ପ୍ରଶାସନିକ ଅବହେଳା, ଭତ୍ତା ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ
Advertisement

ପ୍ରଶାସନିକ ଅବହେଳା, ଭତ୍ତା ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ

ଦିବ୍ୟାଙ୍ଗ ଦୃଷ୍ଟିହୀନ ନାବାଳକ ଭତ୍ତା ପାଇବାରୁ ବଞ୍ଚିତ । ୩ ବର୍ଷ ଧରି ପ୍ରଶାସନ ପାଖକୁ ଧାଇଁ ଧାଇଁ ନୟାନ୍ତ । ହେଲେ ମିଳୁନାହି ଭତ୍ତା। ଦିବ୍ୟାଙ୍ଗ ସାର୍ଟିଫିକେଟ ଥାଇ ମଧ୍ୟ ମିଳୁନାହି ଭତ୍ତା।

ପ୍ରଶାସନିକ ଅବହେଳା, ଭତ୍ତା ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ

ଅଜୟ ନାଥ, ସମ୍ବଲପୁର: ଦିବ୍ୟାଙ୍ଗ ଦୃଷ୍ଟିହୀନ ନାବାଳକ ଭତ୍ତା ପାଇବାରୁ ବଞ୍ଚିତ । ୩ ବର୍ଷ ଧରି ପ୍ରଶାସନ ପାଖକୁ ଧାଇଁ ଧାଇଁ ନୟାନ୍ତ । ହେଲେ ମିଳୁନାହି ଭତ୍ତା। ଦିବ୍ୟାଙ୍ଗ ସାର୍ଟିଫିକେଟ ଥାଇ ମଧ୍ୟ ମିଳୁନାହି ଭତ୍ତା। ଭତ୍ତା ପାଇଁ ତିନି ବର୍ଷ ହେବ ଜିଲ୍ଲାପାଳ ଓ ମହାନଗର ନିଗମ ଅଧିକାରୀ ପାଖକୁ ଧାଇଁ ଧାଇଁ ନୟାନ୍ତ ଦିବ୍ୟାଙ୍ଗ ଦୃଷ୍ଟିହୀନ ନାବାଳକ।  ପ୍ରଶାସନ ପାଖରୁ କେବଳ ପ୍ରତିଶୃତି ଉପରେ ପ୍ରତିଶ୍ରୁତି ମିଳୁଛି ହେଲେ କେବେ ମିଳିବ ଭତ୍ତା ତାହାକୁ ଅପେକ୍ଷା।

ସମ୍ବଲପୁର ମହାନଗର ନିଗମ ୩୬ ନମ୍ବର ଓ୍ୱାର୍ଡର ପୂର୍ଣ୍ଣଚନ୍ଦ୍ର କଲେତଙ୍କ ସାନ ପୁଅ ରାହୁଳ କଲେତ ଜନ୍ମରୁ ଅନ୍ଧ । ରାହୁଲ ଜନ୍ମ ହେବାର ୧୩ ବର୍ଷ ପରେ ଅନେକ ଥର ଆବେଦନ ପରେ ଦିବ୍ୟାଙ୍ଗ ସାର୍ଟିଫିକେଟ ହୋଇଥିଲା । ୨୦୧୭ରେ  ସାର୍ଟିଫିକେଟ ହୋଇଥିବା ବେଳେ ୨୦୨୦ ପର୍ଯ୍ୟନ୍ତ ୩ ବର୍ଷ ଧରି ରାହୁଲ ନିଜ ପରିବାର ସହ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ଅଧିକାରୀ ପାଖକୁ ଭତ୍ତା ପାଇ ପହଞ୍ଚିଥିଲେ । ହେଲେ ତିନି ବର୍ଷ ଧରି ଦିବ୍ୟାଙ୍ଗ ନାବାଳକ ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଭତ୍ତା ମିଳି ପାରିନାହି । 

ସେପଟେ ରାହୁଲଙ୍କ  ବଡ ଭାଇ ମଧ୍ୟ ଦିବ୍ୟାଙ୍ଗ । ହେଲେ ତାଙ୍କର ଭତ୍ତା ପାଇ ଅନେକ ଥର ଆବେଦନ କଲା ପରେ ଭତ୍ତା ବହୁ କଷ୍ଟରେ ମିଳିଛି । ଦିବ୍ୟାଙ୍ଗ ରାହୁଲ ସ୍ଥାନୀୟ ଏକ ସ୍କୁଲରେ ପାଠ ପାଢୁଥୁବା ବେଳେ ଗତ କିଛି ମାସ ହେବ ଶିକ୍ଷକ ନ ଆସିବାରୁ ପାଠ ପଢା ବନ୍ଦ ହୋଇ ଯାଇଛି । ରାହୁଲ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। 

ରାହୁଲଙ୍କ ପାଇଁ ମାଁ, ବାପା ହିଁ ଏବେ ସାହାରା ହୋଇଛନ୍ତି । ରାହୁଲଙ୍କ ମା' ମଧ୍ୟ ଦିବ୍ୟଙ୍ଗ। ତାଙ୍କର ଗୋଟିଏ ଗୋଡ଼ରେ ଅସୁବିଧା ରହିଛି। ଚଲାବୁଲା କରିବାରେ ସେ ଅସୁବିଧାର ସମ୍ମୁଖିନ ହୁଅନ୍ତି । ଏପଟେ ପରିବାର ମଧ୍ୟ ବହୁ ଅଭାବ ଅନଟନରେ ଚଲୁଛନ୍ତି । ରାହୁଲଙ୍କ ମା' ପରଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । 

ସେପଟେ ଦୀର୍ଘ ବର୍ଷ ଧରି ରାହୁଲ ନିଜ ପରିବାର ସହ ଜିଲ୍ଲା ପ୍ରଶାସନ ପାଖକୁ ଦଉଡି ଦଉଡି ନୟାନ୍ତ ହେଲେଣି  । ହେଲେ ପ୍ରତ୍ୟେକ ଥର କେବଳ ପ୍ରତିଶୃତି ପାଇ ଘରକୁ ଫେରୁଥିବା ବେଳେ ନିରାଶ ହେଉଛନ୍ତି ପରିବାର ଲୋକେ। ହେଲେ ଜିଲ୍ଲା ପ୍ରଶାସନ ର ଏଭଳି ନୀତି କୁ ସମାଲୋଚନା କରିଛନ୍ତି ଅଞ୍ଚଳବାସୀ।

ତେଵେ ଦିବ୍ୟାଙ୍ଗ ନାବାଳକ  ନିଜେ ଭତ୍ତା ପାଇଲେ କିଛି ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରିବେ।ନ ହେଲେ ତାଙ୍କୁ କିଛି ସ୍ୱାବଲମ୍ବୀ ହେବା ପାଇଁ ସରକାରୀ ସହଯୋଗ ମିଳୁ  ବୋଲି ସାଧାରଣରେ ଦାବି ହେଉଛି ।