ପରୀ ତଦନ୍ତ: ମୁହଁ ଖୋଲିବା ମହଙ୍ଗା ପଡ଼ିଲା, ୩ ଜଣଙ୍କୁ ଉଠାଇନେଲା SIT
Advertisement

ପରୀ ତଦନ୍ତ: ମୁହଁ ଖୋଲିବା ମହଙ୍ଗା ପଡ଼ିଲା, ୩ ଜଣଙ୍କୁ ଉଠାଇନେଲା SIT

ପରୀ ହତ୍ୟା ଘଟଣାରେ ଆଜି SIT ୩ ଜଣଙ୍କୁ ଉଠାଇ ନେଇଛି।

ପରୀ ତଦନ୍ତ: ମୁହଁ ଖୋଲିବା ମହଙ୍ଗା ପଡ଼ିଲା, ୩ ଜଣଙ୍କୁ ଉଠାଇନେଲା SIT

ନୂଆଦିଲ୍ଲୀ: ପରୀ ହତ୍ୟା ଘଟଣାରେ (Pari Murder Case) ଆଜି SIT ୩ ଜଣଙ୍କୁ ଉଠାଇ ନେଇଛି। ମିଳିଥିବା ସୂଚନା ଅନୁଯାୟୀ ଏସଆଇଟି (SIT) ମୁଖ୍ୟ ଅରୁଣ ବୋଥ୍ରାଙ୍କ (Arun Bothra) ବିରୋଧରେ ମୁଁହ ଖୋଲିଥିବା ଯୁବକ ସରୋଜ ସେଠୀ (Saroj Sethi), ତାଙ୍କ ମାଆ ଓ ଭଉଣୀ । ଏହି ତିନି ଜଣଙ୍କୁ ଯଦୁପୁର (Jadupur) ଗ୍ରାମରୁ ଉଠାଇ ନେଇଥିବା ସୂଚନା ରହିଛି । 

ଅଧିକ ପଢନ୍ତୁ: ମୋଦିଙ୍କ 'ଜଳ ଜୀବନ ଯୋଜନା': ଖର୍ଚ୍ଚ ହେବ ଏତିକି କୋଟି, ୬ କୋଟି ଘରକୁ ଯିବ ପିଇବା ପାଣି

ପୂର୍ବରୁ ଏସଆଇଟି (SIT) ସରୋଜଙ୍କୁ (Saroj Sethi) ୨ ଥର ଉଠାଇ ନେଇ ପଚରାଉଚୁରା କରିସାରିଛି । ତେବେ ଆଜି ପୁଣି ଥରେ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି । ଘରେ ଗଧୋଉଥିବା ସମୟରେ ତାଙ୍କୁ ଉଠାଇ ନିଆଯାଇଥିବା ସୂଚନା ରହିଛି । ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ସେମାନଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିବା ସୂଚନା ରହିଛି । 

ଅଧିକ ପଢନ୍ତୁ: କୋରୋନାକୁ ନେଇ ଆମେରିକାରୁ ଆସିଲା ଖୁସି ଖବର, ମଡ଼ର୍ଣ୍ଣାକୁ ମିଳିଲା ଅନୁମତି

ନିକଟରେ ସରୋଜ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଦୋଷ ମୁଣ୍ଡେଇବା ପାଇଁ ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିଲେ ବୋଲି ସରୋଜ ଗଣମାଧ୍ୟମରେ ସୂଚନା ଦେଇଥିଲେ। ଏହା ସହିତ ତାଙ୍କ ପରିବାରର କୌଣସି କ୍ଷତି ହେଲେ ଅରୁଣ ବୋଥ୍ରା ଓ ଏସାଇଟି ଦାୟୀ ରହିବେ ବୋଲି କହିଥିଲେ ।