ମମତା ବାନାର୍ଜୀଙ୍କୁ ଶକ୍ତ ଝଟକା, ନନ୍ଦିଗ୍ରାମରେ ହେବନି Recounting
Advertisement
Article Detail0/zeeodisha/odisha894301

ମମତା ବାନାର୍ଜୀଙ୍କୁ ଶକ୍ତ ଝଟକା, ନନ୍ଦିଗ୍ରାମରେ ହେବନି Recounting

ନନ୍ଦିଗ୍ରାମରେ ପୁନଃଭୋଟଗଣନା ଦାବିକୁ ନିର୍ବାଚନ ଆୟୋଗ ପତ୍ୟାଖ୍ୟାନ କରିଛନ୍ତି। ଗତକାଲି ଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିବା ସହ ସେଠାରେ ପୁଣି ଥରେ ମତଗଣନା କରିବାକୁ ଦଳ ଦାବି କରିଥିଲା।

ଫାଇଲ ଫଟୋ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ କ୍ଷମତାକୁ ଆସୁଥିବା TMC  ତଥା ମମତା ବାନାର୍ଜୀଙ୍କୁ ଏକ ଶକ୍ତ ଝଟକା ଲାଗିଛି। ନନ୍ଦିଗ୍ରାମରେ ପୁନଃଭୋଟଗଣନା ଦାବିକୁ ନିର୍ବାଚନ ଆୟୋଗ ପତ୍ୟାଖ୍ୟାନ କରିଛନ୍ତି। ଗତକାଲି ଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିବା ସହ ସେଠାରେ ପୁଣି ଥରେ ମତଗଣନା କରିବାକୁ ଦଳ ଦାବି କରିଥିଲା।

ଗତକାଲି ପଶ୍ଚିମବଙ୍ଗ ନିର୍ବାଚନର (West Bengal Assembly elections 2021) ଭୋଟ ଗଣତି ହୋଇଥିଲା। ଆଉ ସମସ୍ତଙ୍କ ନଜର ନନ୍ଦିଗ୍ରାମ ଉପରେ ଥିଲା। ଆରମ୍ଭରୁ ମମତା ବାନାର୍ଜୀ ଏବଂ ବିଜେପି ପ୍ରାର୍ଥୀ ସୁଭେନ୍ଦୁ ଅଧିକାରୀ (Suvendu Adhikari) ଙ୍କ ସହ ଘମାସାନ ଲଢେଇ ହୋଇଥିଲା। ତେବେ ଆଧିକାରୀକ ଭାବେ ଘୋଷଣା ପୂର୍ବରୁ ମମତା ବିଜୟ ହେବା ନେଇ ପ୍ରଚାର ହୋଇଥିଲା। କିନ୍ତୁ ପରେ ନିର୍ବାଚନ କମିଶନ ୧୭୫୬ ଭୋଟ ସୁଭେନ୍ଦୁ ଅଧିକାରୀ ବିଜୟ ହୋଇଥିବା ନେଇ ଘୋଷଣା କରିଥିଲା।

Also Read: କେବେ ପୁନେ ଫେରିବେ ଆଦର ପୁନାୱାଲା?

ତେବେ ନନ୍ଦିଗ୍ରାମ (Nandigram) ଭୋଟ ଗଣତିରେ ଅନିୟମିତତା ହୋଇଥିବା ନେଇ TMC  ଅଭିଯୋଗ ଆଣିଥିଲା। TMC ରାଜ୍ୟସଭା ସଦସ୍ୟ ଦିରେକ ଓ ବିରେନ ଓ କୋଲକାତାର ପୂର୍ବତନ ମେୟର ଫିରହାଦ ହାକିମ, ସାଂସଦ କଲ୍ୟାଣ ବାନାର୍ଜୀ ଓ ଅତିନ ଘୋଷ ମୁଖ୍ୟନିର୍ବାଚନ ଆୟୁକ୍ତଙ୍କୁ ଭେଟିବା ସହ ନନ୍ଦିଗ୍ରାମରେ ପୁନଃ ଭୋଟଗଣନା ପାଇଁ ଦାବି କରିଥିଲେ। କିନ୍ତୁ ଆଜି ନିର୍ବାଚନ ଆୟୋଗ (Election Commission) ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସେପଟେ ନିର୍ବାଚନ ଆୟୋଗକୁ ଚ୍ୟାଲେଞ୍ଜ କରି କୋର୍ଟ ଯିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ନିଷ୍ପତ୍ତି ନେଇଛନ୍ତି। ସେ ଗତକାଲି କହିଥିଲେ ଯେ, ନନ୍ଦିଗ୍ରାମର ଜନାଦେଶକୁ ସେ ଗ୍ରହଣ କରୁଛନ୍ତି। ଏଣିକି ସେ କୋରୋନା ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବେ। ଅନ୍ୟପଟେ ମମତା ବାନାର୍ଜୀ ହାରିଥିଲେ ସୁଦ୍ଧା ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରିବେ। ଯେଉଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଶୁଭେଚ୍ଛା ଜଣାଇଥଛନ୍ତି।