ଆଉ ୨୪ ଘଣ୍ଟା କାଳବୈଶାଖୀ, ପୁଣି ବଢିବ ତାତି
Advertisement

ଆଉ ୨୪ ଘଣ୍ଟା କାଳବୈଶାଖୀ, ପୁଣି ବଢିବ ତାତି

ବର୍ଷା ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ଗାଙ୍ଗେୟ ଉପତ୍ୟକା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏଭଳି ସ୍ଥିତି ଦେଖାଦେଇଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: Odisha Weather Update: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖି ବର୍ଷା । ଏଥିପାଇଁ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ଏହି ୧୫ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନୂଆପଡା, କଳାହାଣ୍ଡି ଏବଂ ନବରଙ୍ଗପୁରରେ ବିଜୁଳି ଘଡଘଡି ଓ ବଜ୍ରପାତ ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି କେନ୍ଦ୍ର । 

ଅଧିକ ପଢ଼ନ୍ତୁ:-PF ଖାତାରୁ ମିଳିଥାଏ ଏହି ୫ଟି ଫାଇଦା, ଆପଣ ତୁରନ୍ତ ଉଠାଇପାରିବେ ଏହାର ଲାଭ

ବର୍ଷା ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ଗାଙ୍ଗେୟ ଉପତ୍ୟକା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏଭଳି ସ୍ଥିତି ଦେଖାଦେଇଛି । ତେବେ ଆସନ୍ତା କାଲିଠାରୁ କାଳବୈଶାଖିର ପ୍ରଭାବ ସାମାନ୍ୟ କମିବ । କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଥିଲେ ମଧ୍ୟ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଆଶ୍ୱସ୍ତିକର ଖବର!

୧୬ ତାରିଖ ପରଠାରୁ ରାଜ୍ୟରେ ପାଗ ସଂପୂର୍ଣ୍ଣ ଶୁଖିଲା ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ କାଲିଠୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବ । ପ୍ରଥମେ ଆଭ୍ୟନ୍ତରୀଣ ଓଡିଶାରେ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହାପରେ ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ । ଅପରପକ୍ଷେ ସତର୍କ ସୂଚନା ଥିବା ଜିଲ୍ଲାଗୁଡ଼ିକରେ ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।