odisha news: ସରକାରଙ୍କ ମୁଖା ଖୋଲିଦେଲେ ହାଇକୋର୍ଟ, କ୍ଷତିପୂରଣ ଦେବେ ଅଧକୋଟିଏ; ଜାଣନ୍ତୁ ପୂରା ମାମଲା କଣ
Advertisement

odisha news: ସରକାରଙ୍କ ମୁଖା ଖୋଲିଦେଲେ ହାଇକୋର୍ଟ, କ୍ଷତିପୂରଣ ଦେବେ ଅଧକୋଟିଏ; ଜାଣନ୍ତୁ ପୂରା ମାମଲା କଣ

 ୨୦୦୫ ମସିହାରେ ଜଗତସିଂହପୁର ଜିଲ୍ଲାର ଚକ୍ରଧରପୁର ପୋଲିସ ଫାଣ୍ଡି, ଯାହା ବର୍ତ୍ତମାନ ପାରାଦୀପ ପୋଲିସ ଷ୍ଟେସନର ରୂପ ନେଇଛି । ତେବେ ସେହି ସମୟରେ ଚଣ୍ଡିଖୋଲ-ପାରାଦୀପର ରାସ୍ତା କାମ ହିନ୍ଦୁସ୍ତାନ କନଷ୍ଟ୍ରକସନ କମ୍ପାନୀର କର୍ମଚାରୀ ଜୟନ୍ତ ଦାସଙ୍କୁ ତତ୍କାଳୀନ ଚକ୍ରଧରପୁର ଫାଣ୍ଡି ପୋଲିସ କୌଣସି କାରଣରୁ ଗିରଫ କରିଥିଲେ।

odisha news: ସରକାରଙ୍କ ମୁଖା ଖୋଲିଦେଲେ ହାଇକୋର୍ଟ, କ୍ଷତିପୂରଣ ଦେବେ ଅଧକୋଟିଏ; ଜାଣନ୍ତୁ ପୂରା ମାମଲା କଣ

odisha news:  ନୂଆଦିଲ୍ଲୀ: ୧୮ ବର୍ଷ ପରେ ମିଳିଲା ନ୍ୟାୟ। ସାତ ଦିନ ଭିତରେ ପୀଡ଼ିତଙ୍କୁ ମିଳିବ କ୍ଷତିପୂରଣ। ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଡ଼ିଶା ହାଇକୋର୍ଟଙ୍କ (Odisha Highcourt) ନିର୍ଦ୍ଦେଶ ଏଭଳି ଏକ ଘଟଣା ଓଡ଼ିଶାର କଟକ ଜିଲ୍ଲାରେ (Cuttack) ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଇଞ୍ଜିନିୟର ସୟଦ ମୁମତାଜ ଅଲ୍ଲିଙ୍କ ପରିବାରକୁ ଏହି କ୍ଷତିପୂରଣ ଦିଆଯିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। 

ଘଟଣାଟି ଏହିପରି। ୨୦୦୫ ମସିହାରେ ଜଗତସିଂହପୁର ଜିଲ୍ଲାର ଚକ୍ରଧରପୁର ପୋଲିସ ଫାଣ୍ଡି, ଯାହା ବର୍ତ୍ତମାନ ପାରାଦୀପ ପୋଲିସ ଷ୍ଟେସନର ରୂପ ନେଇଛି । ତେବେ ସେହି ସମୟରେ ଚଣ୍ଡିଖୋଲ-ପାରାଦୀପର ରାସ୍ତା କାମ ହିନ୍ଦୁସ୍ତାନ କନଷ୍ଟ୍ରକସନ କମ୍ପାନୀର କର୍ମଚାରୀ ଜୟନ୍ତ ଦାସଙ୍କୁ ତତ୍କାଳୀନ ଚକ୍ରଧରପୁର ଫାଣ୍ଡି ପୋଲିସ କୌଣସି କାରଣରୁ ଗିରଫ କରିଥିଲେ। ସେହି କମ୍ପାନୀର କିଛି ଲୋକ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବାକୁ ଫାଣ୍ଡିରେ ପହଞ୍ଚିଥିଲେ। ତେବେ ଏତେ ମାତ୍ରାରେ ଲୋକଙ୍କୁ ପହଞ୍ଚିଥିବା ଦେଖିବା ପରେ ପୋଲିସ ତାର ହିତାହିତ ଜ୍ଞାନ ହରାଇଥିଲା। ଅଭିଯୋଗ ଅନୁସାରେ ପୋଲିସ ଫାଣ୍ଡିର ଅଧିକାରୀ ମୁରଲୀଧର ସାହୁ ନିଶାଗ୍ରସ୍ତ ଅବସ୍ଥାରେ କମ୍ପାନୀର କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। 

ନିଶାଗ୍ରସ୍ତ ଅବସ୍ଥା ପୋଲିସ ଅଧିକାରୀ ଜଣକ ମୁରଲୀଧର ଗୁଳି ମାଡ଼ କରିଥିଲେ। ହୋଇଥିବା ଗୁଳି ମାଡ଼ରୁ ଦୁଇଟି ଗୁଳି ସୟଦ ମୁମତାଜ ଅଲ୍ଲୀଙ୍କ ଛାତିରେ ବାଡିଥିଲା। ଘଟଣାସ୍ଥଳରେ ହିଁ ସେ ଜୀବନ ହରାଇଥିଲେ। ଏହି ଘଟଣାର ଆରଡିସି ସ୍ତରରେ ତଦନ୍ତ କରାଯାଇଥିଲା। ତଦନ୍ତ ଶେଷ ହେବା ପରେ ପୋଲିସ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ତଦନ୍ତର ୨୦୦୬ ଫେବୃଆରୀରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ମୃତକଙ୍କ ପରିବାରକୁ କ୍ଷତିପୁରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆରଡିସି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଥିଲା କି ଘଟଣା ସମୟରେ ଦିଆଯାଇଥିବା ଏକ ଲକ୍ଷ ଟଙ୍କା ଅନୁକୂମ୍ପା ମୂଳକ ରାଶି ଭାବେ ଯଥେଷ୍ଟ ନୁହେଁ। ଯଦିଓ ରିପୋର୍ଟ ଆଧାରରେ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, କିନ୍ତୁ କ୍ଷତିପୂରଣ ଭାବରେ ସମ୍ପୂର୍ଣ୍ଣ ଭାବରେ ନିରବ ରହିଗଲେ।  

ମୃତ ଇଞ୍ଜିନିୟର ସୟଦ ମୁମତାଜଙ୍କ ମା' ଉଚିତ କ୍ଷତିପୂରଣ ଓ ନିରପେକ୍ଷ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପାଖାପାଖି ୧୮ ବର୍ଷ ପରେ ତାଙ୍କୁ ନ୍ୟାୟ ମିଳିଛି। ଅଦାଲତ କହିଛନ୍ତି କି ଏହି କ୍ଷତିପୂରଣ ରାଶି ଖୁବ ଶୀଘ୍ର ପୀଡ଼ିତଙ୍କ ପରିବାରକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

Also Read: ସରିନି ଫେବୃଆରୀ ଏବେଠୁ ତାତିରେ କଲବଲ ରାଜ୍ୟବାସୀ, ଆସନ୍ତା ସପ୍ତାହରୁ ଅସମ୍ଭାଳ ହେବ ସ୍ଥିତି