ବାରଣ ସତ୍ତ୍ୱେ ଆନ୍ଧ୍ରର ଦାଦାଗିରି, ଓଡ଼ିଶାରେ ୩ ଜାଗାରେ ନିର୍ବାଚନ ଜାରି
Advertisement
Article Detail0/zeeodisha/odisha847522

ବାରଣ ସତ୍ତ୍ୱେ ଆନ୍ଧ୍ରର ଦାଦାଗିରି, ଓଡ଼ିଶାରେ ୩ ଜାଗାରେ ନିର୍ବାଚନ ଜାରି

ବିଭିନ୍ନ ଗ୍ରାମର ନାମକୁ ପରିବର୍ତ୍ତନ କରି ଆନ୍ଧ୍ର ଏଠାରେ ନିର୍ବାଚନ କରୁଥିବା ଓଡ଼ିଶା ପକ୍ଷରୁ ଅଭିଯୋଗ ହୋଇଛି । 

ବାରଣ ସତ୍ତ୍ୱେ ଆନ୍ଧ୍ରର ଦାଦାଗିରି, ଓଡ଼ିଶାରେ ୩ ଜାଗାରେ ନିର୍ବାଚନ ଜାରି

କୋରାପୁଟ: ସୁପ୍ରିମକୋର୍ଟଙ୍କ ବାରଣ ସତ୍ତ୍ୱେ ଆନ୍ଧ୍ର ତାର ଦାଦାଗିରି ଦେଖାଇବାରେ ଲାଗିଛି । ବାରଣ ସତ୍ତ୍ୱେ ଆଜି ଓଡ଼ିଶାର ୩ଟି ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନ ଆୟୋଜନ କରୁଛି । କୋରାପୁଟର କୋଟିଆ, ଗଜପତିର ପଟୁସିନେରି ଓ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ନିର୍ବାଚନ କରୁଛି ଆନ୍ଧ୍ରପ୍ରଦେଶ । ପାଖାପାଖି ୧୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଏହି ନିର୍ବାଚନ ଆୟୋଜନ କରୁଛି ଆନ୍ଧ୍ର ପ୍ରଶାସନ । ସକାଳ ୬ଟାରୁ ନିର୍ବାଚନ ଆରମ୍ଭ ହୋଇଥିବା 

ଅଧିକ ପଢନ୍ତୁ: ଏକ ଟଙ୍କାରେ ରୋଗୀ ସେବା

ବିଭିନ୍ନ ଗ୍ରାମର ନାମକୁ ପରିବର୍ତ୍ତନ କରି ଆନ୍ଧ୍ର ଏଠାରେ ନିର୍ବାଚନ କରୁଥିବା ଓଡ଼ିଶା ପକ୍ଷରୁ ଅଭିଯୋଗ ହୋଇଛି । ଗଜପତିର ପଟୁସିନେରି ପଞ୍ଚାୟତର ନାମକୁ ପରିବର୍ତ୍ତନ କରି ପଟୁ ଚେନୁରୁ ବୋଲି ଦର୍ଶାଇ ନିର୍ବାଚନ କରୁଛି ଆନ୍ଧ୍ର ପ୍ରଦେଶ । ତେବେ ଏହି ଗାଁରେ ୧୦୨୫ ଜଣଙ୍କ ପାଇଁ ବିଜୟନଗରମ ଜିଲ୍ଲା ପ୍ରଶାସନ ବୁଥ ବ୍ୟବସ୍ଥା କରିଛି । ଏହି ପଞ୍ଚାୟତରେ ୭ଟି ଗାଁ ରହିଛି । ଏହି ୭ଟି ଗାଁ ମଧ୍ୟରେ ୫ଟି ଗାଁ ଓଡ଼ିଶାର ହୋଇଥିବା ବେଳେ ଆନ୍ଧ୍ରର ୨ଟି ଗାଁ ରହିଥିବା ନେଇ ଜଣାପଡ଼ିଛି । ନିର୍ବାଚନ ହେଉଥିବା ଗାଁ ଗୁଡ଼ିକ ହେଉଛି ମାଡ଼କାର, ଡାଳିଆମ୍ବ, ବର୍ଣ୍ଣାପଡ଼ୁ, ପଟୁସିନେରି ଓ କୋନାଦରା । ସେହିପରି ଆନ୍ଧ୍ରର ଦୁଇଟି ଗାଁ ହେଉଛି ଚିକାପାରୁ ଓ ବାଲେଙ୍ଗା । ସେହିପରି ଗଞ୍ଜେଇପଦର ଗାଁର ନାଁକୁ ବଦଳାଇ ଆନ୍ଧ୍ର ପ୍ରଦେଶ ଗଞ୍ଜେଇ ବାଦ୍ରା ନାମରେ ଦର୍ଶାଇ ସେଠାରେ ନିର୍ବାଚନ କରୁଛି । 

ଅଧିକ ପଢନ୍ତୁ: ଆଜି ବିଶ୍ୱ ରେଡ଼ିଓ ଦିବସ: ବିନା ତାରରେ ଯୋଡ଼େ ସମ୍ପର୍କ... ବେତାର ଯନ୍ତ୍ର

ସେହିପରି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍କରେ ମଧ୍ୟ ଆନ୍ଧ୍ର ନିର୍ବାଚନ କରୁଛି । ମାଲକାନଗିରି ସହିତ ଗଞ୍ଜାମ ଜିଲ୍ଲାର ପାତ୍ରପରୁ ବ୍ଲକର ସୀମାନ୍ତବର୍ତ୍ତୀ ତୁମ୍ବା ପଞ୍ଚାୟତରେ କୁଲାଡ଼ି ଗାଁରେ ବି ଆଜି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଉଛି । କୁଲାଡ଼ ଗାଁର ଜଣେ ମହିଳା ପ୍ରାର୍ଥୀ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି । ଏହି ସୀମାନ୍ତବର୍ତ୍ତୀ ଗାଁରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଆନ୍ଧ୍ର ନିଜର ଭୋଟରଙ୍କୁ ବ୍ୟବହାର କରିବାର ମସୁଧା ଚଳାଇଥିବା ନେଇ ଜଣାପଡ଼ିଛି । 

ଅଧିକ ପଢନ୍ତୁ: ମଣିଷ ମଲେ ହଡ଼କମ୍ପ; ହାତୀ ମଲେ ଯାଏ କେତେ ଆସେ କେତେ !

ସେପଟେ ନିର୍ବାଚନକୁ ବନ୍ଦ କରିବା ପାଇଁ କୋରାପୁଟ ଜିଲ୍ଲାପାଳ ଗତକାଲି ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖି ସାରିଛନ୍ତି । ନିର୍ବାଚନ ବନ୍ଦ କରିବାକୁ ଜିଲ୍ଲାପାଳ ଚିଠି ମାଧ୍ୟମରେ କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତାର କହିଛନ୍ତି । ବିଜୟନଗରମ ଜିଲ୍ଲାପାଳ ଏମ ହରି ଜବାହାରଲାଲଙ୍କ ନିକଟକୁ ଚିଠି ଲେଖି ଅବଦୁଲ କହିଛନ୍ତି କି, ସୁପ୍ରିମ କୋର୍ଟରେ ଏବେ ମାମଲା ରହିଛି । ଆନ୍ଧ୍ର ସରକାରକୁ ଏ ନେଇ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି । ଏପରିକି ବେଆଇନ ଭାବେ ଆନ୍ଧ୍ର ନିର୍ବାଚନ କରୁଥିଲେ ପରିଣାମର ସମ୍ମୁଖିନ ହୋଇପାରେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମୌଖିକ ଭାବେ ମତ ପୋଷଣ କରିଛନ୍ତି । ତେଣୁ ଏହି ନିର୍ବାଚନରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି କୋରାପୁଟ ଜିଲ୍ଲାପାଳ ।