ବୌଦ୍ଧ ଜିଲାରେ କିଛି ଦିନ ମଧ୍ୟରେ ୯ଟି ଅନାଥ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି। ଅନିଛାତ୍ମକ ଶିଶୁ ଜନ୍ମ ହେବାପରେ ତାକୁ ରାସ୍ତା କଡରେ ପିଙ୍ଗିଦେବା ଭଳି ଅନେକ ଘଟଣା ନଜିର ରହିଛି । ଏହା ସହିତ ଦାରିଦ୍ରତା ଯୋଗୁଁ ଶିଶୁ ଜନ୍ମ ପରେ ପିତାମାତା ଶିଶୁର ଲାଳନ ପାଳନରେ ସମର୍ଥ ନ ହେବା କିମ୍ବା କୋମଳମତି ଶିଶୁମାନେ ଦୁନିଆଁ ଚିହ୍ନିବା ପୁର୍ବରୁ ବାପା ମାଆଙ୍କୁ ହରାଇ ବସୁଛନ୍ତି
Trending Photos
(ବୌଦ୍ଧରୁ ହିମାଂଶୁ ଶେଖର୍ ସାହୁ)
ବୌଦ୍ଧ ଜିଲାରେ ଆଠ ବର୍ଷରେ ହେଲେଣି ୯ ଶିଶୁ ପୋଷ୍ୟ । ଅନିଛାତ୍ମକ ଶିଶୁ ଜନ୍ମ ହେବାପରେ ତାକୁ ରାସ୍ତା କଡରେ ପିଙ୍ଗିଦେବା ଭଳି ଅନେକ ଘଟଣା ନଜିର ରହିଛି । ଏହା ସହିତ ଦାରିଦ୍ରତା ଯୋଗୁଁ ଶିଶୁ ଜନ୍ମ ପରେ ପିତାମାତା ଶିଶୁର ଲାଳନ ପାଳନରେ ସମର୍ଥ ନ ହେବା କିମ୍ବା କୋମଳମତି ଶିଶୁମାନେ ଦୁନିଆଁ ଚିହ୍ନିବା ପୁର୍ବରୁ ବାପା ମାଆଙ୍କୁ ହରାଇ ବସୁଛନ୍ତି । ଏଭଳି ସନ୍ତାନ ମାନଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରାଯାଉଛି । ଜିଲାରେ ଏଭଳି ୯ ଗୋଟି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରାଯାଇଥିବା ଜିଲା ଶିଶୁ ସୁରକ୍ଷା ୟୁନିଟ ସୁତ୍ରରୁ ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ, ଜିଲାରେ ଶିଶୁ ସୁରକ୍ଷା ଆଇନ କଡାକଡି ଭାବରେ ଲାଗୁ କରାଯିବାପରେ ୨୦୧୫ ମସିହାରେ ପ୍ରଥମେ ପରିତ୍ୟକ୍ତ ଅବସ୍ଥାରେ ଏକ ପୁତ୍ର ସନ୍ତାନକୁ ଉଦ୍ଧାର କରାଯାଇଥିଲା । ୨୦୧୭ ମସିହାରେ ଗୋଟିଏ ଝିଅକୁ ଶିଶୁ ସୁରକ୍ଷା ୟୁନିଟକୁ ସମର୍ପିତ କରାଯାଇଥିଲା ।
୨୦୧୮ରେ ସର୍ବାଧିକ ୩ଟି ଶିଶୁପୁତ୍ରକୁ ଉଦ୍ଧାର କରାଯାଇ ଜିଲା ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରାଯାଇଥିଲା । ସେହିପରି ୨୦୧୯ରେ ୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥି ବାବେଳେ ସେଥିମଧ୍ୟରୁ ଗୋଟିଏ ପୁତ୍ର ସନ୍ତାନ ଥିବାବଳେ ୨ଟି କନ୍ୟା ସନ୍ତାନ ଥିବାବେଳେ , ଅନ୍ୟଟି ପୁତ୍ର ସନ୍ତାନଟି ସମର୍ପିତ ଥିବା ଜଣାପଡିଛି । ୨୦୨୧ରେ ଜଣେ ମାତ୍ର ପରିତ୍ୟକ୍ତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି ।
ଏହି ଶିଶୁମାନଙ୍କୁ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଉଦ୍ଧାର କରାଯିବାପରେ ଜିଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିଥାଏ । ଜିଲାରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସୁବିଧା ନ ଥିବାରୁ ପ୍ରଥମେ କନ୍ଧମାଳ ଜିଲ୍ଲାର ବାଲିଗୁଡାଠାରେ ଥିବା ବନବାସୀ ସେବା ସମିତି ନିକଟକୁ ପଠାଯାଉଥିଲା । ସେଠାରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସମସ୍ତ ଆଇନକୁ ଦୃଷ୍ଟିରେ ରଖି ଶିଶୁ ମାନଙ୍କୁ ପୋଷ୍ୟ ସନ୍ତାନ ପାଇଁ ଯୋଗ୍ୟ ଲୋକଙ୍କୁ ଦିଆଯାଉଥିଲା । ର୍ବତମାନ ସମୟ ଓ ଦୂରତା ଦୃଷ୍ଟିରୁ ସୋନପୁରଠାରେ ଥିବା ଯୁବ ଜ୍ୟୋତି ଯୁବକ ସଂଘ ମାଧ୍ୟମରେ ପୋଷ୍ୟ ସନ୍ତାନ ଗ୍ରହଣ କରାଯାଉଥିବା ଜଣାପଡିଛି । ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରାଯାଇଥିବା ଶିଶୁମାନେ ରାଜ୍ୟ ଓ ରାଜ୍ୟ ବାହାରେ ଭଲ ଭାବରେ ରହିଥିବା ଜଣାପଡିଛି ।