Odisha Politics: ବିଧାୟକଙ୍କୁ ସୁପାରୀ କିଲର ଙ୍କ ହତ୍ୟା ଧମକ, କାହା ସ୍ଵାର୍ଥରେ ହେଲେ ବାଧକ
Advertisement
Article Detail0/zeeodisha/odisha1350639

Odisha Politics: ବିଧାୟକଙ୍କୁ ସୁପାରୀ କିଲର ଙ୍କ ହତ୍ୟା ଧମକ, କାହା ସ୍ଵାର୍ଥରେ ହେଲେ ବାଧକ

BJD MLA  Nityananda Sahoo: ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ଵର ଜିଲ୍ଲାର ବସ୍ତା ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ହେଉଛନ୍ତି ବିଧାୟକ ନିତ୍ୟାନନ୍ଦ ସାହୁ। ରାଜନୀତିରେ ସେ ସରପଞ୍ଚ, ସମିତି ସଦସ୍ୟ, ବ୍ଲକ ଅଧ୍ୟକ୍ଷ ଏବଂ ପରେ ଲଗାତାର ବସ୍ତା ଆସନରୁ ୨ ଥର ବିଧାୟକ ଭାବରେ ବିଜୟୀ ହୋଇ ବିଜୁ ଜନତା ଦଳର ଜଣେ ସୁଦକ୍ଷ ଯୋଦ୍ଧା ଭାବରେ ପରିଚିତ ହୋଇଛନ୍ତି। 

Odisha Politics: ବିଧାୟକଙ୍କୁ ସୁପାରୀ କିଲର ଙ୍କ ହତ୍ୟା ଧମକ, କାହା ସ୍ଵାର୍ଥରେ ହେଲେ ବାଧକ

Basta MLA Nityananda Sahoo: ସେ ନିର୍ବାଚନରେ ଅପରାଜେୟ। ସରପଞ୍ଚ ହେଉ ଅଥବା ପଞ୍ଚାୟତ ସଦସ୍ୟ ଅଥବା ବିଧାୟକ। ସବୁ ନିର୍ବାଚନରେ ବିଜୟୀ ହୋଇଥିବା ଓଡ଼ିଶାର ସବୁଠୁ ଶାନ୍ତ ନମ୍ର ବିଧାୟକ ଭାବରେ ପରିଚିତ ବାଲେଶ୍ୱର ଜିଲ୍ଲାର ବସ୍ତା ବିଧାନସଭା ଆସନର ବିଧାୟକ ନିତ୍ୟାନନ୍ଦ ସାହୁ। ପରିଣତ ବୟସରେ ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ। ଏଭଳି ଜଣେ ବିଧାୟକଙ୍କୁ ସୁପାରୀ କିଲର ଙ୍କ ପକ୍ଷରୁ ହତ୍ୟା ଧମକ ଦିଆଯିବାକୁ ନେଇ ସବୁଠି ହେଉଛି ଚର୍ଚ୍ଚା। କାହା ସ୍ଵାର୍ଥରେ ବାଧକ ସାଜିଲେ ବିଧାୟକ? କିଏ ରଚିଲା ଷଡଯନ୍ତ୍ର? ରାଜନୈତିକ ଚକ୍ରବ୍ଯୂହ ନା ଟଙ୍କା ପାଇଁ ହତ୍ୟା ଧମକ, ତାହାର ଖୋଲିବ ଗୁମର। 

ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ (Basta MLA Nityananda Sahoo)  ହତ୍ୟା ଧମକ ମିଳିବା ଘଟଣାରେ ଯାଜପୁରରେ (Jajpur) ଦୁଇ ଜଣଙ୍କୁ ଅଟକ ରଖାଯିବା ପରେ ବାଲେଶ୍ଵର ଏସ.ପି (Balsore SP) ଏହି ମାମଲାରେ କରୁଛନ୍ତି ତଦନ୍ତ। ସୂଚନା ଅନୁସାରେ ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ମଙ୍ଗଳବାର ସକାଳ ସାଢ଼େ ଆଠଟା ବେଳେ କେହି ଜଣେ ଦୁର୍ବୃତ୍ତ ଫୋନ ଯୋଗେ ହତ୍ୟା ଧମକ ଦେଇ ଥିଲେ। ସୁପାରୀ କିଲର (Supari Killer) ସମେତ ୩ ଜଣ କାରରେ ଆସି ତାଙ୍କୁ ହତ୍ୟା କରିବେ ବୋଲି ଫୋନ ଯୋଗେ (ଫୋନ ନଂ ୮୦୯୩୮୯୯୦୮୮) ଧମକ ଦେବା ସହ ତାଙ୍କୁ ଟଙ୍କା ଦେବାକୁ କହିଥିଲେ। 

ଏହି ଘଟଣା ବାବଦରେ ବାଲେଶ୍ଵର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ (Balesware SP Sudhanshu Sekhar Mishra) ଅବଗତ କରାଇଥିଲେ ବସ୍ତା ବିଧାୟକ। ଏସପି ତୁରନ୍ତ ଏ ବାବଦରେ ତଦନ୍ତ କରି ଯାଜପୁରରେ ୨ ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖି ଜେରା ଚଳାଇଛନ୍ତି। ହେଲେ ସେମାନେ ଅନୁଗୁଳ (Angul) ଜିଲ୍ଲାର ବଅଁରପାଳ ଅଞ୍ଚଳରୁ ଫୋନରେ ଧମକ ଦେଇଥିବାର ଖବର ମିଳିଛି। ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ଵର ଜିଲ୍ଲାର ବସ୍ତା ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ହେଉଛନ୍ତି ବିଧାୟକ ନିତ୍ୟାନନ୍ଦ ସାହୁ। ରାଜନୀତିରେ ସେ ସରପଞ୍ଚ, ସମିତି ସଦସ୍ୟ, ବ୍ଲକ ଅଧ୍ୟକ୍ଷ ଏବଂ ପରେ ଲଗାତାର ବସ୍ତା ଆସନରୁ ୨ ଥର ବିଧାୟକ ଭାବରେ ବିଜୟୀ ହୋଇ ବିଜୁ ଜନତା ଦଳର ଜଣେ ସୁଦକ୍ଷ ଯୋଦ୍ଧା ଭାବରେ ପରିଚିତ ହୋଇଛନ୍ତି। 

ବିଧାନସଭା ରେ ଜଣେ ମେଲପୀ, ଶାନ୍ତ, ନମ୍ର ବିଧାୟକ ଭାବରେ ପରିଚିତ ସେ। ବୟସ ଅଧିକ ହୋଇଥିଲେ ମଧ୍ୟ ସେ ନିଜେ ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟ ବାବଦରେ ତଦାରଖ କରିଥାନ୍ତି। ତାଙ୍କର ବ୍ୟକ୍ତିଗତ ଜୀବନରେ କେହି ଶତ୍ରୁ ଥିବା କଥା ସେ ଅସ୍ୱୀକାର କରୁଥିବା ବେଳେ ଏପରି ହତ୍ୟା ଧମକକୁ ନେଇ ତାଙ୍କର ଶୁଭେଚ୍ଛୁ ମହଲରେ ବଜ୍ରପାତ ହେବା ଭଳି ପ୍ରତୀୟମାନ ହେଉଥିବା ବେଳେ ରାଜନୈତିକ ମହଲରେ  ଏହାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି। କାହିଁକି ଏବଂ କିଏ କେଉଁ ଉଦେଶ୍ୟରେ ବିଧାୟକଙ୍କୁ ହତ୍ୟା ଧମକ ଦେଲା ତାହା ଗୁମର କେବେ ଫିଟିବ ତାହା ଉପରେ ରହିଛି ଏବେ ସଭିଙ୍କ ନଜର।