ପିହୁ ନିଖୋଜକୁ ୧୬ ମାସ; ମୁଖ୍ୟମନ୍ତ୍ରୀ ରଖିଥିବା ଗୃହ ବିଭାଗ ଉପରେ ଉଠିଲା ପ୍ରଶ୍ନ
Advertisement

ପିହୁ ନିଖୋଜକୁ ୧୬ ମାସ; ମୁଖ୍ୟମନ୍ତ୍ରୀ ରଖିଥିବା ଗୃହ ବିଭାଗ ଉପରେ ଉଠିଲା ପ୍ରଶ୍ନ

ପିହୁର ନିଖୋଜକୁ ଦେଢ ବର୍ଷ ପୁରିବାକୁ ଯାଉଥିବା ବେଳେ ପୋଲିସର ତଦନ୍ତ ସରୁନାହିଁ। ଆଉ ନିଜ ଶିଶୁକୁ ହଜାଇଥିବା ମା ଗୁମୁରି ଗୁମୁରି କାନ୍ଦୁଛି। ଭାବୁଛି କାଳେ ଆଜି ନହେଲେ କାଲିକୁ ତାର ହଜିଲା ଝିଅ ଫେରିଆସିବ। କିନ୍ତୁ ରାଜ୍ୟର ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀଙ୍କ କାନରେ ସେହି ମାଆର କୋହ ପହଞ୍ଚି ପରୁନାହିଁ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଆଉ ଦିନକ ପରେ ଯାଜପୁରର ବହୁଚର୍ଚ୍ଚିତ ପିହୁ ନିଖୋଜ ଘଟଣାକୁ ୧୬ ମାସ ପୁରିବ। ଅଢେଇ ବର୍ଷ ବୟସରେ ଉଭାନ ହୋଇଯାଇଥିବା କଅଁଳ କନ୍ୟା ଏବେ ଅଙ୍ଗନବାଡି ଯାଉଥାନ୍ତା। ସାଙ୍ଗସାଥୀଙ୍କ ସହ ଧୂଳିମାଟିରେ ଖେଳୁଥାନ୍ତା। କିନ୍ତୁ ରାଜ୍ୟ ପୋଲିସର ପାରିବା ପଣିଆ ପାଇଁ ଆଜି ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳୁନାହିଁ। ପିହୁର ନିଖୋଜକୁ ଦେଢ ବର୍ଷ ପୁରିବାକୁ ଯାଉଥିବା ବେଳେ ପୋଲିସର ତଦନ୍ତ ସରୁନାହିଁ। ଆଉ ନିଜ ଶିଶୁକୁ ହଜାଇଥିବା ମା ଗୁମୁରି ଗୁମୁରି କାନ୍ଦୁଛି। ଭାବୁଛି କାଳେ ଆଜି ନହେଲେ କାଲିକୁ ତାର ହଜିଲା ଝିଅ ଫେରିଆସିବ। କିନ୍ତୁ ରାଜ୍ୟର ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀଙ୍କ କାନରେ ସେହି ମାଆର କୋହ ପହଞ୍ଚି ପରୁନାହିଁ।

ଡିସେମ୍ବର ୯ ତାରିଖରେ ପିହୁ ନିଖୋଜ ଘଟଣାକୁ ୧୬ ମାସ ପୁରିବ। ରାଜ୍ୟ ପୋଲିସ ବିଭାଗ ବହୁ ପ୍ରଚେଷ୍ଟା କରି ମଧ୍ୟ କୁନି କନ୍ୟାକୁ ଖୋଜି ପାଇଲା ନାହିଁ। ଏବେ ମଧ୍ୟ ତାର ତଦନ୍ତ ଚାଲିଛି। ଝିଅକୁ ପୁଣିଥରେ ଦେଖିବାକୁ ଆଶା ରଖିଥିବା ମାଆ ମଧ୍ୟ ଏବେ ନିରାଶ ହୋଇଯାଇଛନ୍ତି। ପିହୁର ନିଖୋଜ ଖବରକୁ ନେଇ ଖୁବ ରାଜନୀତି ହେଲା। କିଛି ଦିନ ପିହୁ ଘରକୁ ନେତା ମନ୍ତ୍ରୀଙ୍କ ସୁଅ ମଧ୍ୟ ଛୁଟିଲା। ସମସ୍ତେ ନିଖୋଜ ଶିଶୁକୁ ଖୋଜିବାହାର କରିବାର ପ୍ରତିଶୃତି ମଧ୍ୟ ଦେଲେ। କିନ୍ତୁ ୧୬ ମାସ ପୂର୍ବେ ପୋଲିସର ତଦନ୍ତ ରିପୋର୍ଟ ଯାହାଥିଲା, ତାହା ଆଜି ମଧ୍ୟ ସେହି ସ୍ଥିତିରେ ଅଛି।

Also Read: 'ନିଜ ସୁରକ୍ଷା ନିଜେ କରନ୍ତୁ'; କୋମାରେ କମିଶନରେଟ୍ ପୋଲିସ

ସୋମବାର OSPCR ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ନିଖୋଜ ପିହୁଙ୍କ ଘରକୁ ଯାଇଥିଲେ। ସେ କଟା ଘା'ରେ ଚୂନ ମାରିଲା ପରି ପିହୁର ନିଖୋଜ ପାଇଁ ପରିବାର ଓ ଗ୍ରାମବାସୀଙ୍କୁ ଦୋଷାରୋପ କରିଛନ୍ତି। ସନ୍ଧ୍ୟାବତୀ କହିଛନ୍ତି ଯେ, ପିହୁ ନିଖୋଜ ପାଇଁ ଗ୍ରାମବାସୀ ଯେତିକି ମାତ୍ରାରେ ଦାୟୀ, ତାର ପରିବାର ମଧ୍ୟ ସେତିକି ଦାୟୀ। ଶିଶୁ ନିଖୋଜ ହେବାର ସଙ୍ଗେ ସଙ୍ଗେ ଘଟଣା ବିଷୟରେ ପୋଲିସକୁ ଅବଗତ କରାଇବା ଆବଶ୍ୟକ। ଗ୍ରାମରେ ଏତେ ଲୋକ ରହିବା ସତ୍ତ୍ୱେ ଝିଅ କେମିତି ନିଖୋଜ ହୋଇଗଲା ବୋଲି ସନ୍ଧ୍ୟାବତୀ ପ୍ରଶ୍ନ କରିଛନ୍ତି।

fallback

ଅନ୍ୟପଟେ ପିହୁର ମାଆ ମୋନାଲିସା ନାୟକ ଏକ ଭିଡିଓ ବର୍ତ୍ତା ଜାରି କରି ପୋଲିସର ତଦନ୍ତ ପ୍ରକ୍ରିୟା ଓ ସରକାରଙ୍କ ପ୍ରତିଶୃତି ଉପରେ ପ୍ରଶ୍ନ ଉଠାଇଛନ୍ତି। ମୋନାଲିସା କହିଛନ୍ତି ଯେ, ପିହୁ ନିଖୋଜ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପ୍ରତିଶୃତି ଦିଆଯାଇଥଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତଦନ୍ତ ଆରମ୍ଭ ହେଲା ନାହିଁ। ଝିଅକୁ ଖୋଜିବା ବଦଳରେ ନିଖୋଜ ପାଇଁ ପରିବାର ଲୋକଙ୍କୁ ଦାୟୀ କରାଯାଉଛି। ପୋଲିସ ନିକଟରେ ନିଖୋଜ ମାମଲା ଦାଏର ହୋଇଛି। କିନ୍ତୁ ଘଟଣାକୁ ୧୬ ମାସ ବିତିଯାଇଥିଲେ ମଧ୍ୟ ପିହୁକୁ ଉଦ୍ଧାର କରିବାରେ ପୋଲିସ ବିଫଳ ହୋଇଛି।

Also Read: ଜୟପୁର ହାଜତ ମୃତ୍ୟୁ ମାମଲା: ଆକାଶଙ୍କ ଭଉଣୀ କଲେ ବଡ଼ ଖୁଲାସା

ସୂଚନାଯୋଗ୍ୟ, ଯାଜପୁରର ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୂସୁଦନପୁରରେ ନିଖୋଜ ଶୁଭଲକ୍ଷ୍ମୀ ନାୟକ ଓରଫ ପିହୁର ଘର। ଗତବର୍ଷ ଅଗଷ୍ଟ ୯ ତାରିଖରେ ଖେଳୁଥିବା ସମୟରେ ଗାଁରୁ ହଠାତ ନିଖୋଜ ହୋଇଯାଇଥିଲା। ଏନେଇ ମାଆ ମୋନାଲିସା ନାୟକ ଓ ବାପା ଲକ୍ଷ୍ମଣ ନାୟକ, ବିଞ୍ଝାରପୁର ଥାନାରେ ଝିଅର ନିଖୋଜ ମାମଲା ଦାଏର କରିଥିଲେ। ମାସ ପରେ ମାସ ବିତିଯାଇଥିଲେ ମଧ୍ୟ ପିହୁକୁ ପୋଲିସ ଖୋଜି ପାଇଲା ନାହିଁ। ସେତେବେଳେ ପରୀ ମୃତ୍ୟୁ ମାମଲାକୁ ନେଇ ରାଜ୍ୟରେ ତମ୍ବିତୋଫାନ ଚାଲୁଥିବାରୁ ପିହୁ ନିଖୋଜ ଘଟଣାକୁ ଟିକେ ଗତି ମିଳିଲା।

ପିହୁ ନିଖୋଜ ଘଟଣାକୁ ନେଇ ରାଜ୍ୟରେ ଖୁବ ରାଜନୀତି ହେଲା। ଚାପରେ ପଡି ସରକାର ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି କହିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଚ୍ଚସ୍ତରୀୟ ତଦନ୍ତ, ତଦନ୍ତରେ ରହିଯାଇଛି। ମାମଲାରେ NHRC ହସ୍ତକ୍ଷେପ କରି ୪ ସପ୍ତାହ ମଧ୍ୟରେ ପିହୁକୁ ଖୋଜି ବାହାର ପରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ। କିନ୍ତୁ ସେହି ସମୟ ସୀମା ଗଡି ଆଉ କେତେ ଯେ ୪ ମାସ ବିତିଗଲାଣି ତାର ହିସାବ ନାହିଁ। ଏବେ ପୁଣି ଥରେ ପିହୁର ପରିବାର ମାମଲାରେ NHRC ହସ୍ତକ୍ଷେପ ଦାବି କରିଛନ୍ତି।