ମହାନଦୀ ସେତୁ ଉପରେ ବୋଲେରୋ ଓ ଟ୍ରକ ମୁହାଁମୁହିଁ ଧକା; ୫ ମୃତ, ୫ ଗୁରୁତର
Advertisement
Article Detail0/zeeodisha/odisha1076970

ମହାନଦୀ ସେତୁ ଉପରେ ବୋଲେରୋ ଓ ଟ୍ରକ ମୁହାଁମୁହିଁ ଧକା; ୫ ମୃତ, ୫ ଗୁରୁତର

ଦୁର୍ଘଟଣାର ଶିକାର ଯାତ୍ରୀମାନେ ଉଲୁଣ୍ଡା ବ୍ଲକ ନିମ୍ନା ଗାଁରୁ ବିନିକା ବ୍ଲକ କୌଡ଼ିଆମୁଣ୍ଡା ଗାଁକୁ ବାହାଘର ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଖାଇ ରାତି ୧୨.୩୦ରୁ ୧ଟା ମଧ୍ୟରେ ଫେରିବା ସମୟରେ ମହାନଦୀ ପୋଲ ମଝିରେ ଦୁର୍ଘଟଣା ଘଟିଛି। 

ଡିଜାଇନ୍ ଫଟୋ

ସୁବର୍ଣ୍ଣପୁର: ଜିଲ୍ଲା ସଦର ମହାନଦୀ ପୋଲ ଉପରେ ଏକ ମର୍ମନ୍ତଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ବୋଲେରୋ ଓ ଟ୍ରକ ମୁହାଁମୁହିଁ ଧକା ହେବା ଫଳରେ ଘଟଣା ସ୍ଥଳରେ ୫ ମୃତ ହୋଇଛି। ଅନ୍ୟ ୫ ଗୁରୁତରଙ୍କୁ  । ସମସ୍ତ ଗୁରୁତରଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। 

ମିଳିଥିବା ସୂଚନାନୁସାରେ ଦୁର୍ଘଟଣାର ଶିକାର ଯାତ୍ରୀମାନେ ଉଲୁଣ୍ଡା ବ୍ଲକ ନିମ୍ନା ଗାଁରୁ ବିନିକା ବ୍ଲକ କୌଡ଼ିଆମୁଣ୍ଡା ଗାଁକୁ ବାହାଘର ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଖାଇ ରାତି ୧୨.୩୦ରୁ ୧ଟା ମଧ୍ୟରେ ଫେରିବା ସମୟରେ ମହାନଦୀ ପୋଲ ମଝିରେ ଦୁର୍ଘଟଣା ଘଟିଛି। ଗୁରୁତରମାନେ ପ୍ରମୋଦ ହୋତା, ଅମିତ୍ ବାଘ, ମହାଦେବ ପୁରୋହିତ, ଆଲିଶା ପାଣ୍ଡିଆ ଓ ଓମ୍ ପ୍ରକାଶ ପାଣ୍ଡିଆ ଓ ମୃତକମାନେ ନିମ୍ନା ଗାଁର ଆଶିଷ ପାଣ୍ଡିଆ, ପ୍ରମୋଦ ପାଣ୍ଡିଆ, ସିଦ୍ଧି ପାଣ୍ଡିଆ, ତ୍ରୟମ୍ବକ ମେହେର ଓ ଶୁଭମ ପାଣ୍ଡିଆ ବୋଲି ଜଣାପଡିଛି। 

Also Read: 'Pushpa','Vokaaal 2' Side Effect:ଦିଲ୍ଲୀରେ ଫିଲ୍ମୀ ଷ୍ଟାଇଲରେ ଯୁବକଙ୍କ ହତ୍ୟା କଲେ ନାବାଳକ

ଅନ୍ୟପଟେ ଘଟଣା ସ୍ଥଳରେ ସୋନପୁର ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। ତେବେ ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ବୋଲେରର ଡାହାଣ ଭାଗ ଟ୍ରକ୍ ସହ ଧକା ହୋଇଛି। ଗାଡିଟି ଏତେ ଜୋରରେ ପିଟି ହୋଇଛି ଯେ ବନେଟ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।