Samabalpur: ଶିଶୁ ଯତ୍ନ କେନ୍ଦ୍ରରେ ଆୟୋଜିତ ହେଲା ଆଦର୍ଶ ବିବାହ, ଶିଶୁ ଘରୁ ଶାଶୁ ଘର ଗଲେ ପୂଜା
Advertisement

Samabalpur: ଶିଶୁ ଯତ୍ନ କେନ୍ଦ୍ରରେ ଆୟୋଜିତ ହେଲା ଆଦର୍ଶ ବିବାହ, ଶିଶୁ ଘରୁ ଶାଶୁ ଘର ଗଲେ ପୂଜା

Sambalpur Orphan Girl Marriage:  ଗତକାଲି ସମ୍ବଲପୁର ଶିଶୁ ଯତ୍ନ କେନ୍ଦ୍ରରେ ଆୟୋଜିତ ହୋଇଥିଲା ଏକ ଆଦର୍ଶ ବିବାହ। ସମ୍ବଲପୁର ଧନକଉଡ଼ାସ୍ଥିତ ଶିଶୁ ଗୃହରୁ ଶାଶୁ ଘରକୁ ଯାଇଥିଲେ ଜଣେ ଅନାଥ ବାଳିକା।   

Samabalpur:  ଶିଶୁ ଯତ୍ନ କେନ୍ଦ୍ରରେ ଆୟୋଜିତ ହେଲା ଆଦର୍ଶ ବିବାହ, ଶିଶୁ ଘରୁ ଶାଶୁ ଘର ଗଲେ ପୂଜା

Samabalpur Ideal Marrige: ସମ୍ବଲପୁର ଶିଶୁ ଯତ୍ନ କେନ୍ଦ୍ର ଠାରୁ ଶାଶୁଘର ଯିବେ ପୂଜା। ହାତରେ ମେହେନ୍ଦି ଆଖିରେ ଆଖିଏ ସ୍ବପ୍ନ ନେଇ ସମ୍ବଲପୁର ଶିଶୁ ଯତ୍ନ କେନ୍ଦ୍ର ଗୃହରୁ ବିଦାହେଲେ ଶାଶୁଘର। ସମ୍ବଲପୁର ସହରର ଧନକଉଡା ସ୍ଥିତ ଶିଶୁଯତ୍ନ କେନ୍ଦ୍ର ଗୃହରେ ଦେଖିବାକୁ ମିଳିଛି ଏଭଳି ଏକ ଅନନ୍ୟ ବାହାଘର। କଥାରେ ଅଛି ବିବାହ ଏକ ନୈସର୍ଗିକ ବନ୍ଧନ। ଯାହାକୁ ଭଗବାନ ନିର୍ଧାରଣ କରିଥାନ୍ତି। ଯାହା ଵିଧି ଲେଖିଥାଏ କିମ୍ବା ଭାଗ୍ୟରେ  ଲେଖା ହୋଇଥାଏ ସେହି ଅନୁସାରେ ବିଧି ନିର୍ଧାରଣ ହୋଇଥାଏ। 

ସମ୍ବଲପୁର ଶିଶୁ ଯତ୍ନ କେନ୍ଦ୍ରରେ (Sambalpur Child Care Centre) ଦେଖିବାକୁ ମିଳିଛି ଏଭଳି ଏକ ଅନନ୍ୟ ବାହାଘର। ସାତଜନ୍ମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି ଜଣେ ଅନାଥ ବାଳିକା (Sambalpur Orphan Girl Puja)। ଏଭଳି ଏକ ପବିତ୍ର ଅନନ୍ୟ ବାହାଘର (Samabalpur Ideal Marrige) ସମ୍ବଲପୁର ଧନକଉଡ଼ା (Samabalpur Dhankauda Area) ସ୍ଥିତ ଶିଶୁଯତ୍ନ କେନ୍ଦ୍ରରେ ଗତକାଲି ଦେଖିବାକୁ ମିଳିଛି। ଧନକଉଡା ଅନାଥ ଆଶ୍ରମରେ (Samabalpur Dhankauda Orphanage) ରହୁଥିବା ପୂଜା ଆଶ୍ରମ ଠାରେ ରହି ଛୋଟରୁ ବଡ ହୋଇଥିଲେ। ହେଲେ ପୂଜା ବିବାହ ଯୋଗ୍ୟ ହେବା ପରେ ହଠାତ ତାଙ୍କ ପାଖକୁ ବରଗଡ ଜିଲ୍ଲା ବରପାଲିର (Bargarh Barpali Area) ପଣ୍ଡା ପରିବାରରୁ ଆସିଥିଲା ବିବାହ ପ୍ରସ୍ତାବ। ଏହି ପ୍ରସ୍ତାବ ଆସିବା ପରେ ଖୁସି ହେବା ସହିତ ସେଥିରେ ରାଜି ହୋଇଯାଇଥିଲେ ପୂଜା। ଏ ସମ୍ପର୍କରେ ଆଶ୍ରମ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ସମ୍ବଲପୁର ଜିଲ୍ଲା ପ୍ରଶାସନ (Sambalpur District Administration) ତରଫରୁ ମଧ୍ୟ ସମ୍ମତି ମିଳିଥିଲା। ପୂଜାର ବାହାଘର (Sambalpur Orphan Girl Marriage) ପାଇଁ ଆଉ ଶେଷରେ ଉଭୟ ପକ୍ଷ ବିବାହ ପାଇଁ ରାଜି ହୋଇଥିଲେ।

ଅପ୍ରେଲ ୨୭ ତାରିଖରେ ଫିଟିଲା ପୂଜା ଏବଂ ପ୍ରମୋଦ ବିବାହ ପାଇଁ ଶୁଭଲଗ୍ନ। ଆଉ ଗତକାଲି ଧନକଉଡ଼ା ଆଶ୍ରମରେ ସଜାହେଲା ବିବାହ ମଣ୍ଡପ ଏବଂ ପହଞ୍ଚିଲେ ବରଯାତ୍ରୀ। ବରଯାତ୍ରୀ ବାଜା ବାଣରେ ରୋଶଣୀରେ ଫାଟି ପଡୁଥିଲା ପୁରା ପରିବେଶ। ବରପକ୍ଷଙ୍କୁ ସ୍ବାଗତ କରିବିକୁ ଉପସ୍ଥିତ ଥିଲେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଏବଂ ଆଶ୍ରମରେ ରହୁଥିବା କୁନି କୁନି ଝିଅ। ସତେ ଯେମିତି ଲାଗୁଥିଲା ଏହା ଏକ ସାଧାରଣ ବାହାଘର। ଆଖିରେ ଆଖିଏ ସ୍ବପ୍ନ ନେଇ ହିନ୍ଦୁ ରିତି ନୀତିରେ ଆସିଥିଲେ ବିବାହ ମଣ୍ଡପକୁ ବର କନ୍ୟା।  ସେପଟେ ବରଯାତ୍ରୀ ପାଇଁ ଭଳିକି ଭଳି ସ୍ବାଦିଷ୍ଟ ଭୋଜି ଭାତର ମଧ୍ୟ ଆୟୋଜନ କରାଯାଇଥିଲା। 

ଏହି ଆଦର୍ଶ ବାହାଘରରେ ଜିଲ୍ଲା ପ୍ରଶାସନର ରହିଥିଲା ସମ୍ପୂର୍ଣ୍ଣ ସହଯୋଗ। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଉଭୟ ବରକନ୍ୟାକୁ ଆର୍ଶୀବାଦ ଦେଇଥିଲେ। ଏହି ଆଦର୍ଶ ବିବାହରେ ଆଶ୍ରମର ଅନ୍ତେବାସୀ ପୂଜା, ସାତ ଜନ୍ମର ଜୀବନ ସାଥି ଭାବରେ ପ୍ରମୋଦର ହାତ ଧରିଛନ୍ତି। ଏପରି ଆଦର୍ଶ ବିବାହକୁ ସାଧାରଣରେ ବେଶ ସ୍ୱାଗତ କରାଯାଇଛି।