କୋଭିଡ୍ ମ୍ୟାନେଜମେଣ୍ଟରେ ଘୋଟାଲା ପାଇଁ ରାକେଟ୍ କାମ କରୁଛି: BJP ବିଧାୟକ
Advertisement
Article Detail0/zeeodisha/odisha894320

କୋଭିଡ୍ ମ୍ୟାନେଜମେଣ୍ଟରେ ଘୋଟାଲା ପାଇଁ ରାକେଟ୍ କାମ କରୁଛି: BJP ବିଧାୟକ

ସରକାର ରୋଗୀଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କୋଭିଡ କେୟାର ସେଣ୍ଟର ଓ କୋଭିଡ ହସ୍ପିଟାଲର ରୋଗୀକୁ ପିଇବା ପାଣି ମୁନ୍ଦାଏ ମିଳୁନାହିଁ।

ଫାଇଲ ଫଟୋ

ଗଜପତି: ଜିଲ୍ଲାରେ କୋଭିଡ ମ୍ୟାନେଜମେଣ୍ଟର ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି ପାରଳା ବିଧାୟକ କେ ନାରାୟଣ ରାଓ। ସରକାର ରୋଗୀଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କୋଭିଡ କେୟାର ସେଣ୍ଟର ଓ କୋଭିଡ ହସ୍ପିଟାଲର ରୋଗୀକୁ ପିଇବା ପାଣି ମୁନ୍ଦାଏ ମିଳୁନାହିଁ। କୋରୋନା ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷପ ବାଦଦରେ ପ୍ରଶ୍ନ କଲେ ଅଧିକାରୀ ଉତ୍ତର ଦେଉନଥିବା ବିଧାୟକ ଅଭିଯୋଗ କରିଛନ୍ତି।

ଜିଲ୍ଲାରେ କେତେ କୋଭିଡ ସେଣ୍ଟର (Covid Center) କାର୍ଯ୍ୟକ୍ଷମ କରାଯାଇଛି? କେତେ ଡାକ୍ତର ଅଛନ୍ତି? କଣ ବ୍ୟବସ୍ଥା କରାଯାଇଛି? କୋଭିଡ ମୁକାବିଲା ପାଇଁ ଏ ସମ୍ପର୍କରେ ଜିଲ୍ଲା ବିଭାଗଠାରୁ ଜାଣିବା ପାଇଁ ଚେଷ୍ଟା କରିଥିଲେ ବିଧାୟକ କେ ନାରାୟଣ ରାଓ (MLA K Narayan Rao) ଙ୍କୁ ଅବଗତ କରାଯାଉନାହିଁ। କେତେ ପରୀକ୍ଷା ହୋଇଛି? କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି? କେତେ ଲୋକ କୋରୋନାରେ ପ୍ରାଣ ହରାଇଲେ? ତାହାର ତଥ୍ୟ ପ୍ରଶାସନ ରଖୁନାହିଁ।  

Also Read: ମମତା ବାନାର୍ଜୀଙ୍କୁ ଶକ୍ତ ଝଟକା, ନନ୍ଦିଗ୍ରାମରେ ହେବନି Recounting

ସାଧାରଣ ଲୋକ ପଜିଟିଭ ଚିହ୍ନଟ ହେବା ପରେ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ (Covid Hospital) ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ଯାହା ବିଡମ୍ବନାର ବିଷୟ ବୋଲି ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି (Paralakhemundi) ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ ନାରାୟଣ ରାଓ ସୂଚନା ଦେଇଛନ୍ତି।

କୋରୋନା (Coronavirus) ତଥ୍ୟ ଲୋକଲୋଚନକୁ ଆଣିବା ବଦଳରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରିବାକୁ ବା ସୂଚନା ପ୍ରଦାନ ନିମନ୍ତେ ପ୍ରଶାସନ ଭୟ କରୁଛି କାହିଁକି ବୋଲି ପ୍ରଶ୍ନ କରିବା ସହ ଏଥିରେ ଘୋଟଲା ପାଇଁ ରାକେଟ କାମ କରୁଥିବା ଅଭିଯୋଗ କରିଛନ୍ତି ବିଧାୟକ।