Veer Surendra Sai Birth Anniversary: ୧୮୫୭ ମସିହାରେ ସିପାହୀ ବିଦ୍ରୋହ ର ପାଖାପାଖି ୪୦ ବର୍ଷ ପୂର୍ବରୁ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ ଆରମ୍ଭ କରିଥିଲେ ବୀର ସୁରେନ୍ଦ୍ର ସାଏ । ସ୍ୱାଧୀନତା ଦେବାକୁ ଯାଇ କାଳ କାଳ ଧରି କାରାବରଣ କରିଥିଲେ । ହେଲେ ଜଣେ ବୀର ପୁରୁଷ ଙ୍କୁ ନା କେନ୍ଦ୍ର ସରକାର ଉଚିତ ମାନ୍ୟତା ଦେଇଛନ୍ତି ନା ରାଜ୍ୟ ସରକାର ।
Trending Photos
Veer Surendra Sai: ଆଜି ଜାନୁଆରୀ ୨୩ ତାରିଖ। ମହାନ ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ । ପ୍ରତ୍ୟେକ ବର୍ଷ ଜାନୁଆରୀ ୨୩ ତାରିଖ ମନେ ପଡନ୍ତି ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏ । ପ୍ରତ୍ୟେକ ବର୍ଷ ଆଜିର ଦିନରେ ଭାରି ମନେ ପଡନ୍ତି ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏ । ବାକି ୩୬୪ ଦିନ କାହାରି ପାଦ ପଡେ ନାହିଁ ଏହି ସଂଗ୍ରାମୀଙ୍କ ପୀଠ ରେ ।ଦେଶ ଏବେ ଅଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ମଧ୍ୟ ଅବହେଳିତ ହୋଇ ରହିଛି ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ପୀଠ । ଖାଲି ଜନ୍ମ ଦିନରେ ମନେ ପଡନ୍ତି ଏହି ସ୍ଵଧାନତା ସଂଗ୍ରାମୀ । ସେହି ଦିନ ନେତା ମନ୍ତ୍ରୀ ଜିଲ୍ଲା ପ୍ରଶାସ ର ଦୃଷ୍ଟି ପଡେ ଏହି ଅବହେଳିତ କ୍ଷେତ୍ରରେ । ତା ପରେ ସ୍ଥିତି ଯଥା ପୂର୍ବଂ ତଥା ପରମ । ଏବେବି ତାଙ୍କର ଜନ୍ମ ସ୍ଥାନ ପୂର୍ବ ଭଳି ରହିଛି ।
ସରକାରଙ୍କ ତରଫରୁ ଖିଣ୍ଡା ରେ ଏକ ସ୍ମୃତି ସ୍ତମ୍ଭ ସହ ସଂଗ୍ରହଳୟ ରହିଛି । କିନ୍ତୁ ରକ୍ଷାଣବେକ୍ଷଣ ଅଭାବରୁ ତାହା ମଧ୍ୟ ଅବହେଳିତ ହୋଇ ପଡ଼ିରହିଛି । ୧୮୫୭ ମସିହାରେ ସିପାହୀ ବିଦ୍ରୋହ ର ପାଖାପାଖି ୪୦ ବର୍ଷ ପୂର୍ବରୁ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ ଆରମ୍ଭ କରିଥିଲେ ବୀର ସୁରେନ୍ଦ୍ର ସାଏ । ସ୍ୱାଧୀନତା ଦେବାକୁ ଯାଇ କାଳ କାଳ ଧରି କାରାବରଣ କରିଥିଲେ । ହେଲେ ଜଣେ ବୀର ପୁରୁଷ ଙ୍କୁ ନା କେନ୍ଦ୍ର ସରକାର ଉଚିତ ମାନ୍ୟତା ଦେଇଛନ୍ତି ନା ରାଜ୍ୟ ସରକାର । ମିଳିଛି ତ ଖାଲି ପୁଳା ପୁଳା ପ୍ରତିଶ୍ରୁତି । କିଛିକାଂଶ ରେ ସହୀଦ ବୀର ସୁରେନ୍ଦ୍ର ସାଏ ଙ୍କ ନାମରେ ବିମାନ ବନ୍ଦର, ଶିକ୍ଷାନୁଷ୍ଠାନ ଇତ୍ୟାଦି ରହିଛି କିନ୍ତୁ ତାଙ୍କର ଜନ୍ମ ମାଟିକୁ କାହିଁକି ଅଣଦେଖା ବୋଲି ପ୍ରଶ୍ନ ଉଠିଛି। ପୁଣି ଆର ବର୍ଷ କୁ ନେତା ମନ୍ତୀ ଜିଲ୍ଲା ପ୍ରଶାସନ ର ପାଦ ପଡେ । କିଛିକାଂଶ ରେ ସହୀଦ ବୀର ସୁରେନ୍ଦ୍ର ସାଏ ଙ୍କ ନାମରେ ବିମାନ ବନ୍ଦର, ଶିକ୍ଷାନୁଷ୍ଠାନ ଇତ୍ୟାଦି ରହିଛି କିନ୍ତୁ ତାଙ୍କର ଜନ୍ମ ମାଟି କୁ କାହିଁକି ଅଣଦେଖା ?
କାହିଁକି ପର୍ଯ୍ୟଟନ କ୍ଷେତ୍ର ଭାବରେ ଏହାର ପ୍ରଚାର ପ୍ରସାର ହୋଇ ପାରୁ ନାହିଁ? କାହିଁକି ଏଭଳି ଜଣେ ମହାନ ବୀର ଙ୍କୁ ଉପଯୁକ୍ତ ସମ୍ମାନ ଦେଇ ପାଠ୍ୟ ପୁସ୍ତକ ସହ ଅନ୍ୟାନ୍ୟ କ୍ଷେତ୍ର ରେ ପ୍ରଚାର ପ୍ରସାର କରାଯାଉନାହିଁ ବୋଲି କହୁଛନ୍ତି ବୁଦ୍ଧିଜୀବୀ। ଏ ବାବଦରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ କହିଛନ୍ତି ଯେ ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତି । ଏହି ସହୀଦ ପୀଠ କୁ କିଭଳି ଭାବରେ ଖାଲି ଗୋଟିଏ ଦିନ ନୁହଁ ବର୍ଷ ତମାମ ପର୍ଯ୍ୟଟକ ଆସିବେ ସେଭଳି ବ୍ୟବସ୍ଥା କରାଯିବ।ଦେଖାଯାଉ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଏଭଳି ଏକ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ଜନ୍ମ ମାଟି ଖିଣ୍ଡା ପାଇଁ କଣ ବ୍ୟବସ୍ଥା କରୁଛନ୍ତି ନା ସେ ଅବହେଳିତ ହେଇ ରହୁଛନ୍ତି ତାହା ପରବର୍ତ୍ତୀ ସମୟ କହିବ ।