ଚାଷରେ କନ୍ଧମାଳ ପାଲଟିବ ଆଫଗାନିସ୍ଥାନ, ସାରା ଭାରତରେ ଏକ ନମ୍ବର ଚାହିଦା
Advertisement
Article Detail0/zeeodisha/odisha1178000

ଚାଷରେ କନ୍ଧମାଳ ପାଲଟିବ ଆଫଗାନିସ୍ଥାନ, ସାରା ଭାରତରେ ଏକ ନମ୍ବର ଚାହିଦା

ସବୁଜ ଜହରରେ ଉବୁଟୁବୁ କନ୍ଧମାଳ, ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ ଚାଷ । ଏହାର ଦମନ ପାଇଁ ପ୍ରଶାସନ, ପୋଲିସ ଅବକାରୀ ବିଭାଗର ବହୁ ଚେଷ୍ଟା ପରେ ବଢି ଚାଲିଛି ବେଆଇନ ଗଞ୍ଜେଇ ଚାଷ । ବଣ ପାହାଡ ଅପହଞ୍ଚ ଇଲାକାର ଫାଇଦା ନେଇ ଗଞ୍ଜେଇ ଚାଷର ଏକ ନଂବର ହବ୍ ପାଲଟିଛି କନ୍ଧମାଳ ଜିଲ୍ଲା । କମ ପରିଶ୍ରମରେ ଅଧିକା ରୋଜଗାର ଲୋଭରେ ଏବେ ସ୍ଥାନୀୟ ଲୋକ ପରିବା ଓ ଧାନ ଚାଷକୁ ଛାଡି  ଗଞ୍ଜେଇ ଚାଷକୁ ଆପଣେଇଲେଣି। ଏହା ବାଦ ଅନ୍ତଃରାଜ୍ୟ ଗଂଜେଇ ମାଫିଆ, ସ୍ଥାନୀୟ ମାଫିଆ ସହ ମିଶି ଏହି ଚାଷକୁ ପ୍ରୋତ୍ସାହନ ଯୋଗାଉଛନ୍ତି । ତା ସହ ଅସାଧୁ ସରକାରୀ କର୍ମଚାରୀ, ଗୁଣ୍ଡା ଓ ମାଓ ସମର୍ଥକ ଏହାକୁ ସମର୍ଥନ ଦେଉଛନ୍ତି ।  

ଚାଷରେ କନ୍ଧମାଳ ପାଲଟିବ ଆଫଗାନିସ୍ଥାନ, ସାରା ଭାରତରେ ଏକ ନମ୍ବର ଚାହିଦା

(ରିପୋର୍ଟ:-ଚିତ୍ତରଞ୍ଜନ ନାୟକ )

କନ୍ଧମାଳ :-ବଣ ପାହାଡ ପ୍ରାକୃତିକ ସବୁଜିମା ଭରା କନ୍ଧମାଳ ଜିଲ୍ଲା ନିଜର ନିଆରା ପରିଚୟ ପାଇଁ ବିଶ୍ବ ପ୍ରସିଦ୍ଧ । ଏହାର ଜୈବିକ ଚାଷ ଓ ସ୍ବତନ୍ତ୍ର ଦେଶୀ ହଳଦୀ ପାଇଁ ପ୍ରସିଦ୍ଧି ଲାଭ କରିଛି ଜିଲ୍ଲା । ସବୁଜିମା ଭରା ପାହାଡ ବଳୟ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଆଉ ଏହି ବଣ ପାହାଡ ଅଗନା ଅଗନି ଘଞ୍ଚ ଜଂଗଲ ଓ ଯୋଗୋଯୋଗ ବିଛିନ୍ନ ପାହାଡି ଇଲାକା ଗଂଜେଇ ଚାଷୀଙ୍କୁ ନିଜ ଆଡକୁ ଆକର୍ଷିତ କରିଛି । ଜିଲ୍ଲାର  କିଛି ଏରିଆରେ ଏବେ ମୁଖ୍ୟ ଚାଷ ପାଲଟିଛି ଗଞ୍ଜେଇ । ଦୁର୍ଗମ ଅଞ୍ଚଳର ନୀରିହ ଆଦିବାସୀଙ୍କୁ ହାତ କରି ସେମାନଙ୍କ ମାଧ୍ୟମରେ ଚାଷ କରି ମାଲେମାଲ ହେଉଛନ୍ତି କିଛି ପରଦା ପଛରେ ଥିବା ଭଦ୍ରବ୍ୟକ୍ତି । ଏବଂ ଯୁବ ସମାଜକୁ ମଧ୍ୟ ବ୍ୟବହାର କରାଯାଉଛି । ନିରୀହ ଗରିବ ଆଦିବାସୀଙ୍କୁ କେବଳ ଦିନ ମଜୁରୀ ଦେଇ କୋଟି କୋଟି ଟଙ୍କା କମାଉଛନ୍ତି ମାଫିଆ ।



ଯଦି ଗଞ୍ଜେଇ ଚାଷ ପଦ୍ଧତିକୁ ନଜର ଦିଆଯିବ ତେବେ ଜିଲ୍ଲାରେ ବର୍ଷା ଋତୁ ପରେ ଆରମ୍ଭ ହୋଇଥାଏ ଗଞ୍ଜେଇ ଚାଷ । ପାହାଡି ଉଷ୍ମ ଓ ଗଡାଣିଆ ଜମିରେ ଏହା ଭଲ ଚାଷ ହୋଇଥାଏ । ପ୍ରଥମ ତଳି ପରେ 10 ଫୁଟ୍ ଛାଡି ଲଗାଯାଏ ଏହି ଚାରା । ଗଞ୍ଜେଇ ଗଛର ଯତ୍ନ ବେସ ଗୁରତ୍ବ ପୁର୍ଣ ସହ ନେଇଥାନ୍ତି ମାଫିଆ ଚାଷୀ । ପ୍ରତି ଦୁଇ ଦିନରେ ଗୋଟାଏ ଗଛ ପିଛା 50 ଲିଟର ପାଣି ବ୍ୟବହାର କରାଯାଇଥାଏ । ତାହା ସହ ଭଲ ପିକ ବା କଲି ଧରିବା ନିମନ୍ତେ ଉନ୍ନତ ଧରଣ ସାର ସହ ଛେଳିମଳ ଖତ ଓ ଗାଇ ଗୋବର ଖତ ବ୍ୟବହାର ହୋଇଥାଏ । ଦିର୍ଘ ତିନମାସ ଯତ୍ନ ପରେ ଗଛର କଲିକୁ କାଟି ସାଇକେଲ ଟିୟୁବରେ ଟାଇଟ କରି ବାନ୍ଧି ରଖିବା ପରେ ପ୍ରସ୍ତୁତ ହୋଇଥାଏ କଲି ଗଞ୍ଜେଇ । ପରିଶ୍ରମ ଅନୁସାରେ 1 କିଲୋ ଗଞ୍ଜେଇ ପିଛା ଚାଷୀଙ୍କ ଠାରୁ ମାଫିଆ ସାତ ଶହରୁ ହଜାରେ ଟଙ୍କା ଦେଇ ଚାଲାଣକାରି ଜିଲ୍ଲା ବାହାରକୁ ଏବଂ ପରେ ରାଜ୍ୟ ବାହାରେ ଗଞ୍ଜେଇକୁ ପଠାଇଥାନ୍ତି । ପାଖାପାଖି ଭୁବନେଶ୍ବର, ମୁନିଗୁଡା ,ବ୍ରହ୍ମପୁର ଓ କଳାହାଣ୍ଡି ବଜାରରେ ଏହାର କିଲୋ ପିଛା 5 ହଜାର ରହି ଥିବା ବେଳେ ରାଜ୍ୟ ବାହାରେ ଏହାର ଚାହିଦା 10 ହଜାର ବିକୁଥିବା ଅନୁମାନ କରାଯାଉଛି । ଜିଲ୍ଲାରେ ଯେଉଁ ପରିମାଣରେ ଗଞ୍ଜେଇ ଚାଷ ହୁଏ ସେହି ପରିମାଣ ପ୍ରଶାସନ କାଯ୍ୟପନ୍ଥା ଦେଖିବାକୁ ମିଳୁନାହିଁ । ସେମିତି ନୁହେଁ କି ପ୍ରଶାସନ ଦୃଷ୍ଟି ଦେଉନାହିଁ ।

 ଯଦି ପୋଲିସ ପ୍ରଶାସନକୁ ଦୃଷ୍ଟି ଦିଆଯିବ ତେବେ 2012/13  ଆର୍ଥିକ ବର୍ଷରେ 36 ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା । ସେହିପରି 2013/14 ଆର୍ଥିକ ବର୍ଷରେ 243 ଏକର , 2014/15 ଆର୍ଥିକ ବର୍ଷରେ 727 ଏକର 2016/17  ବର୍ଷରେ 1341 ଏକର ଏବଂ 2017/18ରେ 2400 ଏକର 2018/19ରେ 4000 ଏକର 2019/20ରେ 9000 ଏକର, 2020/21ରେ ଏହା ବଢି 22 ହଜାର ଏକର 2021/22  ଏହା ବଢି 40 ହଜାର ଏକର ଜମିରୁ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି ପୋଲିସ ଓ ଅବକାରୀ ବିଭାଗ । ଯାହାର ଆନୁମାନିକ ମୁଲ୍ୟ କୋଟି କୋଟି ଟଙ୍କାରେ ଗଣତି କରାଯାଇଛି। କିଛି ବର୍ଷରେ 500ରୁ ଉର୍ଦ୍ଧ ଗଞ୍ଜେଇ ମାଫିଆ ଙ୍କ ବିରୋଧରେ କେସ୍ କରି ଜେଲକୁ ପଠାଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେଉଁ ସବୁ ଚାଷ ଜମିରେ ଗଞ୍ଜେଇ ନଷ୍ଟ କରାଯାଇଛି ତାହା ମାଲିକ ହେଉଛନ୍ତି ଜଙ୍ଗଲ ବିଭାଗ । ଜଙ୍ଗଲ ବିଭାଗର ସବୁ ରେଞ୍ଜରେ ବନ ବିଭାଗ ଫରେଷ୍ଟର, ଗାର୍ଡ ଓ ରେଞ୍ଜର ଦିନରାତି ଜଙ୍ଗଲ ବୁଲୁଥିବା ଦର୍ଶାଉଥିବା ବେଳେ କେମିତି ହଜାର ହଜାର ଏକର ଜମିରେ ଗଞ୍ଜେଇ ଚାଷକୁ ଅଣଦେଖା କରି ଅନ୍ଧପୁଟୁଳି ବାନ୍ଧି ରଖିଛନ୍ତି ଏହାକୁ ନେଇ ବୁଦ୍ଧିଜୀବୀ ସନ୍ଦେହ ସୃଷ୍ଟି କରିଛନ୍ତି । ଯଦି ଓ ଗଞ୍ଜେଇ ଚାଷ ଜିଲ୍ଲାର କିଛି ଅଞ୍ଚଳରେ ଆର୍ଥିକ ମେରୁଦଣ୍ଡକୁ ମଜଭୁତ କରିଛି ସେହି ପରିମାଣରେ ଅପରାଧ ମଧ୍ୟ ବଢୁଥିବା ନଜିର ରହିଛି । ଯେଉଁ ଭଳି ଭାବରେ ଜିରୋ କନେକ୍ଟଭିଟ ଅଞ୍ଚଳରେ କୁହନ୍ତୁ ବା ମାଓ ପ୍ରବଣ ଅଞ୍ଚଳରେ ପୋଲିସ ଯିବା ସମ୍ଭବ ନୁହେଁ ସେହି ଅଞ୍ଚଳରେ ଗଞ୍ଜେଇ ଚାଷ ଦୃତ ଗତିରେ ବଢୁଥିବା ଅନୁମାନ କରାଯାଇଛି । ତେବେ କିଛି ବୁଦ୍ଧିଜୀବୀ ମତରେ ବେରୋଜଗାର ଏବଂ ଗଞ୍ଜେଇର ବିକଳ୍ପ ଚାଷ ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ଏବଂ ପୋଲିସ, ଅବକାରୀ ଏବଂ ତୃଣମୂଳ ସ୍ଥରରେ କାଯ୍ୟକରୁଥିବା ବନ ବିଭାଗର ମିଳିତ ଅପେରସନ ଏହା ଗଞ୍ଜେଇ ଚାଷ କୋଣ୍ଟ୍ରୋଲ ହୋଇପାରିବ ବୋଲି ମତ ପ୍ରକାଶ କରିଛନ୍ତି ।