Rayagada News: ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଜୀବନ ହାରିଲେ ସିଆରପିଏଫ ଅଫିସର
Advertisement
Article Detail0/zeeodisha/odisha1667605

Rayagada News: ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଜୀବନ ହାରିଲେ ସିଆରପିଏଫ ଅଫିସର

Rayagada News In Odia: ରାୟଗଡ଼ାରେ (Rayagada) ଅଭାବନୀୟ ଘଟଣା । ସିଆରପିଏଫ ଚତୁର୍ଥ ବାଟାଲିୟନ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟଙ୍କ (Centrel Reserve Police Force officer) (CRPF)ଆତ୍ମହତ୍ୟା । ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ (CRPF officer died)ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି । ସେ ନିଜ ସର୍ଭିସ ରିଭଲଭରରୁ ( service revolver)ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Rayagada News In Odia: ରାୟଗଡ଼ାରେ (Rayagada) ଅଭାବନୀୟ ଘଟଣା । ସିଆରପିଏଫ ଚତୁର୍ଥ ବାଟାଲିୟନ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟଙ୍କ (Centrel Reserve Police Force officer) (CRPF)ଆତ୍ମହତ୍ୟା । ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ (CRPF officer died)ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି । ସେ ନିଜ ସର୍ଭିସ ରିଭଲଭରରୁ ( service revolver)ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ସୁନୀଲ କୁମାର ସିଆରପିଏଫ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ସୁନୀଲଙ୍କ ଘର ବିହାର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । କାହିଁକି ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ଏବେବି ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ରାୟଗଡା ଏସପି ଓ ପୋଲିସର ତଦନ୍ତ ଜାରି ରହିଛି ।

ସୂଚନା ଅନୁସାରେ, ସୁନୀଲ କୁମାର ଦିର୍ଘ  ଦୁଇ ବର୍ଷ ଧରି ସେ ରାୟଗଡା ସିଆରପିଏଫ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ (Centrel Reserve Police Force officer)। ସେ ଏଠାରେ ଏକାକୀ ରହୁଥିଲେ । କିନ୍ତୁ ଦିର୍ଘ ଦିନ ଧରି ସେ ଚାପଗ୍ରସ୍ତ ଥିବା ସୂଚନା ମିଳିଛି । କିନ୍ତୁ କୌଣସି କାରଣରୁ  ସେ ସୋମବାର ବିଳମ୍ବିତ ରାତିରେ ନିଜ ସର୍ଭିସ୍ ରିଭଲରରୁ ( service revolver)ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତଦେହ ତାଙ୍କ କ୍ବାର୍ଟର୍ସରୁ ମିଳିଛି । ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଥିବା ବେଳେ ଘରୋଇ କଳହକୁ ନେଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଖବର ପାଇଁ ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ତାଙ୍କ ମୃତଦେହକୁ  ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି । 

Also Read: Richest Indian Women: ଏମାନେ ହେଉଛନ୍ତି ଦେଶର କୋଟିପତି ମହିଳା, ଜାଣନ୍ତୁ କ'ଣ କରନ୍ତି କାମ

Also Read: Kochi Water Metro: ଆଜିଠାରୁ ପାଣିରେ ଦୌଡ଼ିବ ମେଟ୍ରୋ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Also Read: World Malaria Day 2023: ମ୍ୟାଲେରିଆ ହୋଇଥିଲେ ଶରୀରରେ ଦେଖାଦେଇଥାଏ ଏହିସବୁ ଲକ୍ଷଣ, କରନ୍ତୁ ନାହିଁ ଅଣଦେଖା

ନିକଟରେ, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଯୋଧପୁର ସହରରେ ଥିବା ସିଆରପିଏଫ ତାଲିମ କେନ୍ଦ୍ରରେ। ପ୍ରାୟ ୧୭ ଘଣ୍ଟା ଧରି ନିଜକୁ, ଝିଅ ଓ ପତ୍ନୀଙ୍କୁ ରୁମରେ ବନ୍ଦ ରଖିବା ପରେ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି ସିଆରପିଏଫ ଯବାନ । ପାଖାପାଖି ୮ ରାଉଣ୍ଡ ଗୁଳି ସେ ନିଜ ଉପରକୁ ଚଳାଇଥିବା ଜଣାପଡିଛି ।ରବିବାର ଏଭଳି ଜଘନ୍ୟ କାଣ୍ଡ ଭିଆଇଛନ୍ତି ଏହି ସିଆରପିଏଫ ଯବାନ ନରେଶ ଜାଟ । ନରେଶ କାର୍ଯ୍ୟାଳୟରେ ଛୁଟି ଆବେଦନ କରିଥିଲେ । କିନ୍ତୁ ତାଙ୍କ ଉପରିସ୍ଥ ଅଧିକାରୀ ଛୁଟି ପାଇଁ ମନା କରିଥିଲେ । ଏହାପରେ ରାଗି ଯାଇଥିଲେ ନରେଶ । ଏହାପରେ ଘରେ ପହଞ୍ଚି ନିଜ ପରିବାର ସହ ନିଜକୁ ଘରେ ବନ୍ଦ କରିଦେଇଥିଲେ। ସାଥୀ କର୍ମୀ ତାଙ୍କ ଘରେ ପହଞ୍ଚିବା ପୂର୍ବରୁ ସେ ଜୀବନ ହାରି ଦେଇଥିଲେ । ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହାପରେ ପରିବାର ଲୋକଙ୍କୁ ହସ୍ଥାନ୍ତର କରାଯିବ । ବର୍ତ୍ତମାନ ନରେଶଙ୍କ ପତ୍ନୀ ଏବଂ ଝିଅ ସୁରକ୍ଷିତ ଥିବା ସିଆରପିଏଫ କହିଛି । ଏବେ ଘଟଣାର ତଦନ୍ତ କରୁଛି ପୋଲିସ।

Also Read: Destination Wedding Places: ବିବାହ କରିବାକୁ ଏହା ହେଉଛି ସବୁଠାରୁ ବେଷ୍ଟ ସ୍ଥାନ, ଜାଣନ୍ତୁ କେତେ ହେବ ଖର୍ଚ୍ଚ

Also Read: Tulsi vastu tips: ତୁଳସୀ ଗଛ ନିକଟରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ଏହିସବୁ ଗଛ, ନେଚତ୍ ହେବ ବଡ଼ କ୍ଷତି!