦୦ ରୁ ଉର୍ଦ୍ଧ କିଡ୍ନୀ ରୋଗୀ ଚିକିତ୍ସିତ ହେଉଥିବାବେଳେ କିଡ୍ନୀ ରୋଗର ଶିକାର ହୋଇ ଜିଲାରୁ ୨୫୦ ରୁ ଉର୍ଦ୍ଧ ରୋଗୀଙ୍କ ଜୀବନ ଗଲାଣି। ଏପରି ସ୍ଥଳରେ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ କିଡ୍ନୀ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ କୌଣସି ଆବଶ୍ୟକୀୟ ଭିତ୍ତିଭୂମି ନ ଥିବା କାରଣରୁ ବର୍ତ୍ତମାନ ଚିକିତ୍ସିତ ହେଉଥିବା କିଡ୍ନୀ ରୋଗୀ ମାନେ କଟକ,ସମ୍ବଲପୁର,ବ୍ରହ୍ମପୁର ଭଳି ଜିଲା ବାହାରକୁ ଯାଇ ଚିକିତ୍ସିତ ହେବା ସହିତ ଅଧିକ ଖର୍ଚ୍ଚର ଶିକାର ହେଉଛନ୍ତି। ଆଉ ଯାହା ପାଖରେ ସମ୍ବଳ ନାହିଁ ଘର ଅଗଣାରେ ପଡି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।

ଅନ୍ୟପଟେ କିଡ୍ନୀ ରୋଗର ଉପଶମ ପାଇଁ ଦେଶ ତଥା ଦେଶ ବାହାରର ଖ୍ୟାତନାମା ଡାକ୍ତରଙ୍କ ପରାମର୍ଶକ୍ରମେ ବୌଦ୍ଧ ଜିଲ୍ଲାର କିଡ୍ନୀ ରୋଗୀଙ୍କ ପାଖରେ କିଡ୍ନୀ ପ୍ରପୀଡ଼ିତ ସଂଗ୍ରାମ ସମିତି ପକ୍ଷରୁ ଆରମ୍ଭ କରାଯାଇଛି ଜଳ ଚିକିତ୍ସା। ହରଭଙ୍ଗା ବ୍ଲକ ବୁକେସିଙ୍ଗା ଗ୍ରାମର ୫୮ ବର୍ଷୀୟ ଘନ ବେହେରା ଆଜକୁ ୭ ବର୍ଷ ହେବ କିଡ୍ନୀ ରୋଗରେ ପୀଡିତ । ଚିକିତ୍ସା ପାଇଁ ବାର ଦୁଆର ହୋଇଛନ୍ତି । ହେଲେ ନିଜର ଜମି ଜମା ବିକି, ସବୁ ଟଙ୍କା ପଇସା ସାରିବା ପରେ ଏବେ ଘରେ ପଡି ରହିଥିଲେ, ଏପରିକି ଦେହ ହାତଗୋଡ଼ ଫୁଲି ନିବାରୁ ଚାଲବୁଲ କରି ହେଉନଥିବା ସେ କହିଥିଲେ । ଯୁବ ଇଞ୍ଜିନିୟର ବିକାଶ ମହାକୁଡ଼ ଙ୍କ ସହାୟତା ରେ ଜଳ ଚିକିତ୍ସା ଆରମ୍ଭ କରିଥିଲେ। ପ୍ରାୟ ଅଢେଇ ଘଣ୍ଟା ଧରି ଜଳ ରେ ଚିକିତ୍ସିତ ହେବା ପରେ ସେ ରୋଗରୁ ଉପଶମ ହୋଇଥିବା କହିଛନ୍ତି । ସେହି ତାଙ୍କର ଭାଇ ମଧ୍ଯ ଜଳ ଚିକିତ୍ସିତ ହୋଇଥିଲେ ।

ଜଣାପଡିଛି ଯେ , କିଡନି ଶରୀରର ସଠିକ ଭାବେ କାମ ନ କରିବାରୁ ରୋଗୀଙ୍କ ଶରୀରରେ ୟୁରିଆ, କ୍ରିଏଟିମାଈନ ବଢି ଯାଇଥାଏ। ଫଳରେ ରୋଗୀ ମାନେ ଡାଇଲେସିସ ହେବା ପାଇଁ ଡାକ୍ତର ଖାନାକୁ ଯାଇଥାନ୍ତି । ହେଲେ ନୂତନ ଜଳ ଚିକିତ୍ସାରେ ଘନ ବେହେରା ପାଣି କୁଣ୍ଡରେ ଚିକିତ୍ସିତ ହୋଇ ସୁସ୍ଥ ହେବା ସହିତ ଉପଶମ ଅନୁଭଵ କରିଥିବା କହିଛନ୍ତି। ପ୍ରଥମେ ଗାଧୁଆ ଘରେ ଥିବା ଏକ କୁଣ୍ଡରେ ଗରମ ପାଣି ଭର୍ତ୍ତି କଲେ । ପାଣିର ତାପମାତ୍ରା ମାପିବା ପାଇଁ ଅର୍ଥାତ ୪୦ ଡିଗ୍ରୀ ତାପମାତ୍ରା ର ଗରମ ପାଣିରେ ଦୁଇଘଣ୍ଟା ରହିଲେ ପାଣିରେ ଥିବା ହାଇଡୋରଷ୍ଟାଟିକ ଏବଂ ଏଟମୋସ୍ପିଓରିକ କାରଣରୁ ଦେହଫୁ ପ୍ରଚାର ମାତ୍ରାରେ ଶରୀରରୁ ଝାଳ ବାହାରିବା ଫଳରେ ରୋଗୀ ଉପଶମ ପାଇଥାଏ ବୋଲି କହିଛନ୍ତି ଘନ ବେହେରା । ଘନ ସମେତ ବୁକେସିଙ୍ଗା ଗ୍ରାମର ବହୁ ରୋଗୀ ଏବେ ଜଳ ଚିକିତ୍ସା ପଦ୍ଧତି କୁ ଅବଲମ୍ବନ କରି ବହୁତ ରୋଗୀ ଘରେଘରେ ଜଳ ଚିକିତ୍ସା ଆରମ୍ଭ କରି କିଡ୍ନୀ ଭଳି ରୋଗରୁ ଉପଶମ ହୋଇ ପାରିଛନ୍ତି । ଯାହାକି ସମସ୍ତ ରୋଗୀ ଏହି ଚିକିତ୍ସା ପଦ୍ଧତି କୁ ଅବଲମ୍ବନ କରିବା ଉଚିତ ,ଯେଉଁଥିରେ କିଡନୀ ରୋଗର ଚିକିତ୍ସା ହୋଇପାରିବ ବୋଲି କୁହାଯାଉଛି |