Khordha News: ଦାଦନ ହୋଇ ଯାଇଥିଲେ, ଶବ ହୋଇ ଫେରିଲେ
Advertisement
Article Detail0/zeeodisha/odisha1705138

Khordha News: ଦାଦନ ହୋଇ ଯାଇଥିଲେ, ଶବ ହୋଇ ଫେରିଲେ

Khordha News:  କାମ ଧନ୍ଦା ଅଭାବରୁ ଦୈନିକ ରାଜ୍ୟ ବାହାରକୁ ଯାଉଛନ୍ତି ହଜାର ହଜାର ବେକର ଯୁବକ ଯୁବତୀ । କିଏ ଦଲାଲ ମାଧ୍ୟମରେ ଯାଉଛି ତ ଆଉ କିଏ କମ୍ପାନୀର ସହଯୋଗରେ ଯାଇ ରାଜ୍ୟ ବାହାରେ ଇଟାଭାଟି କି ଲୁଗାକଳରେ କାମ କରୁଛି । ଦାଦନ ଖଟିବାକୁ ଯାଇ ସେଠାରେ ନିର୍ଯ୍ୟାତନା ଶୀକାର ମଧ୍ୟ ହେଉଛନ୍ତି । ରାଜ୍ୟ ବାହାରକୁ ଖଟିବାକୁ ଯାଇ ଜୀବନ ହାରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବିରକେଶପୁର ଗାଁର ବାବୁଲି ବିଶ୍ବାଳ । ପଢନ୍ତୁ ପୂରା ରିପୋର୍ଚ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Khordha News: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଦାଦନ ସମସ୍ୟା (dadan problem)। କାମ ଧନ୍ଦା ଅଭାବରୁ ଦୈନିକ ରାଜ୍ୟ ବାହାରକୁ ଯାଉଛନ୍ତି ହଜାର ହଜାର ବେକର ଯୁବକ ଯୁବତୀ । କିଏ ଦଲାଲ ମାଧ୍ୟମରେ ଯାଉଛି ତ ଆଉ କିଏ କମ୍ପାନୀର ସହଯୋଗରେ ଯାଇ ରାଜ୍ୟ ବାହାରେ ଇଟାଭାଟି କି ଲୁଗାକଳରେ କାମ କରୁଛି ।  ଦାଦନ ଖଟିବାକୁ ଯାଇ ସେଠାରେ ନିର୍ଯ୍ୟାତନା ଶୀକାର ମଧ୍ୟ ହେଉଛନ୍ତି । ନିର୍ଯ୍ୟାତନା ଶୀକାର ହୋଇ କିଏ ଜୀବନ ହାରୁଛି ତ ଆଉ କିଏ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିର୍ଯ୍ୟାତନାରେ ମୃତ୍ୟୁବରଣ କରୁଛି। ଏ-ଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବିରକେଶପୁର ଗାଁରେ (MIgrant labourers dead body return to home in Khordha) । 

ସୂଚନା ଅନୁସାରେ, ଖୋର୍ଦ୍ଧା (Khordha) ଜିଲ୍ଲା ବିରକେଶପୁର ଗାଁର ବାବୁଲି ବିଶ୍ୱାଳ(୪୭) ଦୀର୍ଘ ୧୦ବର୍ଷ ଧରି ସୁଦୂର ଓମାନ ଦେଶରେ ଆଲଦ୍ରାକ ଟ୍ରେଣ୍ଡିଙ୍ଗ ଆଣ୍ଡ ଏଲଏଲସି କମ୍ପାନୀରେ କାର୍ଯ୍ୟକରି ଆସୁଥିଲେ। ଗତ ୨୦୧୯ ମସିହା କରୋନା ସମୟରୁ ଉକ୍ତ କମ୍ପାନୀକୁ କାମ କରିବାକୁ ଯାଇ ବାବୁଲି ଆଉ ଘରକୁ ଫେରି ନଥିଲେ । ସେଠାରେ ସେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ଯ୍ୟାତନା ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ମାତ୍ର, ଗତ ୧୦/୧୧/୨୦୨୨ରିଖରେ କମ୍ପାନୀର ମ୍ୟାନେଜର ଫୋନ ମାଧ୍ୟମରେ ବାବୁଲି ବିଶ୍ୱାଳଙ୍କର ମୃତ୍ୟୁ ଖବର ତାଙ୍କ ପରିବାରଙ୍କୁ ଜଣାଇଥିଲେ। ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ସ୍ତ୍ରୀ ଭାଙ୍ଗି ପଡିଥିବା ବେଳେ ପରିବାରରେ ଶୋକର ଛାୟା ଖେଳି ଯାଇଥିଲା। ଏବଂ ମୃତଦେହ  ଗାଁକୁ ଆଣିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ କହିଥିଲେ ବାବୁଲିଙ୍କ ପରିବାର ଲୋକେ । ହେଲେ କମ୍ପାନୀ କର୍ତ୍ତୃପକ୍ଷ ସେଭଳି କିଛି ସହଯୋଗ କରି ନଥିଲେ। 

ଏହାବି ପଢନ୍ତୁ : Archana Nag Honey Trap Case: ଫସିଗଲେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି, ଯେଉଁଠି ଦେଖିବ ପୋଲିସ୍ ସେଇଠି କରିବ ଗିରଫ

ଏହାବି ପଢନ୍ତୁ : Balangir Royal Family Dispute: ଥାନାକୁ ଘୋଷଡ଼ା ହେବେ ବଲାଙ୍ଗୀର ରାଜ ପରିବାରର ଏହି ପାଞ୍ଚ ସଦସ୍ୟ!

ମୃତଦେହ ଫେରାଇ ଆଣିବାକୁ ପରିବାର ତରଫରୁ ସେତେବେଳେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ,ରାଜ୍ୟ ଶ୍ରମ ଅଧିକାରୀଙ୍କୁ ଇମେଲ ଜରିଆରେ ଜଣାଇଥିଲେ ମଧ୍ୟ ଦୀର୍ଘ ଛଅମାସ ପରେ ଉକ୍ତ କମ୍ପାନୀ ବାବୁଲିଙ୍କ ମୃତଦେହ ପଠାଇଥିଲେ। ସମାଜସେବୀ ବାବୁଲି ସାହୁଙ୍କ ସହାୟତାରେ ଓମାନ ଦୂତବାସ ସହ ଯୋଗାଯୋଗ କରି ମୃତଦେହକୁ ଫେରାଇ ଆଣିଥିଲେ। ଏବଂ ସ୍ବର୍ଗଦ୍ୱାରରେ ତାଙ୍କର ମୃତଦେହ ଦାହ କରିଛନ୍ତି ପରିବାର ଲୋକେ । କିନ୍ତୁ କମ୍ପାନୀ ଦ୍ୱାରା କୌଣସି କ୍ଷତିପୂରଣ ବାବୁଲି ବିଶ୍ବାଳଙ୍କ ପରିବାରକୁ ମିଳି ନଥିବା ଅଭିଯୋଗ ହୋଇଛି। 

ଏହାବି ପଢନ୍ତୁ :  Shukra Gochar 2023: ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଏହି ମହାସଂଯୋଗ, ଆଜିଠୁ ଖୋଲିଲା ଏହି ତିନି ରାଶିର ଭାଗ୍ୟ, ବର୍ଷିବ ଟଙ୍କା!

ବାବୁଲିଙ୍କ ପରିବାର ଏକ ଗରିବ ଶ୍ରେଣୀର ହୋଇଥିବା ବେଳେ ବାବୁଲିଙ୍କ ରୋଜଗାରରେ ବୁଢା ବାପାଙ୍କ ସମେତ ସ୍ତ୍ରୀ, ତିନିଝିଅ ଓ ଗୋଟିଏ ପୁଅ ସଂପୂଣ୍ଣ ନିର୍ଭର କରି ଚଳନ୍ତି। । ତେବେ, କହିବାକୁ ଗଲେ ବାବୁଲିଙ୍କ ବିୟୋଗ ଯୋଗୁଁ ତାଙ୍କ ପରିବାର ଲୋକେ ବହୁ କଷ୍ଟରେ ଚଳୁଛନ୍ତି । ପ୍ରସାଶନ ନାଁ କମ୍ପାନୀ ପକ୍ଷରୁ ତାଙ୍କ ପରିବାରକୁ କୌଣସି ପ୍ରକାର ଆର୍ଥିକ ସହାୟତା କରାଯାଇ ନଥିବା ଅଭିଯୋଗ ହୋଇଛି।