ରାଜ୍ୟର ସର୍ବବୃହତ ବ୍ଲକରେ ନାହାନ୍ତି ସ୍ଥାୟୀ BDO, ମୋହନା ଛାଡିବାକୁ ନାରାଜ ନିଲମ୍ବିତ ବଂଶୀଧର
Advertisement
Article Detail0/zeeodisha/odisha891360

ରାଜ୍ୟର ସର୍ବବୃହତ ବ୍ଲକରେ ନାହାନ୍ତି ସ୍ଥାୟୀ BDO, ମୋହନା ଛାଡିବାକୁ ନାରାଜ ନିଲମ୍ବିତ ବଂଶୀଧର

ଗତ କିଛି ମାସ ହେଲା ମୋହନା ବ୍ଳକ ଉନ୍ନୟନ ଅଧିକାରୀ ସିଟ କାମଚଳାରେ ଚାଲିଛି। ଏଠାରେ ସ୍ଥାୟୀ BDO ନିଯୁକ୍ତ ନଥିବା ଯୋଗୁଁ ଦୈନିକ ଲୋକେ ସରକାରୀ ସେବା ପାଇବାରେ ବିଫଳ ହେଉଛନ୍ତି। ତେବେ ଏହି ସିଟ୍ କେବେ ପୂରଣ ହେବ ଓ ମୋହନାରେ ସ୍ଥାୟୀ BDO ନିଯୁକ୍ତ ହେବେ ତାହାକୁ ନେଇ ପ୍ରଶ୍ନ ଉଠିଛି।

ଡିଜାଇନ ଫଟୋ

ପ୍ରେମାନନ୍ଦ ପୂଜାରୀ, ଗଜପତି: ଓଡିଶାର ସର୍ବବୃହତ ବ୍ଲକ (Largest block) ତଥା ଆଦିବାସୀ ଅଧ୍ୟୁଷିତ ଗଜପତି (Gajapati) ଜିଲ୍ଲାର ୩୯ଗୋଟି ପଞ୍ଚାୟତର ସମାହାର ରେ ଗଠିତ ମୋହନା ବ୍ଳକରେ ନାହାଁନ୍ତି ସ୍ଥାୟୀ BDO। ଗତ କିଛି ମାସ ହେଲା ମୋହନା ବ୍ଳକ ଉନ୍ନୟନ ଅଧିକାରୀ ସିଟ କାମଚଳାରେ ଚାଲିଛି। ଏଠାରେ ସ୍ଥାୟୀ BDO ନିଯୁକ୍ତ ନଥିବା ଯୋଗୁଁ ଦୈନିକ ଲୋକେ ସରକାରୀ ସେବା ପାଇବାରେ ବିଫଳ ହେଉଛନ୍ତି। ତେବେ ଏହି ସିଟ୍ କେବେ ପୂରଣ ହେବ ଓ ମୋହନାରେ ସ୍ଥାୟୀ BDO ନିଯୁକ୍ତ ହେବେ ତାହାକୁ ନେଇ ପ୍ରଶ୍ନ ଉଠିଛି।
 
ଦୀର୍ଘ ଛଅ ମାସରୁ ଊର୍ଦ୍ଧ୍ବ ସମୟ ହେବ କାଜୁ ବିକ୍ରି ଦୁର୍ନୀତିରେ ଛନ୍ଧି ହୋଇପଡିଥିବା ମୋହନା BDO ବଂଶୀଧର ଖୋସଲାଙ୍କୁ ଗତ ୦୩.୦୩.୨୦୨୧ ରେ ପଞ୍ଚାୟତ ରାଜ ବିଭାଗୀର ନିର୍ଦ୍ଧାରିତ ଚିଠି ନଂ ୪୩୯୭ରେ ନିଲମ୍ବିତ କରାଯାଇଥିଲା। ଏହା ପୂର୍ବରୁ BDO ବଂଶୀଧର ଖୋସଲା ଅନେକ ଦିନ ଧରି ନିଜ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିଲେ। ସେହି ସମୟରେ ସରକାରଙ୍କ କାମଚଳା ନିର୍ଦ୍ଦେଶରେ ଆର ଉଦୟଗିରି BDO ପ୍ରଦୀପ ନାୟକ, ମୋହନାର (Mohana Block) ଦାୟିତ୍ୱଭାର ନେଇ ଉନ୍ନୟନ କାମ କରିଆସିଥିଲେ। ହେଲେ ସପ୍ତାହକରେ ତିନି ଦିନ ମାତ୍ର ମୋହନାରେ କାର୍ଯ୍ୟକରୁଥିବା ବେଳେ ବୃହତ ଆୟତନ ବିଶିଷ୍ଠ ପାହାଡ ପର୍ବତ ଘେରା ଦୁର୍ଗମାଞ୍ଚଳର ଲୋକେ ସରକାରୀ ସେବା ପାଇବା ଆସି ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ। 

Also Read: ପହଞ୍ଚି ପାରିନାହିଁ ବିକାଶ, ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

ଗତ ୧୫ ଦିନ ତଳେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ (Kalyani Sanghamitra Devi) ଙ୍କୁ ମୋହନା BDO ଭାବେ କାମଚଳାଇବାକୁ ଜିଲ୍ଲାପ୍ରଶାସନ ନିର୍ଦ୍ଦେଶ ଦେବା ପରେ ସେ ଉଭୟ ତହସିଲ କାର୍ଯ୍ୟାଳୟ ଓ ମୋହନା ବ୍ଲକ କାର୍ଯ୍ୟାଳୟର ଦାୟିତ୍ବ ତୁଲାଇଆସୁଥିଲେ। ହେଲେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରସମନ ବିଭାଗର ଚିଠି ସଂଖ୍ୟା ୧୩୬୨୬ର ବିଜ୍ଞାପ୍ତିରେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କୁ କୁକୁଡାଖଣ୍ଡି ତହସିଲକୁ ବଦଳି କରାଯାଇଛି। ବ୍ରହ୍ମଗିରିର ଅତିରିକ୍ତ ତହସିଲଦାର ଇଶ୍ବର ଚନ୍ଦ୍ର ସାହୁଙ୍କୁ ମୋହନା ତହସିଲଦାର ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ମୋହନା BDO ଓ ତହସିଲଦାର ଉଭୟ ଦାୟିତ୍ବରେ ଥିବା କଲ୍ୟାଣୀ ସଂଘମିତ୍ରା ଦେବୀ କିଛି ଦିନ ମଧ୍ୟରେ ରିଲିଭ ହେବା ସମ୍ଭଭନା ରହିଥିବା ବେଳେ ପୁଣି ମୋହନା BDO ପଦବୀ ଖାଲି ପଡିବ କି ବୋଲି ଜନସାଧରାଣଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି ହୋଇଛି। 

ସେପଟେ ନିଲମ୍ବିତ BDO ବଂଶୀଧର ଖୋସଲା, ମୋହନା (Mohana) ରେ ପୁଣି ଯୋଗଦେବାକୁ ଯାଉଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। କାରଣ ସେ ନିଲମ୍ବିତ ପରେ ମଧ୍ୟ ମୋହନାସ୍ଥିତ BDOଙ୍କ ବାସଭବନରେ ରହିଆସୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବଂଶୀଧରଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କିରବାକୁ ନିର୍ଦ୍ଦେଶ ରହିଛି। ହେଲେ ନିଲମ୍ବିତ BDO ବଂଶୀଧର ବାବୁ ମୋହନାରେ ଡେରା ପକାଇ କିଭଳି ରହିଆସୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାଜୁ ଦୁର୍ନୀତି ମାମଲାରେ ତାଙ୍କୁ ନାମକୁ ମାତ୍ର ନିଲମ୍ବନ କରି ସରକାର ଅନୁକମ୍ପା ଦେଖାଉ ଥିବା ମଧ୍ୟ ଅଭିଯୋଗ ହୋଇଛି।