କରାଟେ ଚମ୍ପିୟାନସିପ: କଳାହାଣ୍ଡି ପାଇଲା ୩ ସ୍ଵର୍ଣ ପଦକ
Advertisement
Article Detail0/zeeodisha/odisha1218831

କରାଟେ ଚମ୍ପିୟାନସିପ: କଳାହାଣ୍ଡି ପାଇଲା ୩ ସ୍ଵର୍ଣ ପଦକ

ଳାହାଣ୍ଡି ଜିଲ୍ଲାର ମୁଖ୍ୟ କୋଚ କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ୭ ଜଣ ଖେଳାଳି ଅଂଶଗ୍ରହଣ କରି ପଦକ ହାସଲ କରିଥିଲେ।

କରାଟେ ଚମ୍ପିୟାନସିପ: କଳାହାଣ୍ଡି ପାଇଲା ୩ ସ୍ଵର୍ଣ ପଦକ

କଳାହାଣ୍ଡି: ଓଡିଶା ଉଷୁ ସଙ୍ଘ ପକ୍ଷରୁ ଜିଲ୍ଲାରେ ଆୟୋଜିତ ହୋଇଯାଇଛି ରାଜ୍ୟ ସ୍ତରୀୟ କରାଟେ ଚମ୍ପିୟାନସିପ। ଏହି ଚମ୍ପିୟାନସିପରେ ୩୦୦ ରୁ ଉର୍ଦ୍ଧ୍ବ କ୍ୟାଡଟ, ଉପ କନିଷ୍ଠ, କନିଷ୍ଠ ଏବଂ ବରିଷ୍ଠ ବର୍ଗର ଖେଳାଳି ଭାଗ ନେଇଥିଲେ। ଏହି ଚମ୍ପିୟାନସିପ ଗତ ୧୦ ତାରିଖରେ ଷ୍ଟେଟ ଜଜ ସେମିନାର ହୋଇଥିଲା ଏବଂ ଗତ ୧୧ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ଚମ୍ପିୟାନଶିପ ଇଭେଣ୍ଟ ହୋଇଥିଲା। ଏହି ଚମ୍ପିୟାନସିପ ରେ କଳାହାଣ୍ଡି ଜିଲ୍ଲାର ମୁଖ୍ୟ କୋଚ କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ୭ ଜଣ ଖେଳାଳି ଅଂଶଗ୍ରହଣ କରି ପଦକ ହାସଲ କରିଥିଲେ। 

ଫାଇଟିଂ ଇଭେଣ୍ଟରେ ବୈଭବ ସାହୁ କ୍ୟାଡ଼େଟ ବର୍ଗରେ ସ୍ଵର୍ଣ ପଦକ ହାସଲ କରିଥିବା ବେଳେ କନିଷ୍ଠ ବର୍ଗ ଫାଇଟିଂ ରେ ପାର୍ଥ ସାରଥୀ ରାଉତ ସ୍ଵର୍ଣ ପଦକ ହାସଲ କରିଛନ୍ତି। ସେହିଭଳି ଉପ କନିଷ୍ଠ ବର୍ଗରେ ଫାଇଟିଂ ରେ ଜିଲ୍ଲାର ଲୋକେଶ ରଞ୍ଜନ ନିଆଲ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପ୍ରତ୍ୟୁଷ ମୁଣ୍ଡ ଏବଂ ଆର ଶ୍ରୀୟାସଂ ଆଚାର୍ଯ୍ୟ ଉପ କନିଷ୍ଠ ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ। ସେହିପରି କ୍ୟାଡ଼େଟ ବାଳିକା ବର୍ଗରେ ଆର ତେଜସ୍ୱନୀ କାଂସ୍ୟ ପଦକ ହାସଲ କରି କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ଖେଳାଳି ଆଗାମୀ ଦିନରେ ହିମାଚଳ ପ୍ରଦେଶ ଠାରେ ହେବାକୁ ଥିବା ଚମ୍ପିୟାନସିପରେ ଅଂଶଗ୍ରହଣ କରିବେ। ଏହି ଖବର ଆସିବା ପରେ ଏହି ଖେଳାଳିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।