କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମାଡ଼ ଥିଓରୀ; ମୁହଁ ଖୋଲିଲେ OAS ସଂଘର ସଭାପତି
X

କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମାଡ଼ ଥିଓରୀ; ମୁହଁ ଖୋଲିଲେ OAS ସଂଘର ସଭାପତି

ସମୀକ୍ଷା ବୈଠକରେ ଜଣେ OAS ଅଫିସରଙ୍କ ଉପରେ ରାଗିବାର ଭିଡିଓ ଭାଇରାଲ ହେଉଛି। ଆଉ ଏହା ଉପରେ OAS ସଂଘର ସଭାପତି ତଥା ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ପ୍ରତିକ୍ରିୟା ଦେଇଛନ୍ତି।

 

କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମାଡ଼ ଥିଓରୀ; ମୁହଁ ଖୋଲିଲେ OAS ସଂଘର ସଭାପତି

ଝାରସୁଗୁଡା: ଗତ କିଛି ଦିନ ହେବ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଚର୍ଚ୍ଚାରେ ଅଛନ୍ତି। କେନ୍ଦୁଝରର ଚମ୍ପୁଆ ପରେ କୁଚିଣ୍ଡା ଓ ଏବେ ମୟୁରଭଞ୍ଜରେ କେନ୍ଦ୍ର ମନ୍ତ୍ରୀ ଶାଳୀନତା ଭୁଲିଯାଇଛନ୍ତି। ସମୀକ୍ଷା ବୈଠକରେ ଜଣେ OAS ଅଫିସରଙ୍କ ଉପରେ ରାଗିବାର ଭିଡିଓ ଭାଇରାଲ ହେଉଛି। ଆଉ ଏହା ଉପରେ OAS ସଂଘର ସଭାପତି ତଥା ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ପ୍ରତିକ୍ରିୟା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କର OAS ଅଧିକାରୀଙ୍କୁ ଆଶାଳୀନ ମନ୍ତବ୍ୟ ଘଟଣାରେ ମୁହଁ ଖୋଲିଲେ OAS ସଂଘର ସଭାପତି। ଗତ ୯ ତାରିଖରେ ମୟୁରଭଞ୍ଜ ଜିଲ୍ଲାର କାର୍ଯ୍ୟକ୍ରମରେ ସାର୍କିଟ ହାଉସ ଠାରେ ADMଙ୍କୁ କେନ୍ଦ୍ର ମନ୍ତ୍ରୀ ଆଶାଳୀନ ଭାଷାର ବ୍ୟବହାର କରିଥିଲେ। ଜଣେ ଉଚ୍ଚ ପଦରେ ଥିବା ମନ୍ତ୍ରୀଙ୍କର ଏଭଳି ଆଶାଳୀନ ମନ୍ତବ୍ୟରେ ଆମେ ଯେତେ ନିନ୍ଦିତ ତାହା ଠାରୁ ଅଧିକ ଆଶ୍ଚର୍ଯ୍ୟ ଏବଂ ଚକିତ ଯେ ଜଣେ ଏପରି କିଭଳି ଭାଷା ବ୍ୟବହାର କରିଛନ୍ତି? ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି।

Also Read: ଦଶହରାରେ ଖୁସି ଖବର! ୨ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ ଦେଶୀ ଟିକା, ଅନୁମତି ଦେଲା DCGI 

'ଝାରସୁଗୁଡ଼ା OAS ସଂଘ ପକ୍ଷରୁ ଆମେ ଘଟଣାକୁ ଆମେ ଦୃଢ଼ ନିନ୍ଦା କରୁଛୁ ଏବଂ ମନ୍ତ୍ରୀଙ୍କ ଠାରୁ ଆଶା କରୁଛୁ ଯେ, ଏଭଳି ବକ୍ତବ୍ୟଠାରୁ ସେ ଦୂରେଇ ରୁହନ୍ତୁ। ଏନେଇ ଆମେ ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କୁ ଅବଗତ କରିବୁ। ଯଦି ଏପରି ଘଟଣା ଆହୁରି ଘଟେ ତେବେ ଆଗାମୀ ସମୟରେ ଆମେ OAS ଅଧିକାରୀମାନେ କେନ୍ଦ୍ର ମନ୍ତ୍ରୀଙ୍କର କାର୍ଯ୍ୟକ୍ରମକୁ ବୟକଟ କରିବୁ' ବୋଲି ସ୍ପଷ୍ଟ ଭାବରେ OAS ସଂଘର ସଭାପତି ସରୋଜ କୁମାର ସାମଲ ଜଣାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ମୟୂରଭଞ୍ଜ ସର୍କିଟ ହାଉସରେ ଚିଲାଥିବା ମରାମତି କାମକୁ ନେଇ ADMଙ୍କୁ କେନ୍ଦ୍ର ମନ୍ତ୍ରୀ ଆଶାଳୀନ ଭାଷାର ବ୍ୟବହାର କରିଥିଲେ। ଏହା ପୂର୍ବରୁ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ସମୀକ୍ଷା ବୈଠକରେ କନିଷ୍ଠ ଯନ୍ତ୍ରୀଙ୍କୁ ଧମକ ଦେଇ ଅପମାନିତ କରିଥିଲେ। ମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଥିଲେ ଯେ, ମୟୂରଭଞ୍ଜ ଗଲେ ତାଙ୍କୁ କିଭଳି ମାଡ ପଡିବ ଓ ସେ କାହାର ଗୋଲାମ ବୋଲି ପ୍ରଶ୍ନ କରି ଗାଳିଗୁଲଜ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Trending news