ସାବାଡ ହେବେ ସାଇବର ଠକ, ରାଜ୍ୟ ସରକାର ନେଲେ ଏହି ପଦକ୍ଷେପ
Advertisement
Article Detail0/zeeodisha/odisha1031293

ସାବାଡ ହେବେ ସାଇବର ଠକ, ରାଜ୍ୟ ସରକାର ନେଲେ ଏହି ପଦକ୍ଷେପ

ଚଳିତବର୍ଷ ଜାନୁୟାରୀ ୧ରୁ ମେ ୩୧ ମଧ୍ୟରେ ରାଜ୍ୟରେ ପ୍ରାୟ ୭୭୯ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି। ୨୦୧୯ତୁଳନାରେ ୨୦୨୦ରେ ଓଡ଼ିଶାରେ ସାଇବର ଅପରାଧ ଅପରାଧ ୩୧% ବୃଦ୍ଧି ପାଇଛି। ଓଡିଶା ପୋଲିସର ପରିସଂଖ୍ୟାନ ଅନୁଯାୟୀ ଗତବର୍ଷ ୨୦୧୯ରେ ୧୪୭୫ ଓ ୨୦୨୦ରେ ୧୯୩୧ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଟ୍ୱିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୪ଟି ନୂଆ ସାଇବର ପୋଲିସ୍ ଷ୍ଟେସନ୍ ସ୍ଥାପନ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ରାଜ୍ୟରେ କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁରରେ ଗୋଟିଏ ଲେଖାଏଁ ସାଇବର ଥାନା ଚାଲିଛି। କ୍ରାଇମବ୍ରାଂଚ ପକ୍ଷରୁ ୨୫ଟି ନୂଆ ସାଇବର ପୋଲିସ୍ ଷ୍ଟେସନ୍ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ହେଲେ ୧୪ଟି ନୂଆ ସାଇବର ପୋଲିସ ଷ୍ଟେସନ ଖୋଲିବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି।

ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି ଏବଂ ଅନେକ ଲୋକ ଠକେଇର ଶିକାର ମଧ୍ୟ ହେଉଛନ୍ତି। ତେଣୁ ଡିଜିଟାଲ ଅପରାଧକୁ ସଫଳତାର ସହ ପରିଚାଳନା କରିବା ପାଇଁ ପ୍ରତ୍ୟେକ ଜିଲ୍ଲାର ଗୋଟିଏ ସାଇବର ପୋଲିସ ଷ୍ଟେସନ ଆବଶ୍ୟକ। ରାଜ୍ୟର ସମସ୍ତ ସାଇବର ପୋଲିସ ଷ୍ଟେସନର କାର୍ଯ୍ୟକାରିତାକୁ ତଦାରଖ କରିବା ପାଇଁ କ୍ରାଇମବ୍ରାଞ୍ଚ ଏକ ରାଜ୍ୟ ସ୍ତରୀୟ ସଂସ୍ଥା ଗଠନ କରିବାକୁ ଯୋଜନା କରିଛି। ଜଣେ ଆଇଜି ମାନ୍ୟତା ପ୍ରାପ୍ତ ଅଧିକାରୀ ପ୍ରସ୍ତାବିତ ସାଇବର ଅପରାଧ ଅନୁସନ୍ଧାନକାରୀ ସଂସ୍ଥାର ମୁଖ୍ୟ ହେବେ।

Also Read: Ind Vs NZ T20 Series: କିୱିକୁ ଧୋଇଲେ ରୋହିତ-ରାହୁଲ, ସିରିଜ ଜିତିଲା Team India

ଚଳିତବର୍ଷ ଜାନୁୟାରୀ ୧ରୁ ମେ ୩୧ ମଧ୍ୟରେ ରାଜ୍ୟରେ ପ୍ରାୟ ୭୭୯ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି। ୨୦୧୯ତୁଳନାରେ ୨୦୨୦ରେ ଓଡ଼ିଶାରେ ସାଇବର ଅପରାଧ ଅପରାଧ ୩୧% ବୃଦ୍ଧି ପାଇଛି। ଓଡିଶା ପୋଲିସର ପରିସଂଖ୍ୟାନ ଅନୁଯାୟୀ ଗତବର୍ଷ ୨୦୧୯ରେ ୧୪୭୫ ଓ ୨୦୨୦ରେ ୧୯୩୧ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି। ସାଇବର ଅପରାଧର ଯାଞ୍ଚ ବେଳେ ‘ଗୋଲ୍ଡେନ ଆୱାର’ରେ ତଦନ୍ତ କରିବାକୁ ରାଜ୍ୟ ପୋଲିସ ମୁଖ୍ୟାଳୟ ତଦନ୍ତକାରୀ ଅଧିକାରୀଙ୍କୁ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ‘ଗୋଲ୍ଡେନ ଆୱାର’ ଅପରାଧର ଘଟଣା ଏବଂ ମାମଲା ପଞ୍ଜିକରଣ ଓ କାର୍ଯ୍ୟାନୁଷ୍ଠାନ ମଧ୍ୟର ସମୟକୁ ଉପଯୋଗ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ କୁହାଯାଇଛି। 

ଧୀମା ଓ ଖରାପ ତଦନ୍ତ ଜଟିଳ ମାମଲାଗୁଡ଼ିକର ସମାଧାନରେ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥାଏ। ଯାହାର ଉଦାହରଣ, ୨୦୧୮ରୁ ୨୦୨୦ମଧ୍ୟରେ ରାଜ୍ୟରେ କୌଣସି ଗୋଟାଏ ମାମଲାରେ ଦୋଷୀଙ୍କୁ ଦଣ୍ଡ ବିଧାନ କରାଯାଇପାରିନାହିଁ। ଗତବର୍ଷ ମାତ୍ର ଗୋଟାଏ ମାମଲାର ଟ୍ରାଏଲ କୋର୍ଟରେ ଶେଷ ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲା। ଏବେ ବି ସମୁଦାୟ ୧୦୪୯ ସାଇବର ଅପରାଧ ମାମଲା କୋର୍ଟରେ ବିଚାରାଧୀନ ଅବସ୍ଥାରେ ରହିଥିବା ବେଳେ ୨୦୧୯ରେ ଅତିକମରେ ୬୮୭ଟି ମାମଲା ବିଚାରାଧୀନ ଥିଲା। ୨୦୧୮ରେ ମଧ୍ୟ ୫୪୮ଟି ମାମଲା ନ୍ୟାୟ ଅପେକ୍ଷାରେ ରହିଥିବା ବେଳେ ଜଣେ ବି ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଂଚ ଦୋଷକୁ ପ୍ରମାଣିତ କରିପାରିଲା ନାହିଁ।

Also Read: କଙ୍ଗନାଙ୍କ ବିରୁଦ୍ଧରେ ସେବାୟତ ଦେଲେ ଏତଲା, ଜାଣନ୍ତୁ କାରଣ

ସାଇବର ଅପରାଧ ମାମଲାର ତ୍ୱାରିତ ତଦନ୍ତ ପାଇଁ ରାଜ୍ୟ ସରକାର ପ୍ରତ୍ୟକ ଜିଲ୍ଲାରେ ସାଇବର ଥାନା ଖୋଲିବାକୁ ଯୋଜନା କରିଛନ୍ତି। କ୍ରାଇମବ୍ରାଂଚ ପକ୍ଷରୁ ୨୫ଟି ନୂଆ ସାଇବର ପୋଲିସ୍ ଷ୍ଟେସନ୍ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ୧୪ଟି ନୂଆ ସାଇବର ପୋଲିସ ଷ୍ଟେସନ ଖୋଲିବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି। ଯଦି ଏପରି ହୁଏ ତେବେ ରାଜ୍ୟରେ ମୋଟ ସାଇବର ଥାନା ସଂଖ୍ୟା ୧୮ରେ ପହଞ୍ଚିବ। ଫଳରେ ଜଣେ ସହଜରେ ନିଜର ଅଭିଯୋଗକୁ ପଞ୍ଜିକରଣ କରିପାରିବ ଏବଂ ମାମଲାର ତଦନ୍ତର ଗତି ମଧ୍ୟ ବଢିଯିବ ବୋଲି ଆଶା କରାଯାଉଛି।