ଲୋକଙ୍କ ବିରୋଧ ପରେ ବାତିଲ ହେଲା ଜନଶୁଣାଣି
Advertisement
Article Detail0/zeeodisha/odisha1215363

ଲୋକଙ୍କ ବିରୋଧ ପରେ ବାତିଲ ହେଲା ଜନଶୁଣାଣି

ଆଗାମୀ ଦିନରେ ଲଖନପୁର ଅଞ୍ଚଳରେ କମ୍ପାନୀ ତିଆରି କରିବାର ସ୍ବପ୍ନ ମଧ୍ୟ ନ ଦେଖିବାକୁ ଚେତାବନୀ ଦେଇଛନ୍ତି।

ଲୋକଙ୍କ ବିରୋଧ ପରେ ବାତିଲ ହେଲା ଜନଶୁଣାଣି

ଝାରସୁଗୁଡା: ଜିଲ୍ଲା ଲଖନପୁର ଠାରେ ରାମକୀ କମ୍ପାନୀର ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପରିଚାଳନା, ସଂରକ୍ଷଣ ଓ ନିଷ୍କାସନ ପ୍ଲାଣ୍ଟର ଜନ ଶୁଣାଣିକୁ ଲଖନପୁର ବ୍ଲକ ବାସୀ ତୀବ୍ର ବିରୋଧ କରିଛନ୍ତି। ଯାହା ଫଳରେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଏହି ଜନ ଶୁଣାଣି ବାତିଲ ହୋଇଛି। ଜନ ଶୁଣାଣି ବାତିଲ ହୋଇଥିଲେ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ବିରୋଧକାରୀ କମ୍ପାନୀ କର୍ତ୍ତୃପକ୍ଷକୁ ଗୋଡାଇ ଗୋଡ଼ାଇ ପିଟିବା ସହ ଆଗାମୀ ଦିନରେ ଲଖନପୁର ଅଞ୍ଚଳରେ କମ୍ପାନୀ ତିଆରି କରିବାର ସ୍ବପ୍ନ ମଧ୍ୟ ନ ଦେଖିବାକୁ ଚେତାବନୀ ଦେଇଛନ୍ତି।

ଜିଲ୍ଲା ପ୍ରଶାସନ, ପ୍ରଦୂଷଣ ବିଭାଗ, ରାମକୀ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ବିରୋଧ କରିବା ସହ ଜନ ଶୁଣାଣି ଆରମ୍ଭ କରିବାକୁ ଦେଇନଥିଲେ। ରାମକି ଏନଭିରୋ ସାର୍ଭିସ ପ୍ରାଇଭେଟ ଲିମିଟେଡ ଦ୍ଵାରା ଲଖନପୁର ବ୍ଲକର ଜୁନିଏନ୍ ଠାରେ ୬୪ ଏକର ଜଙ୍ଗଳ ଜମିରେ ବର୍ଜ୍ୟବସ୍ତୁ ପରିଚାଳନା ସଂରକ୍ଷଣ ଓ ନିଷ୍କାସନ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରିଛି। ଏନେଇ ଜୁନ ୧୦ ତାରିଖ ଶୁକ୍ରବାର ଲଖନପୁର ଖେଳ ପଡିଆ ଠାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲା ପ୍ରଶାସନ ପକ୍ଷରୁ ଜନ ଶୁଣାଣି ହେବାକୁ ଥିବାବେଳେ ଏହାକୁ ବିରୋଧ କରିଥିଲେ ଅଞ୍ଚଳବାସୀ। ଜନ ଶୁଣାଣୀକୁ ବିରୋଧ କରିବା ପାଇଁ ଲଖନପୁର ବ୍ଲକର ୩୩ ପଞ୍ଚାୟତର ବାସିନ୍ଦା ଉପସ୍ଥିତ ରହିଥିଲେ। ଗତବର୍ଷ ଅଗଷ୍ଟ ୨୭ ତାରିଖରେ ମଧ୍ୟ ଜନ ଶୁଣାଣୀ  ଆୟୋଜନ ହୋଇଥିଲା। ମାତ୍ର ସେତେବଳେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ କାରଣରୁ ଏହାକୁ ପ୍ରଶାସନ ସ୍ଥଗିତ ରଖିଥିଲା।