Train Accident: ମୃତ୍ୟୁ ଜନ୍ତା ପାଲଟିଛି ରେଳ ଧାରଣା! ବାଲେଶ୍ଵର ଷ୍ଟେସନ ନିକଟରୁ ୪ ମୃତଦେହ ଉଦ୍ଧାର
Advertisement
Article Detail0/zeeodisha/odisha1412474

Train Accident: ମୃତ୍ୟୁ ଜନ୍ତା ପାଲଟିଛି ରେଳ ଧାରଣା! ବାଲେଶ୍ଵର ଷ୍ଟେସନ ନିକଟରୁ ୪ ମୃତଦେହ ଉଦ୍ଧାର

Train Accident in Balasore: ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ୪ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଗୁଡିକ ଭିନ୍ନ ଭିନ୍ନ ସ୍ଥାନରେ ପଡିଥିବା ସୂଚନା ମିଳିଛି। ରେଳବାଇ ପୋଲିସ ଚାରୋଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Train Accident: ମୃତ୍ୟୁ ଜନ୍ତା ପାଲଟିଛି ରେଳ ଧାରଣା! ବାଲେଶ୍ଵର ଷ୍ଟେସନ ନିକଟରୁ ୪ ମୃତଦେହ ଉଦ୍ଧାର

Train Accident in Balasore, ବାଲେଶ୍ୱର: ଜିଲ୍ଲାରେ ମୃତ୍ୟୁ ଜନ୍ତା ପାଲିଟିଛି ରେଳ ଲାଇନ। ଗୋଟିଏ ଦିନରେ ବାଲେଶ୍ଵର ରେଳ ଷ୍ଟେସନ ନିକଟରୁ ଚାରୋଟି ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଗୁଡିକ ଭିନ୍ନ ଭିନ୍ନ ସ୍ଥାନରେ ପଡିଥିବା ସୂଚନା ମିଳିଛି। ତେବେ ଦୁଇଟି ମାମଲା ଦୁର୍ଘଟଣା ଜନିତ ହୋଇଥିବା ବେଳେ ଅବଶିଷ୍ଟ ସ୍ପଷ୍ଟ ହୋଇନାହିଁ। ରେଳବାଇ ପୋଲିସ ଚାରୋଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ୪ ମୃତଦେହ ଉଦ୍ଧାର କରାଯାଇଛି। ବିଳମ୍ବିତ ରାତିରେ ଯାତ୍ରୀବାହୀ ଟ୍ରେନ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇ ଥିବା ସ୍ପଷ୍ଟ ହୋଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ମୃତକ ଯୁବକ ଜଣକ ବାଲେଶ୍ଵର ଫାଣ୍ଡି ଛକ ନିକଟରେ ଫଳ ଦୋକାନରେ କାମ କରୁଥିଲେ। ସେ ରେମୁଣା ବଗଲପୁର ଗାଁର କାଳୀ ଚରଣ ଦେ ବୋଲି ଜଣାପଡିଛି। ଅନ୍ୟ ଜଣକଙ୍କ ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। 

Also Read: Cyclone Sitrang: ବାଂଲାଦେଶରେ ୨୮ ମୃତ, ଓଡ଼ିଶା ଉପକୂଳରୁ ୩୦ ମତ୍ସ୍ୟଜୀବୀ ଉଦ୍ଧାର

 

ସେହିଭଳି ଜଣେ ବୃଦ୍ଧ ଭିକ୍ଷୁକଙ୍କ ମୃତଦେହ ରେଳ ଲାଇନ କଡରୁ ଉଦ୍ଧାର ହୋଇଛି। ଅନ୍ୟତମ ମୃତଦେହ ରେଳ ଲାଇନ କଡ ନିକଟରେ ରହୁ ଥିବା ୱାଇ ଭେଙ୍କଟ ରାଓ ନାମକ ବ୍ୟକ୍ତିର ବୋଲି ଜଣାପଡିଛି। ସମସ୍ତ ମୃତଦେହକୁ ଜିଆରପି ପୋଲିସ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ତେବେ ମୃତକମାନେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁର କାରଣ ଆଉ କିଛି ରହିଛି ତାହା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣା ପଡିବ। ତେବେ ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।

ମୃତକଙ୍କ ପରିବାର କିମ୍ୱା ସମ୍ପର୍କୀୟଙ୍କ ପକ୍ଷରୁ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ବିଳମ୍ବିତ ରାତିରେ ଟ୍ରେନ ଧକ୍କାରେ ମୃତ୍ୟୁ ଘଟଣାକୁ ଦୁର୍ଘଟଣା ବୋଲି କୁହାଯାଉଛି। ୱାଇ ଭେଙ୍କଟ ରାଓଙ୍କ ମୃତ୍ୟୁ କିପରି ହେଲା ତାହାକୁ ନେଇ ତାଙ୍କ ପରିବାର ଲୋକ ଏବେ ସନ୍ଦେହରେ ଅଛନ୍ତି। ଅନ୍ୟପଟେ ଗୋଟିଏ ଦିନରେ ଚାରଟି ମୃତଦେହ ଉଦ୍ଧାରକୁ ନେଇ ସହରରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପୋଲିସର ତଦନ୍ତ ଓ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ସବୁ ସ୍ପଷ୍ଟ ହେବ।