ଗାଁକୁ କି ଦୋଷ ଲାଗିଛି? ନାଚ, ଗୀତ ସହ ପୂଜାର୍ଚ୍ଚନା ଚାଲିଛି
Advertisement

ଗାଁକୁ କି ଦୋଷ ଲାଗିଛି? ନାଚ, ଗୀତ ସହ ପୂଜାର୍ଚ୍ଚନା ଚାଲିଛି

୫ଜି ଯୁଗରେ ମଣିଷ ଚନ୍ଦ୍ର ପୁଷ୍ଠରେ ଘର କରିବା କଥା ଚିନ୍ତା କଲାଣି। ମୃତ ବ୍ୟକ୍ତିଙ୍କୁ ଜୀବିତ କରିବା ଓ ନିଜ ଜ୍ଞାନ କୌଶଳରେ ପ୍ରତ୍ୟକ କାର୍ଯ୍ୟକୁ ସହଜରେ ଓ ଶୀଘ୍ର କରିବା ପାଇଁ ବିଭିନ୍ନ ପଦ୍ଧତି ଅପଣାଉଛି। କିନ୍ତୁ ବର୍ତ୍ତମାନ ବି ଅନେକ ସ୍ଥାନରେ ସଚେତନତାର ଅଭାବ ଯୋଗୁଁ ଗ୍ରାମବାସୀଙ୍କ ମନରେ ଅନ୍ଧ ବିଶ୍ୱାସ ଭରି ରହିଛି। ଆଉ ଏହି ଅନ୍ଧ ବିଶ୍ୱାସ ପାଇଁ ଅନେକ ଲୋକଙ୍କ ଜୀବନ ଯାଉଛି। 

ଗାଁକୁ କି ଦୋଷ ଲାଗିଛି? ନାଚ, ଗୀତ ସହ ପୂଜାର୍ଚ୍ଚନା ଚାଲିଛି

ମାଲକାନଗିରି: ମଣିଷ ଯାଇ ମହାକାଶରେ ପହଞ୍ଚିଲାଣି, କିନ୍ତୁ ଆଜି ମଧ୍ୟ କିଛି ଲୋକ ଅନ୍ଧ ବିଶ୍ୱସର ସେହି ଅନ୍ଧ ଗଳିରେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ନା ପ୍ରଶାସନ ନିଜ ଆଡୁ କୌଣସି ପଦକ୍ଷେପ ନେଉଛି ନା ଲୋକେ ସେହି ମାୟାଜାଲରୁ ବାହାରିବାକୁ ଚେଷ୍ଟା କରୁଛନ୍ତି। ଗାଁରୁ ଦୋଷ ଦୂର ପାଇଁ ହରିଚାନ୍ଦ ପୂଜା ଚାଲିଛି। ଏହି ପୂଜା କଲେ ଗାଁକୁ ଲାଗିଥିବା ଦୋଷ କଟିବ। ଏହି ବିଶ୍ୱାସ ନେଇ ଶହ ଶହ ଗ୍ରାମବାସୀ ନଡ଼ିଆ, କଦଳୀ ସହ ସହ ନାଚି, ଗାଇ ପୂଜାପାଠ କରୁଛନ୍ତି। ତେବେ ଏହି ଭଳି ଚିନ୍ତାଜନକ ଦୃଶ୍ୟ ମାଲକାନଗିରିର କାଲିମେଳା ବ୍ଲକରେ ଦେଖିବାକୁ ମିଳିଛି।

୫ଜି ଯୁଗରେ ମଣିଷ ଚନ୍ଦ୍ର ପୁଷ୍ଠରେ ଘର କରିବା କଥା ଚିନ୍ତା କଲାଣି। ମୃତ ବ୍ୟକ୍ତିଙ୍କୁ ଜୀବିତ କରିବା ଓ ନିଜ ଜ୍ଞାନ କୌଶଳରେ ପ୍ରତ୍ୟକ କାର୍ଯ୍ୟକୁ ସହଜରେ ଓ ଶୀଘ୍ର କରିବା ପାଇଁ ବିଭିନ୍ନ ପଦ୍ଧତି ଅପଣାଉଛି। କିନ୍ତୁ ବର୍ତ୍ତମାନ ବି ଅନେକ ସ୍ଥାନରେ ସଚେତନତାର ଅଭାବ ଯୋଗୁଁ ଗ୍ରାମବାସୀଙ୍କ ମନରେ ଅନ୍ଧ ବିଶ୍ୱାସ ଭରି ରହିଛି। ଆଉ ଏହି ଅନ୍ଧ ବିଶ୍ୱାସ ପାଇଁ ଅନେକ ଲୋକଙ୍କ ଜୀବନ ଯାଉଛି। ତେବେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଚିତ୍ରାଙ୍ଗପାଲି ଅନ୍ତର୍ଗତ ଏନ୍ତାଗୁଡା ଗ୍ରାମରେ ହରିଚାନ୍ଦ ପୂଜା କରାଯାଉଛି।

Also Read: ଗୁଣି-ଗାରେଡି ସନ୍ଦେହରେ ୩ ଜଣ ମହିଳାଙ୍କୁ ପିଟିପିଟି ହତ୍ୟା, ୮ ଜଣ ଗିରଫ

ଏନ୍ତାଗୁଡା ଗାଁରେ କୁଆଡେ ଦୋଷ ଲାଗିଛି। ଆଉ ହରିଚାନ୍ଦ ପୂଜା କଲେ ଏହି ଦୂର ହୁଏ। ସେହି ବିଶ୍ୱାସରେ ନୀରିହ ଗ୍ରାମବାସୀ ପୂଜାର୍ଚ୍ଚନା କରିଛନ୍ତି। ନଡ଼ିଆ, କଦଳୀ, ଭକ୍ତି ସଙ୍ଗୀତ ଓ ନାଚ କରି ପୂଜା କରାଯାଉଛି। ଏହି ପୂଜା କଲେ ଗାଁର ଦୋଷ କଟିବ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି। ଦୋଷ ଲାଗିବା ଦ୍ୱାରା ଗାଁରେ ଗତ କିଛି ମାସରେ ବିଭିନ୍ନ ରୋଗରେ ଅନେକ ଗ୍ରାମବାସୀ ମୃତ୍ୟୁ ବରଣ କରୁଛନ୍ତି। ଏଥିସହ ଗାଁରେ ଅନେକ ବିପଦ ଘଟୁଛି ତେଣୁ ପୂଜାର୍ଚ୍ଚନା କରାଯାଉଥିବା ଗ୍ରାମବାସି ପ୍ରକାଶ କରିଛନ୍ତି।

ଗାଁରେ ଆୟୋଜିତ ହରିଚାନ୍ଦ ପୂଜାରେ ଛୋଟଠୁ ଆରମ୍ଭ କରି ବଡ ସମସ୍ତେ ସାମିଲ ହୋଇଛନ୍ତି। ଏହି ହରିଚାନ୍ଦ ପୂଜା କଲେ ଗାଁର ଦୋଷ କଟିବ ଓ ଲୋକଙ୍କ ମୃତ୍ୟୁ ଘଟୁଥିବା ବନ୍ଦ ହେବ ବୋଲି ପୂଜା କରୁଥିବା ଠାକୁର ପ୍ରକାଶ କରିଛନ୍ତି। ସରକାରଙ୍କ ଦ୍ଵାରା କରାଯାଉଥିବା ସଚେତନତାମୂଳକ କାର୍ଯ୍ୟକ୍ରମ କେବେ ସଫଳ ହେବ ଓ ଲୋକେ କେବେ ସଚେତନ ହେବେ ତାକୁ ହିଁ ଅପେକ୍ଷା। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତରୀ ଟିମ ପଠାଇ ଗ୍ରାମରେ ହେଉଥିବା ମୃତ୍ୟୁର ଯାଞ୍ଚ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Also Read: Home Remedies: ଜ୍ୱରର ରାମବାଣ ଏହି ଘରୋଇ ଉପଚାର, ତୁରନ୍ତ ମିଳିବ ଆଶ୍ୱସ୍ତି

ସୂଚନାଯୋଗ୍ୟ,  ଝାଡଖଣ୍ଡର ରାଞ୍ଚି ଜିଲ୍ଲାର ଏକ ଗାଁରେ ଟ୍ରିପଲ ମର୍ଡର (Triple Murder) ଘଟଣାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଗୁଣି-ଗାରେଡି (Black magic) କରୁଥିବା ସନ୍ଦେହ କରି ଏଠାରେ ତିନିଜଣ ମହିଳାଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୮ ଜଣ ଲୋକଙ୍କୁ ଗିରଫ କରିଛି। ପୋଲିସ କହିଛନ୍ତି ଯେ, ସୋନାହପୁଟ ଥାନା ଅନ୍ତର୍ଗତ ରନଡିହ ଗ୍ରାମରେ ହୋଇଥିବା ହତ୍ୟାକାଣ୍ଡରେ ଜଣେ ମହିଳାଙ୍କ ସ୍ୱାମୀ ଓ ପୁଅଙ୍କ ସମେତ ୧୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।