ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଫସଲ ବୀମା, ଭୋଟ ବର୍ଜନ କରିବେ ଚାଷୀ
Advertisement
Article Detail0/zeeodisha/odisha1031312

ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଫସଲ ବୀମା, ଭୋଟ ବର୍ଜନ କରିବେ ଚାଷୀ

ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶିକୁ ନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରାଯିବା ସହ ରାଜରାସ୍ତା ଅବରୋଧ କରାଯିବା ପରେ ବି ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଲିଳା ନାହିଁ। ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସବୁ ପ୍ରଶାସନିକ ପ୍ରତିଶ୍ରୁତି ପାଣିର ଗାର ହୋଇଥିବାରୁ  ଏହି ଚାରି ପଞ୍ଚାୟତର ଚାଷୀ ଆଗାମୀ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଫସଲ ବୀମା, ଭୋଟ ବର୍ଜନ କରିବେ ଚାଷୀ

ସମ୍ବଲପୁର: ଏଥର ନିର୍ବାଚନରେ ଜୁଯୋମୁରା ବ୍ଳକର ୪ଟି ପଞ୍ଚାୟତର ଚାଷୀ ନିଜ ଫସଲର କ୍ଷତିପୂରଣ ପାଇବା ପାଇଁ ଭୋଟ ବର୍ଜନ କରିବେ। ଆଗାମୀ ତ୍ରୀସ୍ତରୀୟ ନିର୍ବାଚନକୁ ସମ୍ବଲପୁର ଜିଲ୍ଲାର ଜୁଯୋମୁରା ବ୍ଳକର କେସାପାଲି, ଗଡଲୋଇସିଂହ, କୟାକୁଦ ଓ ଲିପିଣ୍ଡା ପଞ୍ଚାୟତର ଚାଷୀ ସାମୁହିକ ଭାବରେ ବର୍ଜନ କରିବେ ବୋଲି କହିଛନ୍ତି। 

ଏଥର ନିର୍ବାଚନ ସମୟରେ ସମ୍ବଲପୁର ଜିଲ୍ଲା ଯୁଜୋମୁରା ବ୍ଲକ ୪ଟି ପଞ୍ଚାୟତର ଚାଷୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି କି କୌଣସି ରାଜନୈତିକ ଦଳକୁ ନିର୍ବାଚନ ପ୍ରଚାର ପାଇଁ ଏହି ଚାରି ପଞ୍ଚାୟତକୁ ଆସିଲେ ଯୋରଦାର ବିରୋଧ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଶୁକ୍ରବାର ଜୁଯୋମୁରା ଠାରେ ଅନୁଷ୍ଠିତ ଏହି ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀଙ୍କ ବୈଠକ ହୋଇଥିଲା। ସେମାନଙ୍କ ଅଭିଯୋଗ ହେଲା, ୨୦୨୦ ବର୍ଷ ଫସଲ ପାଇଁ ଚାଷୀ କରିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତିପୂରଣ ରାଶି ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ମିଳିପାରିନାହି। 

Also Read: ସାବାଡ ହେବେ ସାଇବର ଠକ, ରାଜ୍ୟ ସରକାର ନେଲେ ଏହି ପଦକ୍ଷେପ

ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶିକୁ ନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରାଯିବା ସହ ରାଜରାସ୍ତା ଅବରୋଧ କରାଯିବା ପରେ ବି ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଲିଳା ନାହିଁ। ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସବୁ ପ୍ରଶାସନିକ ପ୍ରତିଶ୍ରୁତି ପାଣିର ଗାର ହୋଇଥିବାରୁ  ଏହି ଚାରି ପଞ୍ଚାୟତର ଚାଷୀ ଆଗାମୀ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ବାରମ୍ବାର ସେମାନେ ଟଙ୍କା ଦେଇଛନ୍ତି ତା ସତ୍ତ୍ୱେ ମଧ୍ୟ ସେମାନଙ୍କୁ ତାଙ୍କର ପୈଠ କରିଥିବା ବୀମା ରାଶିନ ମିଳିବା ଅତ୍ୟନ୍ତ ଦୁଖଦାୟକ। ସେମାନେ RTI, 5 ଟି ରେ ମଧ୍ୟ ଏ ବାବଦରେ ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏଭଳି ନିଷ୍ପତ୍ତି ନେଇ ଥିବା ଗଡଲୋଇସିଂହ ସରପଞ୍ଚ ଅଶ୍ବିନୀ କୁମୁରା କହିଛନ୍ତି।

fallback

RTI ଓ 5 ଟି ରେ ଅଭିଯୋଗ କଲା ପରେ ମଧ୍ୟ ଯଦି ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ଚାଷୀ ପାଇ ପାରୁ ନାହାନ୍ତି ତାହେଲେ କେଁ କେଉଁଠି ରହିଛି ତାହା ଅନୁସନ୍ଧାନ ସାପେକ୍ଷ।