ଧାରଣା ବନାମ ଧାରଣା! ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା
Advertisement
Article Detail0/zeeodisha/odisha1023140

ଧାରଣା ବନାମ ଧାରଣା! ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା

ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ଓ ବହୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଶେଷରେ ବାଧ୍ୟ ହୋଇ ସୋମବାର ଆର ଉଦୟଗିରି ସହରର ମହିଳା ଗୋଷ୍ଠୀ ସହ ସହରବାସୀ ମିଳିତ ଭାବେ ସକାଳ ୭ଟାରୁ ରାଜରାସ୍ତାକୁ ଅବରୋଧ କରି ବିକ୍ଷୋଭ କରିଥିଲେ।

ଧାରଣା ବନାମ ଧାରଣା! ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା

ଗଜପତି: ପାଣି ପାଇଁ ରାସ୍ତା ରୋକ, ରାଜ ରାସ୍ତା ଉପରେ ଗୋରା ମାଠିଆ ବାଲ୍ଟି ଧରି ଧାରଣାକୁ ଉହ୍ଲାଇଛନ୍ତି ମହିଳା। ଗଜପତି ଜିଲ୍ଲା ଆର ଉଦୟଗିରି ମୁଖ୍ୟ ରାସ୍ତାରେ ସୋମବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆଜକୁ ପନ୍ଦର ଦିନ ହେବ ଆର ଉଦୟଗିରି ସହରରେ ପାନୀୟ ଜଳର ଉତ୍କୃଷ୍ଟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପମ୍ପ କର୍ମଚାରୀ ସଂଘ ଧାରଣାରତ ଅଛନ୍ତି। ସେପଟେ ଯାନ୍ତ୍ରିକ ତୃଟି ଦର୍ଶାଇ ଆର ଉଦୟଗିରିରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। 

ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ଓ ବହୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଶେଷରେ ବାଧ୍ୟ ହୋଇ ସୋମବାର ଆର ଉଦୟଗିରି ସହରର ମହିଳା ଗୋଷ୍ଠୀ ସହ ସହରବାସୀ ମିଳିତ ଭାବେ ସକାଳ ୭ଟାରୁ ରାଜରାସ୍ତାକୁ ଅବରୋଧ କରି ବିକ୍ଷୋଭ କରିଥିଲେ। ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ମୁତୟନ ହେବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଵା ଵେଳେ କୈଣସି ପଞ୍ଚାୟତ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳିନଥିଲା। ଫଳରେ ଘଣ୍ଟା ଘଣ୍ଟା ଧରି ମହିଳାମାନେ ରାଜରାସ୍ତାକୁ ଅବରୋଧ କରିଥିଲେ। 

Also Read: ଏହି ମନ୍ଦିରରେ ରନ୍ଧା ମଦ ଓ କାନ୍ଦୁଲ ସିଝା ଖାଆନ୍ତି ମହାଦେବ

ସୋମବାର ସାପ୍ତାହିକ ହାଟ ଥିବା ଯୋଗୁଁ ପାରଳାଖେମୁଣ୍ଡି-ମୋହନା-ବ୍ରହ୍ମପୁର ଗାଡି ଚଳାଚଳ ଠପ ହୋଇଥିବା ବେଳେ ରାସ୍ତା ଦୁଇ ପାର୍ଶ୍ବରେ ବହୁ ଯାନବାହନ ଅଟକି ରହିଥିଲା। ଏଭଳି ଅପ୍ରୀତିକର ପରିସ୍ଥିତିକୁ ନେଇ ଆର ଉଦୟଗିରି ଥାନାଧିକାରୀ ବିରକ୍ତ ହେବା ସହ ରାଗ ତମ ତମ ହୋଇ ସର୍ବ ସମ୍ମୁଖରେ ଭିଷଣ ପାଟିରେ ଆର ଉଦୟଗିରି ଜଳ ଯୋଗଣ ଅଧିକାରୀଙ୍କୁ ଗାଳି କରିଥିଲେ। ପରେ ଲୋକଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟିଥିଲା।