Bank Fined : ବିଦ୍ୟୁତ ବିଭାଗକୁ ଲୁଟି ତଣ୍ଡ ଗଣିଲା ବ୍ୟାଙ୍କ
Advertisement
Article Detail0/zeeodisha/odisha1351020

Bank Fined : ବିଦ୍ୟୁତ ବିଭାଗକୁ ଲୁଟି ତଣ୍ଡ ଗଣିଲା ବ୍ୟାଙ୍କ

ଜାହାଡା ବସଷ୍ଟାଣ୍ଡରୁ ଏହା ଗତ ବର୍ଷ ୨୦୨୧ ନଭେମ୍ବର ମାସରେ ପଞ୍ଚାୟତ ଅଧିନସ୍ଥ ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିଲା ବ୍ୟାଙ୍କ। ଏ ସମ୍ପର୍କରେ ଶାଖା ପରିଚାଳକ ଓ ପଞ୍ଚାୟତ କାଯ୍ୟ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଚୁକ୍ତିନାମା ପତ୍ର ସ୍ୱାକ୍ଷର ହୋଇଥିଲା। 

Bank Fined : ବିଦ୍ୟୁତ ବିଭାଗକୁ ଲୁଟି ତଣ୍ଡ ଗଣିଲା ବ୍ୟାଙ୍କ

Bank Fined : ଭଞ୍ଜନଗର (ମନୋଜ ଗୌଡ଼): ଧରାକୋଟ ବ୍ଲକର ଜାହାଡ଼ା ସ୍ଥିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ୍ 7 ଦିନ ହେଲା ଅନ୍ଧାରରେ। ଚୋରା ବିଦ୍ୟୁତ ଦ୍ୱାରା ହୁକ୍ ସଂଯୋଗ କରି ଚାଲିଥିଲା ବ୍ୟାଙ୍କ। ବିଦ୍ୟୁତ ବିଭାଗର ଭିଜିଲାନ୍ସ ଟିମ ଚଢ଼ାଉ କରି ଦଣ୍ଡ ସ୍ୱରୂପ ପକାଇଛି 154570 ଟଙ୍କାର ଦଣ୍ଡ ରାଶି। ଏହି ଘଟଣା ଜଣା ପଡିବା ପରେ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଥ୍ରୀ ଫେଜ ଲାଇନ ସଂଯୋଗ ବ୍ୟାଙ୍କରେ ଚୋରାରେ ଚାଲିଥିଲା କେମିତି ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ ଜାହାଡା ବସଷ୍ଟାଣ୍ଡରୁ ଏହା ଗତ ବର୍ଷ ୨୦୨୧ ନଭେମ୍ବର ମାସରେ ପଞ୍ଚାୟତ ଅଧିନସ୍ଥ ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିଲା ବ୍ୟାଙ୍କ। ଏ ସମ୍ପର୍କରେ ଶାଖା ପରିଚାଳକ ଓ ପଞ୍ଚାୟତ କାଯ୍ୟ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଚୁକ୍ତିନାମା ପତ୍ର ସ୍ୱାକ୍ଷର ହୋଇଥିଲା। ୧/୮/୨୦୨୧ ରୁ ୩୧/୭/୨୦୪୧ ମସିହା ପର୍ଯ୍ୟନ୍ତ ବ୍ୟାଙ୍କ୍ ଏଠାରେ ରହିବା ନେଇ ମାସିକ ପାଞ୍ଚ ହଜାର ଟଙ୍କା ଭଡ଼ା ଦେବାକୁ ପଞ୍ଚାୟତ ସହ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲା ବ୍ୟାଙ୍କ। ଗତ ଏପ୍ରିଲ ମାସରେ ତ୍ରୈ ଫେଜ ବିଦ୍ୟୁତର ସ୍ଥାୟୀ ସଂଯୋଗ ପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଧରାକୋଟ ବିଦ୍ୟୁତ୍ ସେକ୍ସନ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ପରେ ବିଦ୍ୟୁତ ବିଭାଗ ତରଫରୁ ନିର୍ଦ୍ଦିଷ୍ଟ କାଗଜ ପତ୍ର ପ୍ରଦାନ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦୁଇ ଦୁଇ ଥର ନୋଟିସ କରାଯାଇଥିଲା। ହେଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିଲେ। 

ଫଳରେ ବ୍ୟାଙ୍କ ପକ୍ଷରୁ ତ୍ରି ଫେସ ବିଦ୍ୟୁତ ସଂଯୋଗ ପାଇଁ ଯେଉଁ ଆବେଦନ କରାଯାଇଥିଲା ତାହାକୁ ବିଦ୍ୟୁତ ବିଭାଗ ପକ୍ଷରୁ ନାକଚ କରାଯାଇଥିଲା। ଏପଟେ ବ୍ୟାଙ୍କରେ ଚୋରାରେ ବିଦ୍ୟୁତ ସଂଯୋଗ ହୋଇଥିବା ଖବର ପାଇ ବିଦ୍ୟୁତ ବିଭାଗର ଭିଜିଲାନ୍ସ ଟିମ ଚଳିତ ମାସ ପାଞ୍ଚ ତାରିଖ ଦିନ ବ୍ୟାଙ୍କ୍ ଉପରେ ଚଢ଼ାଉ କରି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଛି। ତେଣୁ ଦୀର୍ଘ ୭ ଦିନ ହେଲା ଏବେ ବ୍ୟାଙ୍କ ଜେନେରେଟରରେ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। 

ଏହି ଘଟଣା ପରେ ଗତ ୭/୯/୨୨ ତାରିଖରେ ତ୍ରିଫେସ୍ ଲାଇନ ସଂଯୋଗ ନେବା ପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ ଚୁକ୍ତିନାମା ସ୍ବାକ୍ଷରିତ ସମ୍ପର୍କୀୟ ଫାଇଲ ପଂଚାୟତରେ ନଥିବା ଦର୍ଶାଇଛନ୍ତି ନୂତନ ଭାବେ ଦାୟିତ୍ବ ନେଇଥିବା ପଂଚାୟତ କାଯ୍ୟ ନିର୍ବାହୀ ଅଧିକାରୀ ଓ ପଂଚାୟତ ସରପଞ୍ଚ।ହେଲେ ପ୍ରାୟ ୫୦ଟି ଗାଁର ୫୦ ହଜାରୁ ଅଧିକ ଖାତା ଧାରୀ ନିର୍ଭର କରୁଥିବା ଏହି ବ୍ୟାଙ୍କକୁ ସବୁ ସମସ୍ୟା ଦୂର କରି ଯଥା ଶୀଘ୍ର ବିଦ୍ୟୁତ ସଂଯୋଗ କରିବା ପାଇଁ ସରପଞ୍ଚ ଓ ଅଞ୍ଚଳ ବାସି ଦାବି କରିଛନ୍ତି।

ଅଧିକ ପଢନ୍ତୁ: ବିଧାୟକଙ୍କୁ ସୁପାରୀ କିଲର ଙ୍କ ହତ୍ୟା ଧମକ

ଅଧିକ ପଢନ୍ତୁ: Judo Player Laxmi Burmun: ସାହାରା ଖୋଜୁଛି ଲକ୍ଷ୍ନୀ, ଅନାଟନର ଚାଦର ତଳେ ଉଙ୍କି ମାରୁଛି ପ୍ରତିଭା