ଗରିବଙ୍କ ପେଟ ମାରି ମାଲାମାଲ ବେପାରୀ; PDS କିରୋସିନ ଓ ଚାଉଳ ଖାଇଗଲେ ପଞ୍ଚାୟତ କର୍ମଚାରୀ
Advertisement
Article Detail0/zeeodisha/odisha1059501

ଗରିବଙ୍କ ପେଟ ମାରି ମାଲାମାଲ ବେପାରୀ; PDS କିରୋସିନ ଓ ଚାଉଳ ଖାଇଗଲେ ପଞ୍ଚାୟତ କର୍ମଚାରୀ

ମାଣିକପୁର ଗ୍ରାମପଞ୍ଚାୟତର ୧ ନଂ ୱାର୍ଡ ମେମ୍ବର କିଶୋର ଚନ୍ଦ୍ର ନାୟକଙ୍କ ସମେତ ଗ୍ରାମର ପଚାଶରୁ ଊର୍ଦ୍ଧ୍ବ ଲୋକେ ପଞ୍ଚାୟତରେ ଜମା ହୋଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଲୋକନାଥ ପାଇକଙ୍କ ଘରେ କିରୋସିନ ରଖାଯାଇଥିବା ବେଳେ ଚାଉଳକୁ ମଳିକ ସାହିର ଜଣେ ବ୍ୟକ୍ତିଙ୍କୁ ବିକ୍ରି ହୋଇଥିଲା। ଏହା ଜାଣିବା ପରେ ଚୋରାଚାଲାଣ ହୋଇଥିବା ପିଡିଏସ ସାମଗ୍ରୀକୁ ପଞ୍ଚାୟତକୁ ଆଣି ଜବତ କରିଥିଲେ।

ଗରିବଙ୍କ ପେଟ ମାରି ମାଲାମାଲ ବେପାରୀ; PDS କିରୋସିନ ଓ ଚାଉଳ ଖାଇଗଲେ ପଞ୍ଚାୟତ କର୍ମଚାରୀ

ଗଜପତି: ଗରିବ ଲୋକଙ୍କୁ ସୁଲଭ ମୁଲ୍ୟରେ ଖାଦ୍ୟ, ଶସ୍ୟ ଓ କିରୋସିନ ଯୋଗାଇ ଦେବାକୁ ପିଡିଏସ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅନେକ ସମୟରେ ଗରିବଙ୍କ ଏହି ହକର ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଗ୍ରାମପଞ୍ଚାୟତରୁ ପିଡ଼ିଏସ କିରୋସିନ (kerosene) ଓ ଚାଉଳ (Rice) ଚୋରା ବିକ୍ରି ବେଳେ ଗ୍ରାମବାସୀ ମାଫଆଙ୍କୁ କାବୁ କରିଛନ୍ତି। ଏଭଳି ଘଟଣାଟି ଗତ ବୁଧବାର ବିଳମ୍ବିତ ରାତିରେ ଗଜପତି (Gajapati) ଜିଲ୍ଲାର ମୋହନା ବ୍ଲକ (Mohana Block) ଅନ୍ତର୍ଗତ ମାଣିକପୁର ଗ୍ରାମପଞ୍ଚାୟତରେ ଘଟିଛି।

ଅନେକ ଦିନ ହେବ ସାଧାରଣ ଲୋକଙ୍କୁ ପିଡିଏସ (PDS) ସାମଗ୍ରୀ ବଣ୍ଟନ ସଠିକ୍ ଭାବେ ହେଉନଥିବା ବେଳେ ପୂର୍ବରୁ ଅନେକ ଥର ବାଟମାରଣା ହେଉଥିବା ଗ୍ରାମବାସୀ ଶୁଣିବାକୁ ପାଇଥିଲେ। ଦିନେ ନା ଦିନେ ସତ ସାମ୍ନାକୁ ଆସିବ ବୋଲି ଗ୍ରାମବାସୀ ଅପେକ୍ଷା କରିଥିଲେ। ପଞ୍ଚାୟତର ପିଅନ ବିଜୟ ରାଉତ ବୁଧବାର ବିଳମ୍ବିତ ରାତିରେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ୩୫ ଲିଟର ବିଶିଷ୍ଟ ବେରେଲରେ କିରୋସିନ ଓ ବସ୍ତାରେ ଚାଉଳ ବିକ୍ରି କରୁଥିଲେ। ପୂର୍ବରୁ ଆଭାସ ପାଇଥିବା ଗ୍ରାମବାସୀ ପିଡିଏସ ପଞ୍ଚାୟତରୁ ଚୋରାଚାଲାଣ ବେଳେ ଏକତ୍ରିତ ହୋଇ ଧରିଥିଲ।

Also Read: କ୍ଲାସରୁମକୁ ମୋବାଇଲ୍ ମନା

ମାଣିକପୁର ଗ୍ରାମପଞ୍ଚାୟତର ୧ ନଂ ୱାର୍ଡ ମେମ୍ବର କିଶୋର ଚନ୍ଦ୍ର ନାୟକଙ୍କ ସମେତ ଗ୍ରାମର ପଚାଶରୁ ଊର୍ଦ୍ଧ୍ବ ଲୋକେ ପଞ୍ଚାୟତରେ ଜମା ହୋଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଲୋକନାଥ ପାଇକଙ୍କ ଘରେ କିରୋସିନ ରଖାଯାଇଥିବା ବେଳେ ଚାଉଳକୁ ମଳିକ ସାହିର ଜଣେ ବ୍ୟକ୍ତିଙ୍କୁ ବିକ୍ରି ହୋଇଥିଲା। ଏହା ଜାଣିବା ପରେ ଚୋରାଚାଲାଣ ହୋଇଥିବା ପିଡିଏସ ସାମଗ୍ରୀକୁ ପଞ୍ଚାୟତକୁ ଆଣି ଜବତ କରିଥିଲେ ଏବଂ ଘଟଣା ସ୍ଥଳରେ ମୋହନା ଯୋଗାଣ ଅଧିକାରୀ ସୁଭେନ୍ଦୁ ପାଣିଗ୍ରାହୀ ଓ ଉପ ଜିଲ୍ଲାପାଳ ଦିଲିପ କୁମାର ମହାରଣାଙ୍କୁ ଫୋନ ଯୋଗେ ଜଣାଇଥିଲେ। ଖବର ପାଇ ଗୁରୁବାର ମୋହନା ଯୋଗାଣ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । 

ଜବତ ହୋଇଥିବା କିରୋସିନ ଓ ଚାଉଳ ଅନୁଧ୍ୟାନ କରିବା ସହ ସମ୍ପୃକ୍ତ ପିଅନଙ୍କ ବିରୋଧରେ ଏତଲା ଦିଆଯିବ। ଏଥିସହ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ଯୋଗାଣ ଅଧିକାରୀ ଶୁଭେନ୍ଦୁ ପାଣିଗ୍ରାହୀ କହିଛନ୍ତି। ଗୁରୁବାର ପର୍ଯ୍ୟନ୍ତ ପଞ୍ଚାୟତର ଲୋକଙ୍କୁ ଠିକ ଭାବେ କିରୋସିନ ଓ ଚାଉଳ ମିଳୁନଥିବା ବେଳେ ଏହାକୁ ବିକ୍ରି କରାଯାଉଥିବା ଯୋଗୁଁ  ଗ୍ରାମବାସୀ ଏହାର ଉଚିତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷରେ ଚଳିତ ମାସରେ କିରୋସିନ ଆସିଲେ ରଖାଯିବା ପାଇଁ ବଣ୍ଟନ ନ ହୋଇ ରହିଥିବା କିରୋସିନକୁ ସରପଞ୍ଚଙ୍କ ସ୍ବାମୀ ବୀର ପୂଜାରୀ ଓ ପଞ୍ଚାୟତ ଅଧିକାରୀ ରାଜଲକ୍ଷ୍ମୀ ସାହୁଙ୍କ ନିର୍ଦ୍ଦେଶରେ କିରୋସିନ ପଞ୍ଚାୟତରୁ କାଡି ବାହାରେ ରଖିଥିବା ନିଜ ପ୍ରତିକ୍ରିୟାରେ ଅଭିଯୁକ୍ତ ପିଅନ ବିଜୟ ରାଉତ କହିଛନ୍ତି। 

Also Read: ଜାନୁଆରୀ ୩ରୁ ପାଠପଢା; ଏବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଳି

ପ୍ରତି ମାସରେ ପଞ୍ଚାୟତ ଯୋଗାଣ ସହାୟକ, ପଞ୍ଚାୟତ ଅଧିକାରିଣୀଙ୍କ ନିର୍ଦ୍ଦେଶ ଦେବା ପରେ ଏଭଳି ସେ ଏହାକୁ ବିକ୍ରି କରିଥିବା ପିଅନ କହିଛନ୍ତି। ସେହିପରି ସମାନ ଘଟଣା ଗତ ୨୫ ତାରିଖରେ ମଧ୍ୟ ପିଣ୍ଡିକି ଗ୍ରାମ ଛକରେ ଘଟିଥିଲା, ପିଣ୍ଡିକି ହରିଜନ ସାହିର ଡିଲର ତ୍ରିନାଥ ବେହେରା ୨୫ ଲିଟର କିରୋସିନକୁ ୬୮ଟଙ୍କା ଦରରେ କିଡାସିଙ୍ଗ ଗ୍ରାମର ପଞ୍ଚାନନ ନାୟକଙ୍କୁ ବିକ୍ରି କରୁଥିବା ବେଳେ ଗ୍ରାମର ଯୁବକମାନେ ଜବତ କରି ଯୋଗାଣ ନୀରିକ୍ଷକଙ୍କୁ ଜିମା ଦେଇଥିଲେ। ଏଭଳି ଭାବେ ସରକାରଙ୍କ ପିଡିଏସ ସାମଗ୍ରୀର କଳାବଜାରୀ ମୋହନା ବ୍ଳକରେ ବୃଦ୍ଧି ପାଉଥିବା ବେଳେ ଦୁର୍ନୀତିର ସଠିକ୍ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।