ନିଆରା ଢଙ୍ଗରେ ଜାତୀୟ ପ୍ରେସ ଦିବସ ପାଳନ କଲେ ଦୁଇ ଯୁବ ସାମ୍ବାଦିକ
Advertisement

ନିଆରା ଢଙ୍ଗରେ ଜାତୀୟ ପ୍ରେସ ଦିବସ ପାଳନ କଲେ ଦୁଇ ଯୁବ ସାମ୍ବାଦିକ

ଛୋଟ ଛୋଟ ପିଲାଙ୍କୁ ଏହି ଅବସରରେ ବହି, ଖାତା, ପେନ, ପେନସିଲ ଓ ବିସ୍କୁଟ ଆଦି  ଅତିଥିଙ୍କ ଦ୍ଵାରା ପ୍ରଦାନ କରିଥିଲେ ।

ନିଆରା ଢଙ୍ଗରେ ଜାତୀୟ ପ୍ରେସ ଦିବସ ପାଳନ କଲେ ଦୁଇ ଯୁବ ସାମ୍ବାଦିକ

କନ୍ଧମାଳ: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦାରିଙ୍ଗବାଡିରେ ନିଆରା ଢଙ୍ଗରେ ଜାତୀୟ ପ୍ରେସ ଦିବସ  (National Press Day) ପାଳନ ହୋଇଯାଇଛି । ଅଞ୍ଚଳର ଦୁଇ ଜଣ ଯୁବ ସାମ୍ବାଦିକ ପ୍ରିୟବ୍ରତ ସାହୁ (Priyabrata Sahu) ଓ ଅଜିତ କୁମାର ନାୟକଙ୍କ ଉଦ୍ୟମରେ ଜାତୀୟ ପ୍ରେସ ଦିବସ ମ୍ଲୁକଚେରୀ ଗ୍ରାମର ଛୋଟ ଛୋଟ ପିଲାଙ୍କ ଗହଣରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଉମେଶ କର, ଶିକ୍ଷକ ସଞ୍ଜୟ ସାହୁ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ସମ୍ବାଦ ଓ ସାମ୍ବାଦିକତା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ ।

ଛୋଟ ଛୋଟ ପିଲାଙ୍କୁ ଏହି ଅବସରରେ ବହି, ଖାତା, ପେନ, ପେନସିଲ ଓ ବିସ୍କୁଟ ଆଦି  ଅତିଥିଙ୍କ ଦ୍ଵାରା ପ୍ରଦାନ କରିଥିଲେ । ତେବେ ଜାତୀୟ ପ୍ରେସ ଦିବସରେ ଯୁବ ସାମ୍ବାଦିକଙ୍କ ଏଭଳି ନିଆରା ପ୍ରୟାସକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି ।

ଏହା ବି ପଢ଼ନ୍ତୁ:-ଆଜି ପୁଣି ଖୋଲୁଛି କରତାରପୁର କରିଡର, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ପଞ୍ଜୀକରଣ

ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଏହା ବି ପଢ଼ନ୍ତୁ:-ଦିଲ୍ଲୀ-NCR ରେ ସ୍କୁଲ-କଲେଜ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ, ୫୦ ପ୍ରତିଶତ କର୍ମଚାରୀ ଘରୁ କରିବେ କାମ, ଜାଣନ୍ତୁ CAQM ର ପୂରା ଆଦେଶ