Kendujhar News: ମାତାଲ ହୋଇ ସ୍କୁଲରେ ଶୋଇଲେ ଶିକ୍ଷକ ଓ ରୋଷେୟା, ପିଲା ପ୍ରସ୍ତୁତ କଲେ ମଧ୍ୟାହ୍ନ ଭୋଜନ
Advertisement
Article Detail0/zeeodisha/odisha1642666

Kendujhar News: ମାତାଲ ହୋଇ ସ୍କୁଲରେ ଶୋଇଲେ ଶିକ୍ଷକ ଓ ରୋଷେୟା, ପିଲା ପ୍ରସ୍ତୁତ କଲେ ମଧ୍ୟାହ୍ନ ଭୋଜନ

Kendujhar News In Odia : ମାତାଲ ହୋଇ ସ୍କୁଲରେ ଶୋଇଲେ ଶିକ୍ଷକ(drunk teacher) ଓ ରୋଷେୟା (drunk cook) । ଏ-ପରିକି ପିଲାଙ୍କ ପାଇଁ ମଧ୍ୟାହ୍ନ(lunch ) ଭୋଜନ ମଧ୍ୟ ପ୍ରସ୍ତୁତ କଲେନି । ରୋଷେୟା , ଭୋକରେ ରହି ପିଲାଏ ଶେଷରେ ନିଜ ହାତରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରର (Kendujhar) ତେଲକୋଇ ବ୍ଲକ ଅଞ୍ଚଳରେ ଥିବା ସ୍କୁଲରେ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

(କେନ୍ଦୁଝର, ଅଭୟ ମହାନ୍ତି)  Kendujhar News In Odia : ମାତାଲ ହୋଇ ସ୍କୁଲରେ ଶୋଇଲେ ଶିକ୍ଷକ(drunk teacher) ଓ ରୋଷେୟା (drunk cook) । ଏ-ପରିକି ପିଲାଙ୍କ ପାଇଁ ମଧ୍ୟାହ୍ନ(lunch ) ଭୋଜନ ମଧ୍ୟ ପ୍ରସ୍ତୁତ କଲେନି ।  ରୋଷେୟା , ଭୋକରେ ରହି ପିଲାଏ ଶେଷରେ ନିଜ ହାତରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରର (Kendujhar) ତେଲକୋଇ ବ୍ଲକ ଅଞ୍ଚଳରେ ଥିବା ସ୍କୁଲରେ ।  ଏନେଇ ଅଭିଯୋଗ ହେବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ୱିତ କରାଯାଇଛି। ମାତାଲି ଶିକ୍ଷକ ଓ ରୋଷେୟାଙ୍କ ଏଭଳି କାଣ୍ତ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି । 

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା(Kendujhar), ଡିମିରିଆ ଉପ୍ରା ବିଦ୍ୟାଳୟରେ(Dimiria Up School) ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ  (Tribal Student)ପାଇଁ ଗୋଟିଏ ଆବାସିକ ହଷ୍ଟେଲ୍‌ ରହିଛି। ସେହି ହଷ୍ଟେଲ୍‌ରେ ୨୫ରୁ ଅଧିକ ଛାତ୍ରଛାତ୍ରୀ ରହୁଛନ୍ତି। ଛାତ୍ରାବାସ ଦାୟିତ୍ୱରେ ସେହି ସ୍କୁଲର ଶିକ୍ଷକ ମାନ ସିଂ ମୁଣ୍ଡା ରହିଥିବା ବେଳେ ରୋଷେୟା ଭାବେ ଦେବାନନ୍ଦ ଦେହୁରୀ କାର୍ଯ୍ୟ କରୁଥିଲେ। ହେଲେ ଗୁରୁବାର ସକାଳେ ଶିକ୍ଷକ ମାନ ସିଂ ମୁଣ୍ଡା ଓ ରୋଷେୟା ଦେବାନନ୍ଦ ମିଶି ବହେ ମଦ ପିଇଥିଲ ।  ଉଭୟ ମଦ ପିଇବା ପରେ ଚାଲିବୁଲି ପାରିଲେ ନାହିଁ। ନିଶାରେ ତଳେ ପଡ଼ି ଯାଇଥିଲେ ଉଭୟ। ସେପଟେ ଖାଇବାକୁ ନପାଇ ପିଲାମାନେ ଭୋକରେ ଆଉଟୁ ପାଉଟୁ ହେଉଥିଲେ। ଶିକ୍ଷକ (drunk teacher)ଓ ରୋଷେୟାଙ୍କ (drunk cook )ଏପରି ଅବସ୍ଥା ଦେଖି ପଞ୍ଚମ ଶ୍ରେଣୀରେ ପଢ଼ୁଥିବା କିଛି ଛାତ୍ର ମିଶି ଅନ୍ତେବାସୀଙ୍କ ପାଇଁ ରୋଷେଇ କରୁଥିଲେ। ଗାଁର କିଛି ଯୁବକ ଏ ସମ୍ପର୍କରେ ଖବର ପାଇଥିଲେ। ସେମାନେ ଏନେଇ ସ୍ଥାନୀୟ ସରପଞ୍ଚ ପାଙ୍ଗେଲ ମୁଣ୍ଡାଙ୍କୁ ଖବର ଦେଇଥିଲେ। ସରପଞ୍ଚ ନିଜର ସାଥୀଙ୍କ ସହ ସ୍କୁଲରେ ପହଞ୍ଚିଥିଲେ। ସେତେବେଳେ ଉଭୟ (ଶିକ୍ଷକ ଓ ରୋଷେୟା) ମଦ ନିଶାରେ ତଳେ ପଡ଼ିଥିବା ଦେଖିବାକୁ ପାଇଲେ। ପରେ ଉଭୟଙ୍କୁ ନିଶାଶକ୍ତ ଅବସ୍ଥାରେ ଉଦ୍ଧାର କରି ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ।

fallback

Also Read : Priyanka Chopra: ପ୍ରଥମ ପୂଜ୍ୟଙ୍କ ମନ୍ଦିରରେ ଦେଶୀଗାର୍ଲ, ଝିଅ 'ମାଲତୀ' ପାଇଁ ବାବାଙ୍କ ନିକଟରେ...

Also Read : Actress Lipsa Mishra: ହନିମୁନରେ ଲିପ୍ସା, ସୋସିଆଲ ମିଡ଼ିଆରେ ସେୟାର କଲେ କ୍ୱାଲିଟି ଟାଇମ ଫଟୋ

ସରପଞ୍ଚ ଓ ଅଭିଭାବକମାନେ ଏନେଇ ତେଲକୋଇ ବ୍ଲକ୍‌ ଅତିରିକ୍ତ ଶିକ୍ଷା ଅଧିକାରୀ(ଏବିଇଓ) ଙ୍କୁ ସୂଚନା ଦେଇଥିଲେ। ଘଟଣାର ତଦନ୍ତ କରିବା ପାଇଁ ସ୍କୁଲକୁ ଆସିଥିଲେ। ପିଲାମାନଙ୍କୁ (students) ପଚାରିବା ପରେ ସବୁ ସତକଥା ଜାଣିବାକୁ ପାଇଥିଲେ। ଶିକ୍ଷକ ମାନ ସିଂ ମୁଣ୍ଡା ଓ ରୋଷେୟା ନିୟମିତ ମଦ ନିଶାରେ ଶୋଇପଡ଼ୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। (drunk teacher) ଶିକ୍ଷକ ମାନ ସିଂ ମୁଣ୍ଡାଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଥିବା ବେଳେ  (drunk cook)  ରୋଷେୟା ଦେବାନନ୍ଦଙ୍କୁ ବହିଷ୍କାର କରାଯାଇଛି। ଉକ୍ତ ସ୍କୁଲରେ ଦୁଇ ଜଣ ଅଭିଜ୍ଞ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ତେଲକୋଇ ବ୍ଲକ୍‌ ଅତିରିକ୍ତ ଶିକ୍ଷା ଅଧିକାରୀ ସୁଭାଷ ଚନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି। ଆଉ ଜଣେ ରୋଷେୟାଙ୍କୁ (cook) ଛାତ୍ରାବାସରେ ରୋଷେଇ ଦାୟିତ୍ୱରେ ରଖାଯାଇଛି ବୋଲି ସେ କହିଛନ୍ତି।

Also Read : World Health day 2023: ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ଜାଣନ୍ତୁ କ’ଣ ରହିଛି ଏହି ଦିନର ପାଳନ ପଛର ଉଦ୍ଦେଶ୍ୟ ଓ ଇତିହାସ

Also Read : Hanuman Chalisa: ଭୁଲ ହନୁମାନ ଚାଳିଶା ପଢୁଛନ୍ତି ଲୋକେ! ଚୌପାଇରେ ତ୍ରୁଟି ଥିବା ନେଇ କହିଲେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ