Odisha Crime News: ଗୋଟିଏ ଦିନରେ ଦୁଇ ବିଭତ୍ସ ହତ୍ୟା, ଚାଞ୍ଚଲ୍ୟ
Advertisement

Odisha Crime News: ଗୋଟିଏ ଦିନରେ ଦୁଇ ବିଭତ୍ସ ହତ୍ୟା, ଚାଞ୍ଚଲ୍ୟ

Odisha Murder Case:  ଗୋଟିଏ ଦିନରେ ଘଟିଥିବା ଦୁଇ ଦୁଇଟି ହତ୍ୟାକାଣ୍ଡ ରାଜ୍ୟରେ ଚହଳ ସୃଷ୍ଟି କରିଛି। 

 

Odisha Crime News: ଗୋଟିଏ ଦିନରେ ଦୁଇ ବିଭତ୍ସ ହତ୍ୟା, ଚାଞ୍ଚଲ୍ୟ

Odisha Crime News: ଗୋଟିଏ ଦିନରେ ଦୁଇ ଦୁଇଟି ହତ୍ୟାକାଣ୍ଡ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖୋର୍ଦ୍ଧାରେ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ସମ୍ବଲପୁରରେ ଜଣେ ସମବାୟ ନେତାଙ୍କୁ ଜୀବନରୁ ମାରିଦେଇଛନ୍ତି ଦୁର୍ବୃ୍ତ୍ତ। ଖୋର୍ଦ୍ଧାରେ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି। ସେହିପରି ସମ୍ବଲପୁରରେ ମଧ୍ୟ ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି। ସମ୍ବଲପୁରର ଜୟନ୍ତପୁର ପଞ୍ଚାୟତର ହପରିଆବାହାଲରେ ଘଟିଛି। ଏହି ଅଞ୍ଚଳରେ ଜଣେ ସମବାୟ ନେତାଙ୍କୁ ହତ୍ୟା କରାଯାଇଥିବା ସୂଚନା ରହିଛି। 

ଦୁଇ ଭାଇ ନିଜ ଦାଣ୍ଡ ଦୁଆରେ ବସି କଥାବାର୍ତ୍ତା ହେଉଥିବା ବେଳେ ହଠାତ ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ବେଳେ ଡାକ୍ତର ବଡ ଭାଇକୁ ମୃତ ଘୋଷଣା କରିଛନ୍ତି ! ସାନଭାଇର ଚିକିତ୍ସା ଆରମ୍ଭ କରିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ନେବାରେ ଜଣାଯାଏ ଯେ, ବାଣପୁର ଥାନା ଅର୍ନ୍ତଗତ ଭୀମପୁର ଗ୍ରାମ ହରିଜନ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ବଡ ଭାଇ ୭୦ ବର୍ଷୀୟ ରବିନ୍ଦ୍ର ନାଥ ନାୟକ ଏବଂ ସାନ ଭାଇ ୬୫ ବର୍ଷୀୟ ସୋମନାଥ ନାୟକ ନିଜ ଦାଣ୍ଡଦୁଆରେ ବସି କଥାବାର୍ତ୍ତା ହେଉଥିବା ବେଳେ ହଠାତ ସେହି ଗ୍ରାମର ସତ୍ୟ ନାୟକଙ୍କ ପୁଅ କେଳୁ ନାୟକ ଏକ ଧାରୁଆ ଅସ୍ତ୍ରରେ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ଦୁଇ ଭାଇଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଗାଁ ଲୋକେ ପିଟିପିଟି ହତ୍ୟା କଲେ ଜଣେ ସମବାୟ ନେତାଙ୍କୁ। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜୟନ୍ତପୁର ପଞ୍ଚାୟତର ହପରିଆବାହାଲରେ। ଗତକାଲି ମଧ୍ୟରାତ୍ରରେ ଜଣେ ସମବାୟ ନେତାଙ୍କୁ ଗାଁ ଲୋକେ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଭାଇ। ମୃତକ ହେଉଛନ୍ତି ଜୟନ୍ତପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ସୁରଥ ବଗର୍ତ୍ତୀ। ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ସଦର ହସପିଟାଲକୁ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି। ସୁରଥଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ ଦେବାପରେ ସଦର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସଦର ହସପିଟାଲରୁ ବୁର୍ଲାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏଵେ କିଭଳି ମଧ୍ୟ ରାତ୍ରରେ ଏଭଳି ହତ୍ୟାକାଣ୍ଡ ହୋଇଛି ତାହା ଲୋକ ଲୋଚନ କୁ ଆସୁ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ ଶତ୍ରୁଘ୍ନ ବଗର୍ତି।