ମାଲକାନଗିରିକୁ ଗଡ଼ିବ ରେଳ, ଚାଲିଛି ସମୀକ୍ଷା ଓ ଗ୍ରାମସଭା
Advertisement
Article Detail0/zeeodisha/odisha1306783

ମାଲକାନଗିରିକୁ ଗଡ଼ିବ ରେଳ, ଚାଲିଛି ସମୀକ୍ଷା ଓ ଗ୍ରାମସଭା

ବର୍ତ୍ତମାନ ଜିଲ୍ଲାକୁ ରେଳ ଲାଇନ ଆସିବା ପାଇଁ ଚାଲିଛି ବିଭିନ୍ନ ଯୋଜନା। ତେଣୁ ଆଜି mv ୪୩ ଗ୍ରାମରେ ରେଳ ବିଭାଗ ଅଧିକାରୀ ଓ mv ୪୩ ଗ୍ରାମବାସୀଙ୍କ ସହ ଏକ ବୈଠକ ବସିଥିଲା ।

ମାଲକାନଗିରିକୁ ଗଡ଼ିବ ରେଳ, ଚାଲିଛି ସମୀକ୍ଷା ଓ ଗ୍ରାମସଭା

ମାଲକାନଗିରି (ଚନ୍ଦ୍ରକାନ୍ତ ପଣ୍ଡା): ଆଦିବାସୀ ବହୁଳ ତଥା ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଏବେ ଧୀରେ ଧୀରେ ବିକାଶ ଦିଗକୁ ଅଗ୍ରସର ହେଉଛି । ପୂର୍ବରୁ ଭଲ ରାସ୍ତା ଥିଲା ନା ମିଳୁଥିଲା କୌଣସି ସୁବିଧା । ଲୋକେ ଅନେକ କାର୍ଯ୍ୟ ପାଇଁ ସୀମାନ୍ତ ଆନ୍ଧ୍ର ଓ ଛତିଶଗଡ଼ ଉପରେ ଭରସା କରି ରହୁଥିଲେ । କିନ୍ତୁ ସମୟ ବଦଳିବା ସାଙ୍ଗକୁ ବଦଳିଛି ମାଲକାନଗିରିର ମାନଚିତ୍ର । ଗୋଟିଏ ଜିଲ୍ଲା କୁ ଅନ୍ୟ ଜିଲ୍ଲା କିମ୍ବା ସୀମାନ୍ତ ଛତିଶଗଡ଼ ଓ ଆନ୍ଧ୍ର କୁ ଯିବା ପାଇଁ ଚକ ଚକିଆ ରାସ୍ତା ଓ ଅନେକ ପୋଲ ମାନ ନିର୍ମାଣ ହୋଇଛି ଯାହାଫଳରେ ସହଜରେ ଯାତାୟତ କରିବାରେ ସୁବିଧା ହେଉଛି । 

କିନ୍ତୁ ବର୍ତ୍ତମାନ ଜିଲ୍ଲାକୁ ରେଳ ଲାଇନ ଆସିବା ପାଇଁ ଚାଲିଛି ବିଭିନ୍ନ ଯୋଜନା। ତେଣୁ ଆଜି mv ୪୩ ଗ୍ରାମରେ ରେଳ ବିଭାଗ ଅଧିକାରୀ ଓ mv ୪୩ ଗ୍ରାମବାସୀଙ୍କ ସହ ଏକ ବୈଠକ ବସିଥିଲା । ଓଡ଼ିଶାର ଶେଷ ଜିଲ୍ଲା ମାଲକାନଗିରି ଜିଲ୍ଲା। ମାଲକାନଗିରି ଜିଲ୍ଲା କୁ ଯୋଗା ଯୋଗ କରିବା ପାଇଁ କେବଳ ସ୍ଥଳ ପଥ ହିଁ ଏକ ମାତ୍ର ମାଧ୍ୟମ । ସେହି ସ୍ଥଳ ପଥ ଦ୍ୱାରା ଜୟପୁର ଠାରୁ ମାଲକାନଗିରି ସମେତ ସୀମାନ୍ତ ଛତିଶଗଡ଼ ଓ ଅନ୍ଧ୍ରକୁ ରେଳ ପଥ ଦ୍ୱାରାଯୋଗା ଯୋଗ କରିବା ପାଇଁ ନୂତନ କରି ହେଉଥିବା ରେଳପଥ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକ୍ରମ କରାଯାଉଛି । 

ତେଣୁ ଆଜି mv 43 ଗ୍ରାମ ଠାରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ mv43 ଗ୍ରାମବାସୀ, ମାଲକାନଗିରି ଅତିରିକ୍ତ ତହସିଲଦାର ଜଗଦୀଶ କାର୍ତାମି ଏବଂ କୋରାପୁଟର ରେଳ ବିଭାଗ ଅଧିକାରୀଙ୍କ ଦ୍ଵାରା ଏକ ମିଳିତ ବୈଠକ ହୋଇଥିଲା । ଯେଉଁ ଜମିରେ ରେଳ ଲାଇନ ହବ ସେହି ଜମି ମାଲିକ ମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ରେଳ ଲାଇନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହେଉଥିବା ସହ ରେଳ ଲାଇନ ହେବା ଦ୍ୱାରା ମାଲକାନଗିରି ଜିଲ୍ଲା ଅଧିକ ମାତ୍ରା ରେ ବିକାଶ ହେବ ବୋଲି ରେଳ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି ।

ମାଲକାନଗିରି ଜିଲ୍ଲା ରେ ରେଳ ଲାଇନ ହେଉଥିବା ଶୁଣି ଜିଲ୍ଲା ବାସୀଙ୍କ ମନରେ ଖୁସି ଥିଲେ ମଧ୍ୟ ଜମି ଅଧିଗ୍ରହଣ ବା ଜମି ର ଉଚିତ ମୂଲ୍ୟ ପାଇବା ପାଇଁ ଗ୍ରାମବାସି ଦାବି କରିଛନ୍ତି । ତେବେ ମାଲକାନଗିରି ସହରରେ ଥିବା ଜମି ମୂଲ୍ୟ ଅନୁସାରେ ଟଙ୍କା ଦେବା ସହ କିଛି ଜମି ଥିବା ପରିବାରକୁ ଚାକିରୀ ଦିଆ ଯାଉ ବୋଲି ଲୋକେ ଦାବି କରିଛନ୍ତି। ଏହି ସବୁ ଦାବି ପୂରଣ ନହେଲେ ଜମି ଦିଆଯିବ ନାହିଁ ବୋଲି ଗ୍ରାମବାସି ସ୍ଥିର କରିଛନ୍ତି ।ତେବେ ଜିଲ୍ଲାରେ ବର୍ଷ ବର୍ଷ ଧରି ରେଳ ରାସ୍ତା ପାଇଁ ହେଉଥିବା ସର୍ଭେ ଓ ବୈଠକର ଅନ୍ତ କେବେ ହବ ଓ କେବେ ଜିଲ୍ଲାବାସୀ ରେଳ ଦେଖିବେ ତାକୁ ହିଁ ଅପେକ୍ଷା।