Advertisement
Article Detail0/zeeodisha/odisha691827
Zee OdishaOdisha Stateକର୍ଫ୍ୟୁ ସମୟରେ ହୋମ ଡେଲିଭରି ପାଇଁ ହୋଟେଲ ମାଲିକ ସଙ୍ଘର ଅନୁରୋଧ

କର୍ଫ୍ୟୁ ସମୟରେ ହୋମ ଡେଲିଭରି ପାଇଁ ହୋଟେଲ ମାଲିକ ସଙ୍ଘର ଅନୁରୋଧ

ଲକ ଡାଉନ ପାଇଁ ବର୍ତ୍ତମାନ ହୋଟେଲ ଶିଳ୍ପ କ୍ଷତିଗ୍ରସ୍ତ। ୧.୦ ଅନଲକ ସମୟରେ ସରକାର ନୀତି ନିୟମରେ କିଛିଟା କୋହଳ କରିଥିବା ବେଳେ ହୋଟେଲ ମାଲିକଙ୍କୁ ସେତେଟା ସୁହାଉ ନ ଥିବାର ଅଭିଯୋଗ କରିଛନ୍ତି ସମ୍ବଲପୁର ହୋଟେଲ ମାଲିକ ସଙ୍ଘ।ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଖାଦ୍ୟ ହୋମ ଡେଲିଭରି ଓ ଅର୍ଡର ସପ୍ଲାଇ କରାଯାଉଥିବା ବେଳେ ତାକୁ

କର୍ଫ୍ୟୁ ସମୟରେ ହୋମ ଡେଲିଭରି ପାଇଁ ହୋଟେଲ ମାଲିକ ସଙ୍ଘର ଅନୁରୋଧ

ସମ୍ବଲପୁର: ଲକ ଡାଉନ ପାଇଁ ବର୍ତ୍ତମାନ ହୋଟେଲ ଶିଳ୍ପ କ୍ଷତିଗ୍ରସ୍ତ। ୧.୦ ଅନଲକ ସମୟରେ ସରକାର ନୀତି ନିୟମରେ କିଛିଟା କୋହଳ କରିଥିବା ବେଳେ ହୋଟେଲ ମାଲିକଙ୍କୁ ସେତେଟା ସୁହାଉ ନ ଥିବାର ଅଭିଯୋଗ କରିଛନ୍ତି ସମ୍ବଲପୁର ହୋଟେଲ ମାଲିକ ସଙ୍ଘ।ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଖାଦ୍ୟ ହୋମ ଡେଲିଭରି ଓ ଅର୍ଡର ସପ୍ଲାଇ କରାଯାଉଥିବା ବେଳେ ତାକୁ ଆଉ ଟିକିଏ କୋହଳ କରାଯାଇ ରାତି 10 ଟା ପର୍ଯ୍ୟନ୍ତ ସମୟ ବୃଦ୍ଧି ପାଇଁ ଅନୁରୋଧ କରିଛି ହୋଟେଲ ମାଲିକ ସଂଘ।

ଯେ ହେତୁ ସମ୍ବଲପୁର ଗ୍ରୀନ ଜୋନରେ ରହିଛି ତେଣୁ ଯଦି ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମ କମିଶନର ଟିକିଏ ନୀତି ନିୟମ କୁ କୋହଳ କରି ରାତି ୧୦ଟା ପର୍ଯ୍ୟନ୍ତ ହୋମ ଡେଲିଭରି କିମ୍ବା ଅର୍ଡର ସପ୍ଲାଇ ସମୟକୁ ବୃଦ୍ଧି କରିବାକୁ ଅନୁରୋଧ କରିଛି. ସଂଘ କହିଛି ଯେ ଏହି ସଂଧ୍ୟା ସମୟରେ ଅଧିକ ମାତ୍ରାରେ ହୋମ ଡେଲିଭରି ପାଇଁ ଅର୍ଡର ମିଳିଥାଏ. ଏହି ସମୟରେ ହୋମ ଡେଲିଭରି ପାଇଁ ଅନୁମତି ମିଳିଲେ ଭଲ ହୁଅନ୍ତା ବୋଲି କହିଛି ହୋଟେଲ ମାଲିକ ସଂଘ। ସେଥିପାଇଁ ଆଜି ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ ଏକ ଅନୁରୋଧ ପତ୍ର ଦାଖଲ କରିଥିଲା ସଂଘ।

Add Zee News as a Preferred Source
About the Author