ଗୋ-ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
Advertisement
Article Detail0/zeeodisha/odisha880209

ଗୋ-ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସମିତି ସଦସ୍ୟମାନେ ପ୍ରଥମେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ। ତା ପରେ ସମ୍ବଲପୁର ମହାନଗର ନିଗମ ଅଫିସ ଘେରାଉ କରିଥିଲେ।

ଗୋ-ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସମ୍ବଲପୁର: ବୁଧବାର ହନୁମାନ ଜୟନ୍ତୀ ସମନ୍ୱୟ ସମିତି ତରଫରୁ ଗୋହତ୍ୟା ଏବଂ ଗୋରୁ ଚାଲାଣକୁ ବିରୋଧ କରି ଜିଲ୍ଲାପାଳ କାର୍ଯ୍ୟାଳୟ ଓ ମହାନଗର ନିଗମ ଘେରାଉ କରାଯାଇଛି। ସମିତି ସଦସ୍ୟମାନେ ପ୍ରଥମେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ। ତା ପରେ ସମ୍ବଲପୁର ମହାନଗର ନିଗମ ଅଫିସ ଘେରାଉ କରିଥିଲେ।

ସମନ୍ୱୟ ସମିତି କହିବାନୁଯାୟୀ, ସମ୍ବଲପୁରରୁ ବାରମ୍ବାର ଗୋ-ଚାଲାଣ (Cow trade) ମାମଲା ସହ ଗୋହତ୍ୟା (Cow kill)ମଧ୍ୟ ବୃଦ୍ଧି ପାଉଛି। କିଛିଦିନ ପୂର୍ବରୁ ରେମେଡ ଛକରୁ ଏକ ଗୋରୁ ଭର୍ତ୍ତି କଣ୍ଟେନରକୁ ବଜରଙ୍ଗ ଦଳ (Bajrang Dal) ର ପ୍ରଚେଷ୍ଟାରେ ପୋଲିସ (Sambalpur Police) ଧରିଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଦିନକୁ ଦିନ ଗୋହତ୍ୟା ମଧ୍ୟ ବୃଦ୍ଧି ପାଉଥିବାରୁ ଏ ବାବଦରେ ଚିଠିରେ ଉଲ୍ଲେଖ କରାଯିବ ସହ ଜିଲ୍ଲା ପ୍ରଶାସନକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରାଯାଇଛି।

Also Read: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଙ୍ଗାରୁଜା ଘଟଣା: ଗୋଟିଏ ବସ ସହ ୨୫ ଅଟକ

ଯେଉଁ ଗାଈ ଗୋରୁଙ୍କୁ ଉଦ୍ଧାର (Cow Rescue) କରାଯାଉଛି ସେମାନଙ୍କ ପାଇଁ ଏକ ଗୋଶାଳାର (Goshala) ନିର୍ମାଣ ପାଇଁ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଦାବି କରିଛି। ସମିତି ତରଫରୁ ଜିଲ୍ଲାପାଳ (Sambalpur Collector) ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମହାନଗର ନିଗମ, ଗୃହ ସଚିବ, ପୋଲିସ ମହାନିର୍ଦେଶକ (DGP Odisha) ଙ୍କୁ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିବା ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ସଦସ୍ୟ ସୁଧୀର ରଞ୍ଜନ ବହିଦାର କହିଛନ୍ତି।