Odisha News: ଝାରପଡ଼ା ଜେଲରେ ଜଗବନ୍ଧୁଙ୍କ ଲାଗି ସାବିତ୍ରୀ ପାଳିଲେ ଅର୍ଚ୍ଚନା ନାଗ
Advertisement

Odisha News: ଝାରପଡ଼ା ଜେଲରେ ଜଗବନ୍ଧୁଙ୍କ ଲାଗି ସାବିତ୍ରୀ ପାଳିଲେ ଅର୍ଚ୍ଚନା ନାଗ

Odisha News: ଝାରପଡ଼ା ଜେଲରେ ରହି ସ୍ବାମୀ ଜଗବନ୍ଧୁଙ୍କ ଲାଗି ଉପବାସ କଲେ ଅର୍ଚ୍ଚନା ନାଗ । ୨୩ ଜଣ ମହିଳା ଅନ୍ତେବାସୀ ମଧ୍ଯ ସାବିତ୍ରୀ ପାଳନ କରିଛନ୍ତି । ସୂଚନା ଅନୁସାରେ, ଜେଲ ପକ୍ଷରୁ ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସାବିତ୍ରୀ ବତ୍ର ପାଳନ ଲାଗି ସମସ୍ତ ସଧବା ମହିଳା ଅନ୍ତବାସୀଙ୍କୁ ନୂଆ ଶାଢୀ, ଭୋଗ, ସଙ୍ଖା ଓ ସିନ୍ଦୁର ଇତ୍ୟାଦି ଯୋଗାଇ ଦିଆଯାଇଥିଲା । 

ସୌ(ସୋସିଆଲ ମିଡିଆ)

Odisha News: ଆଜି ପବିତ୍ର ସାବିତ୍ରୀ ବ୍ରତ (savitri vrat ) । ସ୍ବାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ସଧବା ନାରୀମାନେ ଏହି ବ୍ରତ ପାଳନ କରିଥାଆନ୍ତି। ଏନେଇ ଚଳଞ୍ଚଳ ଗାଁଠୁ ସହର । ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ଏହି ବ୍ରତ ପାଳନ କରାଯାଇଥାଏ । ଏହି ଦିନ ସଧବା ନାରୀମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଶୁଭ ମନାସୀ ଦିନ ତମାମ ଉପବାସ ରହି ମନ୍ଦିରରେ ପୂଜାର୍ଚ୍ଚନା କରିଥାଆନ୍ତି । ସକାଳୁ ପୂଜା ଥାଳି ଧରି ମଥାରେ ସିନ୍ଦୁର, ହାତରେ ନାଲି ଶଙ୍ଖା, ନୂଆ ଶାଢୀ ପିନ୍ଧି ସତ୍ୟବାନଙ୍କ ଶୁଭ ମନାସୀ ଥାଆନ୍ତି । ତେବେ ସବୁଆଡ଼େ ସଧବା ମାନେ ସାବିତ୍ରୀ ବତ୍ର ପାଳନ କରୁଥିବାବେଳେ ଜେଲ ଭିତରେ ଦଣ୍ତ ଭୋଗୁଥିବା ଲେଡ଼ି ବ୍ଲାକମେଲର ମଧ୍ୟ ଆଜି ପାଳିଛନ୍ତି ସାବିତ୍ରୀ ବ୍ରତ । ଝାରପଡ଼ା ଜେଲରେ (jharsuguda jail) ରହି ସ୍ବାମୀ ଜଗବନ୍ଧୁଙ୍କ ଲାଗି ଉପବାସ କଲେ ହନିଟ୍ରାପ କୁଇନ୍ । ଖାଲି ଅର୍ଚ୍ଚନା ନାଗ (Archana Nag) ନୁହେଁ ୨୩ ଜଣ ମହିଳା ଅନ୍ତେବାସୀ ମଧ୍ଯ ସାବିତ୍ରୀ ପାଳନ କରିଛନ୍ତି । ସୂଚନା ଅନୁସାରେ, ଜେଲ ପକ୍ଷରୁ ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସାବିତ୍ରୀ ବତ୍ର ପାଳନ ଲାଗି ସମସ୍ତ ସଧବା ମହିଳା ଅନ୍ତବାସୀଙ୍କୁ ନୂଆ ଶାଢୀ, ଭୋଗ, ସଙ୍ଖା ଓ ସିନ୍ଦୁର ଇତ୍ୟାଦି ଯୋଗାଇ ଦିଆଯାଇଥିଲା । ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଲାଗି ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

 

ପ୍ରକାଶ ଥାଉ, ଚଳିତ ବର୍ଷ, ଏପ୍ରିଲ୍ ୧୧ ତାରିଖରେ ଲେଡି୍ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଅର୍ଚ୍ଚନାଙ୍କୁ ଗୋଟିଏ କେସରେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ(Odisha high court) ।  (Odia Film Maker Akshay Parija )ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ତେବେ ଅର୍ଚ୍ଚନାଙ୍କୁ ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନଯିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଅର୍ଚ୍ଚନାଙ୍କ (Archana Nag) ନାଁରେ ଏକାଧିକ ମାମଲା ଥିବାରୁ ଏବେ ସେ ଜେଲରୁ ବାହାରି ପାରିବେନି । ଅର୍ଚ୍ଚନାଙ୍କ (Archana Nag) ବିରୋଧରେ ଆଉ ଦୁଇଟି ମାମଲା ରହିଛି । ଅର୍ଚ୍ଚନାଙ୍କ ବିରୋଧରେ ଶ୍ରଦ୍ଧାଞ୍ଜଳି କରିଥିବା ଏତଲା ଆଧାରରେ ଖଣ୍ଡଗିରି ଥାନାରେ ହୋଇଥିବା ମାମଲା ଓ ଇଡି ପକ୍ଷରୁ ତଦନ୍ତ ମାମଲା ଏବେବି କୋର୍ଟରେ ବିଚାରାଧୀନ ଅଛି । ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିଥିଲା ଇଡି । 

ଏହା ବି ପଢନ୍ତୁ-Vande Bharat Express: ପୁରୀ-ହାୱଡ଼ା ବନ୍ଦେ ଭାରତରେ ଯାତ୍ରୀଙ୍କୁ ପରସା ଯିବ ଏହିସବୁ ଖାଦ୍ୟ, ଏତିକି ରହିଛି ଟିକେଟ୍ ମୂଲ୍ୟ

ଗତବର୍ଷ ଅକ୍ଟୋବର ମାସରେ ଅର୍ଚ୍ଚନା ଗିରଫ ହୋଇଥିବା ବେଳେ ୧୭ ତାରିଖରେ ତାଙ୍କ ଜାମିନକୁ ନାମଞ୍ଜୁର କରିଥିଲେ ଏସଡିଜେଏମ୍ କୋର୍ଟ । ଏହାପରେ ୨୧ ତାରିଖରେ ଭୁବନେଶ୍ୱରସ୍ଥିତ ସତ୍ୟବିହାର ବାସଭବନରୁ ଜଗବନ୍ଧୁଙ୍କୁ ଗିରଫ କରିଥିଲା ପୋଲିସ। ହେଲେ ଗତ ମାର୍ଚ୍ଚ ମାସ ୧୫ ତାରିଖରେ ଜଗବନ୍ଧୁଙ୍କୁ ଜାମିନ ମିଳିଥିଲା । ହେଲେ ଏଯାଏଁ ଜେଲରୁ ବାହାରି ପାରିନାହାନ୍ତି ଜଗବନ୍ଧୁ (Jagabandhu) । ତାଙ୍କ ବିରୋଧରେ ଥିବା ୩ଟି ମାମଲାରୁ ମାତ୍ର ଗୋଟିଏରେ ତାଙ୍କୁ ଗୋଟିଏ ସର୍ତ୍ତମୂଳକ ଜାମିନ ମିଳିଛି । ଜଗବନ୍ଧୁଙ୍କ ନାଁରେ ନୟାପଲ୍ଲୀ ଥାନା (Nayapalli police station) ଓ ଇଡିରେ (ED) ମଧ୍ୟ ମାମଲା ରହିଛି ।

ଏହା ବି ପଢନ୍ତୁ-Odisha News: ବାହାଘରରେ ଭୋଜି ଖାଇଲେନି ବରଯାତ୍ରୀ, ବାଇକ ଡ଼ିମାଣ୍ତ କରି ବର ଅଟକ