ମାନବିକତାର ପରିଚୟ ଦେଇ ଅସହାୟର ସାହା ହେଲେ ଜଗନ୍ନାଥ
X

ମାନବିକତାର ପରିଚୟ ଦେଇ ଅସହାୟର ସାହା ହେଲେ ଜଗନ୍ନାଥ

ଅସହାୟ ଯୁବକ ବିମଳ ନାୟକ ଦୀର୍ଘ ଦିନ ଅସୁସ୍ଥ ହେବା ପରେ ମାନସିକ ଭାବେ ଦୁର୍ବଳ ହୋଇ ପଡିଛନ୍ତି। ତାଙ୍କର ପ୍ରକୃତ ଘର ଦାରିଙ୍ଗବାଡ଼ି ବ୍ଲକ ବୁରାଙ୍ଗିଆ ଗାଁରେ ବୋଲି କହୁଥିବା ବେଳେ ତାଙ୍କୁ କିଛି ଦୁର୍ବୃର୍ତ୍ତ ଲିଙ୍ଗାଗଡ଼ ପଂଚାୟତ ବେଟିକଲା ଗାଁରେ ମାଡ ମାରିବା ସହ ବିଦ୍ୟୁତ ଖୁଣ୍ଟରେ ଚଢାଇ ତାଙ୍କ ହାତକୁ ଆଘାତ ପହଞ୍ଚାଇ ଥିଲେ।

ମାନବିକତାର ପରିଚୟ ଦେଇ ଅସହାୟର ସାହା ହେଲେ ଜଗନ୍ନାଥ

କନ୍ଧମାଳ: ହାତ ଦୁଇଟି କଟି ଯାଇଥିବା ଜଣେ ଅସହାୟ ଯୁବକ ବିମଳ ନାୟକ ରାଇକିଆ ବଜାରରେ ଏଣେ ତେଣେ ବୁଲାବୁଲି କରୁଥିଲେ। ଦୀର୍ଘ ଦିନ ପୂର୍ବରୁ ତାଙ୍କର ଦୁଇ ହାତ କଟି ଯାଇଥିବା କାରଣରୁ ଅସହ୍ୟ ଦୁର୍ଗନ୍ଧ ବାହାରୁଥିଲା। ଏଭଳି ଅବସ୍ଥାରେ ସେହି ଯୁବକଙ୍କୁ ଜଗନ୍ନାଥ ସାହୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇ ତାଙ୍କର ସେବାଯତ୍ନ କରି ମାନବିକତା ଦେଖାଇଛନ୍ତି। ଏମିତି କି ଅନ୍ୟମାନଙ୍କ ପାଇଁ ମଧ୍ୟ ଜଗନ୍ନାଥ ସାହୁ ଉଦାହରଣ ସାଜିଛନ୍ତି।

ଅସହାୟ ଯୁବକ ବିମଳ ନାୟକ ଦୀର୍ଘ ଦିନ ଅସୁସ୍ଥ ହେବା ପରେ ମାନସିକ ଭାବେ ଦୁର୍ବଳ ହୋଇ ପଡିଛନ୍ତି। ତାଙ୍କର ପ୍ରକୃତ ଘର ଦାରିଙ୍ଗବାଡ଼ି ବ୍ଲକ ବୁରାଙ୍ଗିଆ ଗାଁରେ ବୋଲି କହୁଥିବା ବେଳେ ତାଙ୍କୁ କିଛି ଦୁର୍ବୃର୍ତ୍ତ ଲିଙ୍ଗାଗଡ଼ ପଂଚାୟତ ବେଟିକଲା ଗାଁରେ ମାଡ ମାରିବା ସହ ବିଦ୍ୟୁତ ଖୁଣ୍ଟରେ ଚଢାଇ ତାଙ୍କ ହାତକୁ ଆଘାତ ପହଞ୍ଚାଇ ଥିଲେ। ହାତ ପୋଡି ଯିବା ସହ ତାଙ୍କର ଦୁଇଟି ହାତ ବର୍ତ୍ତମାନ କଟି ଯାଇଛି। କେମିତି ଓ କେଉଁ ପରିସ୍ଥିତିରେ ବିମଳ ନାୟକଙ୍କ ହାତ କଟିଛି, ସେ ନେଇ ପ୍ରକୃତ ଘଟଣା ଜଣାପଡି ନାହିଁ।

Also Read: କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମାଡ଼ ଥିଓରୀ; ମୁହଁ ଖୋଲିଲେ OAS ସଂଘର ସଭାପତି

ଏଭଳି ଅବସ୍ଥାରେ ବିମଳ ନାୟକ ବିଭିନ୍ନ ସ୍ଥାନରେ ଅସହାୟ ଭାବେ ବୁଲିବା ପରେ ସେ ଆଜି ରାଇକିଆ ବଜାରରେ ପହଁଚି ଥିଲେ। ଏହି ସମୟରେ ଜଗନ୍ନାଥ ସାହୁଙ୍କ ସମେତ ଅନ୍ୟମାନେ ଅସହାୟ ଯୁବକଙ୍କୁ ରାଇକିଆ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ନେଇ ତାଙ୍କର ଚିକିତ୍ସା ଚଳାଇଛନ୍ତି। ଜଗନ୍ନାଥ ସାହୁ, ରାଇକିଆ ବଜାର ଫୁଟପାଥରେ ଚପଲ ବ୍ୟବସାୟ କରୁଛନ୍ତି। ତାଙ୍କର ଏଭଳି ସେବାଯତ୍ନ ଦେଖି ତାଙ୍କୁ ରାଇକିଆ ଅଂଚଳର ବୁଦ୍ଧିଜୀବୀ ଭୁୟସୀ ପ୍ରଶଂସା କରିଛନ୍ତି।

 

 

 

Trending news