ଗୋଟିଏ ଦିନରେ ଏହି ଜିଲ୍ଲାରୁ ମିଳିଲା ବାଘ ଓ ହାତୀର ଶବ, ସଂକଟରେ ବନ୍ୟପ୍ରାଣୀ !
Advertisement

ଗୋଟିଏ ଦିନରେ ଏହି ଜିଲ୍ଲାରୁ ମିଳିଲା ବାଘ ଓ ହାତୀର ଶବ, ସଂକଟରେ ବନ୍ୟପ୍ରାଣୀ !

ଢ଼େଙ୍କାନାଳ ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକସନ ଅନ୍ତର୍ଗତ ବାରିହାରଗଡି ଗ୍ରାମ ନିକଟରେ ଏକ କଲରାପତରିଆ ବାଘର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଖବର ପାଇ ସ୍ଥାନୀୟ ବନ ବିଭାଗ ପହଁଚି ଘଟଣା ର ତଦନ୍ତ ଜାରି ରଖିଛି।ବାଘଟିର ସ୍ଵାଭାବିକ ଭାବେ ମୃତ୍ୟୁ ହୋଇଛି ନା କେହି ଶିକାରୀ ମାରିଛି ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ।

ଗୋଟିଏ ଦିନରେ ଏହି ଜିଲ୍ଲାରୁ ମିଳିଲା ବାଘ ଓ ହାତୀର ଶବ, ସଂକଟରେ ବନ୍ୟପ୍ରାଣୀ !

Dhenkanal: ଢ଼େଙ୍କାନାଳ ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକସନ ଅନ୍ତର୍ଗତ ବାରିହାରଗଡି ଗ୍ରାମ ନିକଟରେ ଏକ କଲରାପତରିଆ ବାଘର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଖବର ପାଇ ସ୍ଥାନିୟ ବନ ବିଭାଗ ପହଁଚି ଘଟଣା ର ତଦନ୍ତ ଜାରି ରଖିଛି।ବାଘଟିର ସ୍ଵାଭାବିକ ଭାବେ ମୃତ୍ୟୁ ହୋଇଛି ନା କେହି ଶିକାରୀ ମାରିଛି ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ। ଖବର ପାଇ ଆମେ ଏକ ଟିମ୍ ପଠାଇଛୁ ପୋଷ୍ଟ ମରଟମ ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି DFO ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି। ସେ ଅଞ୍ଚଳରେ ବାଘର ପୂର୍ବରୁ ଚଳାଚଳ ନଥାଏ ପାଖ ଜଙ୍ଗଲରୁ ବାଘଟି ଆସିପାରିଥାଏ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରଛନ୍ତି।

ଢ଼େଙ୍କାନାଳ ବନଖଣ୍ଡ ମହୁଲପଡ଼ା ଜଙ୍ଗଲରେ ଏକ ହାତିଛୁଆର ମୃତଦେହ ଠାବ ହୋଇଛି। ହାତୀଟିର ମୃତ୍ୟୁ କିଭଳି ହୋଇଛି ତାର କାରଣ ଅସ୍ପଷ୍ଟ ରହିଛି।ହାତୀଟି ର ବୟସ ୫ ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଢ଼େଙ୍କାନାଳ ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି। ହାତୀଟି ମହୁଲପଡ଼ା ଗ୍ରାମ ନିକଟ ପୋଖରୀ ଆର ପାଖରେ ମରି ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।ପରେ ବନ ବିଭାଗକୁ ଖବର ଦେଇଥିଲେ, ଖବର ପାଇ ବନ ବିଭାଗ ପହଁଚି ତଦନ୍ତ ଆରମ୍ଭ ଜାରି ରଖିଛି।

ସେପଟେ ଉଭୟ ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ସ୍ଥାନୀୟ ଗ୍ରାମବାସୀଙ୍କ ନିକଟରୁ ସୂଚନା ପାଇବା ପରେ ବନ ଅଧିକାରୀମାନେ ଘଟଣାସ୍ଥଳକୁ ଆସିଥିଲେ। ତେବେ ଉଭୟ ପଶୁଙ୍କ ମୃତ୍ୟୁ କିପରି ହୋଇଛି ତାହା ଜାଣିବାକୁ ଚେଷ୍ଟା ଚଳାଇଛି ବନବିଭାଗ। ସେପଟେ ରାଜ୍ୟରେ ହାତୀମୃତ୍ୟୁ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ଏଠାରେ କହି ରଖୁ କି ଶିମିଳିପାଳ ଅଞ୍ଚଳରୁ ନିକଟ ଅତୀତରେ ଏକ ହାତୀର ମୃତଦେହ ଉଦ୍ଧାର ହୋଇଥିଲା।

ଉଲ୍ଲେଖ ଯୋଗ୍ୟ, ରାଜ୍ୟରେ ବିଭିନ୍ନ ଦୁର୍ଘଟଣାରେ ହାତୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ବିଗତ କିଛି ବର୍ଷକୁ ଯଦି ନଜର ପକାଇବା ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରେନ୍‌ ଧକ୍କାରେ ୨୪ ହାତୀଙ୍କ ମୃତ୍ୟୁ ହୋଇଛି। ତେଣୁ ଏହି ମୃତ୍ୟୁ ସଂଖ୍ୟା କମ୍‌ କରିବାକୁ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ବିଶେଷ କରି ଟ୍ରେନ ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଥାଏ। ଫଳରେ ହାତୀ ଚଳପ୍ରଚଳ ସମୟରେ ଟ୍ରେନ୍‌ ବେଗ କମ୍‌ କରିବାକୁ ବନ ବିଭାଗର ନିର୍ଦ୍ଦେଶ ରହିଛି। ଘଣ୍ଟାପ୍ରତି ଟ୍ରେନ୍‌ର ବେଗ ପ୍ରାୟ ୪୦/୫୦ କିଲୋମିଟରରୁ କମ୍‌ ରଖିବାକୁ ବନ ବିଭାଗର ନିର୍ଦ୍ଦେଶ ରେଳ ବିଭାଗର ଚିନ୍ତା ବଢ଼ାଇ ଦେଇଛି। କାରଣ ଧୀରେ ଧୀରେ ଟ୍ରେନ୍‌ ଯିବା ଦ୍ୱାରା ସମୟ ବରବାଦ ହେଉଛି। ପାସେଞ୍ଜର ଓ ମାଲବାହୀ ଟ୍ରେନ୍‌ କମ୍‌ ଦୂରତ୍ୱକୁ ଅଧିକ ସମୟରେ ଅତିକ୍ରମ କରୁଛି। ଏହା ଅନେକ ସମୟରେ ସମସ୍ୟା ଉପୁଜାଉଛି।

ସେହିପରି ୨୦୧୮ ଅକ୍ଟୋବର ୨୬ରେ ଢେଙ୍କାନାଳ ଜିଲା କମଳାଙ୍ଗ ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକି ୨୦୧୮ ଡିସେମ୍ବର ସୁଦ୍ଧା ହାତୀ ଚଳପ୍ରଚଳ ରାସ୍ତାରେ ଝୁଲି ରହିଥିବା ତାରକୁ ଉପରକୁ ଉଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ ଶେଷ ହୋଇ ୨୦୧୯ ସରିବାକୁ ବସିଲାଣି, କିନ୍ତୁ ଅନେକ ସ୍ଥାନରେ ଏବେ ବି ତାର ଝୁଲି ରହିଛି। ଯାହା ହାତୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ବର୍ତ୍ତମାନ ସୁଦ୍ଧା ମାତ୍ର ୩୦ରୁ ୪୦% କାମ ଶେଷ ହୋଇଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଅର୍ଥର ଅଭାବ ସାଙ୍ଗକୁ ‘ଫନୀ’ ବାତ୍ୟା ଦ୍ୱାରା କାମ ପ୍ରଭାବିତ ହୋଇଥିବା ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ୨୦୨୦ ଶେଷ ସୁଦ୍ଧା ଏହି କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପିସିସିଏଫ୍‌ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ କହିଛନ୍ତି ।