Odisha Vigilance: ଲାଞ୍ଚ ନେଇ ଫସିଗଲେ ପୂର୍ବତନ ସରପଞ୍ଚ
Advertisement
Article Detail0/zeeodisha/odisha2224760

Odisha Vigilance: ଲାଞ୍ଚ ନେଇ ଫସିଗଲେ ପୂର୍ବତନ ସରପଞ୍ଚ

Bhawanipatna Vigilance Court Special Judge: ଲାଞ୍ଚ ଦାବି ଏବଂ ଗ୍ରହଣ କରିବା ମାମଲାରେ ପୂର୍ବତନ ସରପଞ୍ଚ ଦୋଷୀ ସାବ୍ୟସ୍ତ କରିଛନ୍ତି ଭବାନୀପାଟଣା ଭିଜିଲାନ୍ସ କୋର୍ଟ ପୂର୍ବତନ ସରପଞ୍ଚ।

Odisha Vigilance: ଲାଞ୍ଚ ନେଇ ଫସିଗଲେ ପୂର୍ବତନ ସରପଞ୍ଚ

Bhawanipatna Vigilance Court: ଭବାନୀପାଟଣା ସ୍ଥିତ ଭିଜିଲାନ୍ସ କୋର୍ଟ ଲାଞ୍ଚ ଦାବି ଏବଂ ଗ୍ରହଣ କରିବା ମାମଲାରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଆରଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଫୁଲମତି ମାଝୀ। ତାଙ୍କୁ ଲାଞ୍ଚ ଦାବି ଏବଂ ଗ୍ରହଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଭବାନୀପାଟଣା ଭିଜିଲାନ୍ସ କୋର୍ଟ। ଫୁଲମତି ମାଝୀ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ଆରଡି ପଞ୍ଚାୟତର ସରପଞ୍ଚ ରହି ସାରିଛନ୍ତି। 

ଓଡ଼ିଶା ଭିଜିଲାନ୍ସ ଦ୍ୱାରା, ଭିଜିଲାନ୍ସ କୋର୍ଟ ସ୍ପେଶାଲ ଜଜ୍ ପୂର୍ବତନ ସରପଞ୍ଚ ଫୁଲମତି ମାଝୀ ଲାଞ୍ଚ ଦାବି ଏବଂ ଗ୍ରହଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ସେ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିବା ଏବଂ ଗ୍ରହଣ କରିଥିଲେ। ଏପରିକି ସେ ଥୁଆମୂଳ ରାମପୁର ବ୍ଲକ  ଠାରେ ନିଜ ଇଚ୍ଛା ଅନୁଯାୟୀ ଯୋଗାଣ ସହାୟକ ପଦରେ ନିଯୁକ୍ତ ପାଇଁ ଲାଞ୍ଚ ଦାବି ଏବଂ ଗ୍ରହଣ କରିବାର ଅଭିଯୋଗ ହୋଇଛି।

ଏହି ମାମଲାରେ ଭବାନୀପାଟଣା ଭିଜିଲାନ୍ସ କୋର୍ଟ ସ୍ପେଶାଲ ଜଜ୍ ଅଭିଯୁକ୍ତ ପୂର୍ବତନ ସରପଞ୍ଚ ଫୁଲମତି ମାଝୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ତାଙ୍କୁ ୧ ବର୍ଷ ପାଇଁ କଠୋର ଜେଲଦଣ୍ଡ ଏବଂ ୨୦୦୦ ଟଙ୍କା ଜରିମନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଜରିମାନା ପରିମାଣ ଅନାଦେୟ ହୁଏ ତାହେଲେ ତାଙ୍କୁ ଆହୁରି ଅଧିକ ୨ ମାସ ଜେଲଦଣ୍ଡ ଭୋଗିବାକୁ ହେବ। ଅଦାଲତ ତାଙ୍କୁ ଆଉ ୬ ମାସ ପାଇଁ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦୦୦ ଟଙ୍କା ଜରିମାନା ଦେବାକୁ କହିଛନ୍ତି। ଯଦି ଜରିମାନ ପରିମାଣ ଅନାଦେୟ ହୁଏ ତାହେଲେ ତାଙ୍କୁ ଆହୁରି ଅଧିକ  ୧ ମାସ ଜେଲଦଣ୍ଡ ଭୋଗିବାକୁ ହେବ। ଉଭୟ ଦଣ୍ଡାଦେଶ ଏକ ସମୟର କାର୍ଯ୍ୟକାରୀ ହେବ।