ଆଜି ପୁରୀ ରାଜକୁମାରୀଙ୍କ ବିବାହ ଉତ୍ସବ; ଜାଣନ୍ତୁ, କାହା ହାତ ଧରିବେ ଗଜପତି ମହାରାଜାଙ୍କ ସୁପୁତ୍ରି
Advertisement
Article Detail0/zeeodisha/odisha1092380

ଆଜି ପୁରୀ ରାଜକୁମାରୀଙ୍କ ବିବାହ ଉତ୍ସବ; ଜାଣନ୍ତୁ, କାହା ହାତ ଧରିବେ ଗଜପତି ମହାରାଜାଙ୍କ ସୁପୁତ୍ରି

ପୁରୀ ରାଜକୁମାରୀ ଦେବେଶୀ ଦେବୀ, ପଶ୍ଚିମବଙ୍ଗ ବର୍ଦ୍ଧମାନର ରାଜକୁମାର ଆଦିତ୍ୟ କେହେରଙ୍କୁ ବିବାହ କରିବେ। ରାଜୀବ କେହେରଙ୍କ ସୁପୁତ୍ର ହେଉଛନ୍ତି ଆଦିତ୍ୟ। 

ଫାଇଲ ଫଟୋ

ପୁରୀ: ବୁଧବାର ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ରାଜକୁମାରୀ ଦେବେଶୀ ଦେବୀଙ୍କ ବିବାହ ଅନୁଷ୍ଠିତ ହେବ। କୋରୋନା କଟକଣା ଯୋଗୁଁ ଶ୍ରୀନଅରରେ ନିରାଡମ୍ବର ଭାବେ ବିବାହ ଉତ୍ସବ ଆୟୋଜନ ହେବ। ଏହା ଗଜପତି ମହାରାଜାଙ୍କ ଶେଷ ପାରିବାରିକ ଉତ୍ସବ।

ପୁରୀ ରାଜକୁମାରୀ ଦେବେଶୀ ଦେବୀ, ପଶ୍ଚିମବଙ୍ଗ ବର୍ଦ୍ଧମାନର ରାଜକୁମାର ଆଦିତ୍ୟ କେହେରଙ୍କୁ ବିବାହ କରିବେ। ରାଜୀବ କେହେରଙ୍କ ସୁପୁତ୍ର ହେଉଛନ୍ତି ଆଦିତ୍ୟ। ବର୍ଦ୍ଧମାନର ମୂଳନିବାସୀ ରାଜୀବ କେହେରଙ୍କ ପରିବାର ବର୍ତ୍ତମାନ ହରିୟାଣାର ଗୁରୁଗ୍ରାମରେ ବସବାସ କରନ୍ତି। ବିବାହ ପାଇଁ ବର୍ଦ୍ଧମାନ ଓ ବିଭିନ୍ନ ଅଞ୍ଚଳର ରାଜପରିବାର ପୁରୀରେ ଉପସ୍ଥିତ ଅଛନ୍ତି। 

 

Also Read: Weather Updates : ଆଜିଠୁ ରାଜ୍ୟରେ ବର୍ଷା, ୨୨ ଜିଲ୍ଲାକୁ ସତର୍କତା

ରାଜକୁମାରୀ ଦେବେଶୀଙ୍କ ବିବାହରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧିକାରୀ, ବରିଷ୍ଠ ସେବାୟତ ଓ କିଛି ଭିଆଇପି ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଛି। ଉଭୟ ଶ୍ରୀନଅର ଓ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ବିବାହ କାର୍ଯ୍ୟକ୍ରମ ଓ ଭୋଜି ଆୟୋଜନ କରାଯାଇଛି। ଶ୍ରୀନଅରରେ ସନ୍ଧ୍ୟା ସାତଟାରେ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ହୋଟେଲରେ ପରିଚିତ ଅତିଥିଙ୍କ ଚର୍ଚ୍ଚା ହେବ।

 

 

ସୂଚନାଯୋଗ୍ୟ ଗଜପତି ମହାରାଜାଙ୍କର ୪ଟି କନ୍ୟାସନ୍ତାନ ଅଛନ୍ତି। ସେମାନଙ୍କ ନାମ ହେଲା- ଦିବ୍ୟଜ୍ୟୋତି ଦେବୀ, ଦେବଜାନି ଦେବୀ, ଦେବିକା ଦେବୀ ଓ ଦେବେଶୀ ଦେବୀ। ଚାରି ଭଉଣୀ ମଧ୍ୟରେ ରାଜକୁମାରୀ ଦେବେଶୀ ସର୍ବକନିଷ୍ଠା। ତେବେ ରାଜା ଦିବ୍ୟ ସିଂହ ଦେବଙ୍କର କୌଣସି ପୁତ୍ର ସନ୍ତାନ ନାହିଁ। ତେଣୁ ନିକଟରେ ତାଙ୍କ ପରେ କିଏ ଗଜପତି ମହାରାଜା ହେବେ ତାହାକୁ ନେଇ ଚର୍ଚ୍ଚା ଚାଲୁଥିଲା।