କୁମ୍ବିଂ ବେଳେ ମହିଳା ମାଓବାଦୀଙ୍କ ମୃତଦେହ ଠାବ, ମୁଖ୍ୟାଳୟରେ ପହଞ୍ଚିଲେ ଅଧିକାରୀ
Advertisement

କୁମ୍ବିଂ ବେଳେ ମହିଳା ମାଓବାଦୀଙ୍କ ମୃତଦେହ ଠାବ, ମୁଖ୍ୟାଳୟରେ ପହଞ୍ଚିଲେ ଅଧିକାରୀ

କୁମ୍ବିଂ ଅପେରସନ ନେଇ କନ୍ଧମାଳ ଏସ. ପି ବିନୀତ ଅଗ୍ରୱାଲଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ଗତକାଲି ସନ୍ଧ୍ୟାରେ ମିଳିତ ଟିମ ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ସେମାନଙ୍କ ଉପରକୁ ହଟାତ ମାଓବାଦୀମାନେ ଗୁଳି ବର୍ଷା କରିଥିଲେ। 

ପ୍ରତିକାତ୍ମକ ଫଟୋ

କନ୍ଧମାଳ: ଗତକାଲି ଠାରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଧି ଗ୍ରାମ ନିକଟବର୍ତ୍ତୀ କଣାସଲୁ ଜଙ୍ଗଲରେ ଜିଲ୍ଲା ପୋଲିସର SOG ଏବଂ DVF ଟିମ ପକ୍ଷରୁ କୁମ୍ବିଂ ଅପରେସନ ଜାରି ରହିଛି। ଏହାର ଅନୁଧ୍ୟାନ କରିବା ପାଇଁ ଆଜି ରାଜ୍ୟ ପୋଲିସ IG ଅପେରସନ ଅମିତାଭ ଠାକୁର, IG Intelligence ସଂଜୀବ କୁମାର ପଣ୍ଡା, CRPF 127 ବାଟାଲିଆନର କମାଣ୍ଡେଣ୍ଟ B.N Jha ପ୍ରମୁଖ ଆସି ଫୁଲବାଣୀସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି । 

କୁମ୍ବିଂ ଅପେରସନ ନେଇ କନ୍ଧମାଳ ଏସ. ପି ବିନୀତ ଅଗ୍ରୱାଲଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ଗତକାଲି ସନ୍ଧ୍ୟାରେ ମିଳିତ ଟିମ ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ସେମାନଙ୍କ ଉପରକୁ ହଟାତ ମାଓବାଦୀମାନେ ଗୁଳି ବର୍ଷା କରିଥିଲେ। ଫଳରେ କୁମ୍ବିଂ ଟିମ ପ୍ରତି ଜବାବରେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଦୁଇ ପଟୁ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ବନ୍ଦ ହେବା ପରେ SOG ଜବାନମାନେ ସେହି ଜଙ୍ଗଲରେ ସର୍ଚ୍ଚ ଅପେରସନ କରିଥିଲେ। ସର୍ଚ୍ଚ ବେଳେ ଜଙ୍ଗଲରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ସହିତ ଗୋଟିଏ ଦେଶୀ ବନ୍ଧୁକ ମିଳିଛି। 

ଏହା ସହିତ ସେଠାରେ ମାଓବାଦୀଙ୍କ ୫ଟି ଟେଣ୍ଟ ଲାଗିଥିଲା। ସେହି ଟେଣ୍ଟ ଗୁଡ଼ିକ ମଧ୍ୟରୁ ଗୋଟିଏ IED ବମ ସହିତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ତେବେ ସେଠାରେ KKBN ଡିଭିଜନର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ମାଓବାଦୀ ଥିଲେ। ସେମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଖସି ପଳାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଏବେ ମଧ୍ୟ ସେହି ଜଙ୍ଗଲରେ କୁମ୍ବିଂ ଅପେରସନ ଜାରି ରହିଛି । ମୃତ ମହିଳା ମାଓବାଦୀଙ୍କ ପରିଚୟ ଜଣାପଡ଼ିନାହିଁ। କିନ୍ତୁ ସେ ବାହାର ରାଜ୍ୟର ବୋଲି ଅନୁମାନ କରାଯାଉଛି ବୋଲି IG ଅପରେସନ ଅମିତାଭ ଠାକୁର କହିଛନ୍ତି। ତେବେ ମାଓବାଦୀମାନେ ହିଂସାର ପଥ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଏବଂ ସରକାରଙ୍କ ଆତ୍ମସମର୍ପଣ ପଲିସିର ସୁବିଧା ସୁଯୋଗ ନେବା ସହିତ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସାମିଲ ହୁଅନ୍ତୁ ବୋଲି ଅମିତାଭ ଠାକୁର ସାମ୍ବାଦିକ ସମ୍ବିଳନୀରେ କହିଛନ୍ତି ।