ଦଶଟି ଗ୍ରାମ ପାଇଁ ଲୋଡା ଗୋଟିଏ କଲଭର୍ଟ; ଟଙ୍କା ଦେବାକୁ ନାରାଜ ସରକାର
Advertisement

ଦଶଟି ଗ୍ରାମ ପାଇଁ ଲୋଡା ଗୋଟିଏ କଲଭର୍ଟ; ଟଙ୍କା ଦେବାକୁ ନାରାଜ ସରକାର

ସମ୍ବଲପୁର ଜିଲ୍ଲା  ଯୁଯୋମୁରା ବ୍ଳକର ଗଡଲୁଇସିଙ୍ଗ ପଞ୍ଚାୟତ ଆଦିବାସୀ ବହୁଳ କଦଳିମୁଣ୍ଡା ଗ୍ରାମର ମୁଖ୍ୟ ରାସ୍ତାର ଦୄଶ୍ୟ ନ କହିବା ଭଲ। ଏହି ରାସ୍ତାରେ ପଡୁଥିବା ଏକ ନାଳ ଗ୍ରାମବାସୀଙ୍କ ପାଇଁ ଦୁଃଖ ସାଜିଛି।

ଦଶଟି ଗ୍ରାମ ପାଇଁ ଲୋଡା ଗୋଟିଏ କଲଭର୍ଟ; ଟଙ୍କା ଦେବାକୁ ନାରାଜ ସରକାର

ସମ୍ବଲପୁର: ସରକାର ଆଦିବାସୀ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କାର ଯୋଜନା କରିଥିବା ବେଳେ ତାହା କେବଳ କାଗଜ କଲମରେ ସିମିତ ରହୁଛି। ଆଜି ବି ଆଦିବାସୀ ବହୁଳ ଅଞ୍ଚଳରେ ସାମାନ୍ୟ କଲଭର୍ଟ ପାଇଁ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ଏପରି କିଛି ଅଭିଯୋଗ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକର ଗଡଲୁଇସିଙ୍ଗ ପଞ୍ଚାୟତ କଦଳିମୁଣ୍ଡା ଗ୍ରାମରୁ ଆସିଛି।

ସମ୍ବଲପୁର ଜିଲ୍ଲା  ଯୁଯୋମୁରା ବ୍ଳକର ଗଡଲୁଇସିଙ୍ଗ ପଞ୍ଚାୟତ ଆଦିବାସୀ ବହୁଳ କଦଳିମୁଣ୍ଡା ଗ୍ରାମର ମୁଖ୍ୟ ରାସ୍ତାର ଦୄଶ୍ୟ ନ କହିବା ଭଲ। ଏହି ରାସ୍ତାରେ ପଡୁଥିବା ଏକ ନାଳ ଗ୍ରାମବାସୀଙ୍କ ପାଇଁ ଦୁଃଖ ସାଜିଛି। ନାଳ ପାଇଁ କଦଳିମୁଣ୍ଡା ଗ୍ରାମବାସୀ ଦିନେ କି ଦୁଇଦିନ ନୁହେଁ ବର୍ଷ ବର୍ଷ ଧରି ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ବର୍ଷା ଦିନେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। କଲଭର୍ଟ ନିର୍ମାଣ ପାଇଁ ଲୋକେ ଦାବି କରୁଥିଲେ ଟଙ୍କା ନଥିବା ଦର୍ଶାଇ ପ୍ରଶାସନ ମୁଣ୍ଡ ଉପରୁ ଦୋଷ ଛଡାଇଛି।

Also Read: ଅଧ୍ୟାପକ ଅକ୍ଷୟ ମିଶ୍ରଙ୍କ ନୂଆ ଉଦ୍ଭାବନ 'ଧାନଶୁଖା ପ୍ରୋ'

ଗ୍ରାମରୁ ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ଏହି ନାଳ ପାର କରିବାକୁ ପଡେ। କିନ୍ତୁ ନାଳରେ କଲଭର୍ଟ ନଥିବାରୁ ଗ୍ରାମର ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସମସ୍ୟା ସମାନ। ହସ୍ପିଟାଲକୁ ରୋଗୀ ନେବା ସମସ୍ୟାଠୁ ଆରମ୍ଭ କରି ପିଲାମାନେ ବର୍ଷା ଦିନେ ପାଠ ପଢିବାରୁ ମଧ୍ୟ ବଞ୍ଚିତ ହୋଇଥାନ୍ତି। ଏଥିପାଇଁ ଗ୍ରାମବାସୀମାନେ ଏହି ରାସ୍ତାରେ କଲଭର୍ଟ ପାଇଁ ବାରମ୍ବାର ଦାବି କରୁଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ ବୋଲି କଦଳିମୁଣ୍ଡା ବାସିନ୍ଦା ଇଗନୁସ ବର୍ଲା କହିଛନ୍ତି।

କଦଳିମୁଣ୍ଡା ଗ୍ରାମରୁ  PWD ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହି  ରାସ୍ତା ଉପରେ ଯାତାୟାତ ପାଇଁ କଦଳିମୁଣ୍ଡା, ବାଣ୍ଡିଝରଣ, ଖଏରନାଳା, ଦାନ୍ତରି, ବଡପାଲ, ବିଜୟପାଲ, ଜୁନାପାନ, ବେଲପାନ ଗ୍ରାମର ଶତାଧିକ ଲୋକେ ନିର୍ଭର କରିଥାନ୍ତି। କଲଭର୍ଟ ନିର୍ମାଣ ପାଇଁ ଗ୍ରାମବାସୀମାନେ ବହୁଥର ସ୍ଥାନୀୟ ସରପଞ୍ଚଙ୍କ ସମେତ ବିଡ଼ିଓଙ୍କୁ ମଧ୍ୟ ସାକ୍ଷାତ କରି ଅନୁରୋଧ କରିଛନ୍ତି। ତେବେ ଆଜି ଯାଏ କଲଭର୍ଟ ନିର୍ମାଣ କାର୍ଯ୍ୟ ହୋଇପାରିନାହିଁ। ଏହି କଲଭର୍ଟ ପାଇଁ ବ୍ଳକ ପ୍ରଶାସନ ପଞ୍ଚାୟତ ପାଣ୍ଠିରୁ ନିର୍ମାଣ କରିବାକୁ କହୁଥିବା ବେଲେ ପଞ୍ଚାୟତ କିନ୍ତୁ ପଞ୍ଚାୟତରେ ପାଣ୍ଠି ଅଭାବ ଥିବା କହି ବ୍ଳକ କିମ୍ବା ସରକାର କଲଭର୍ଟ ତିଆରି  ପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଇବା ପାଇଁ ସ୍ଥାନୀୟ ଗଡଲୁଇସିଙ୍ଗ ସରପଞ୍ଚଅଶ୍ୱିନୀ କୁମରା କହିଛନ୍ତି।

Also Read: ଓଡ଼ିଆ ପୁଅ ଇସାକ ମୁଣ୍ଡାଙ୍କୁ ପ୍ରଧାନମନ୍ତ୍ରୀ Narendra Modiଙ୍କ ପ୍ରଶଂସା

ଯୁଯୋମୁରା ବ୍ଳକ ପ୍ରଶାସନ ଓ ଗଡଲୁଇସିଙ୍ଗ ପଞ୍ଚାୟତ ମିଳିତ ଭାବରେ ପ୍ରୟାସ କରି କଦଳିମୁଣ୍ଡା ଗ୍ରାମର ଲୋକଙ୍କ ଦୁଃଖ ସାଜିଥିବା ଏହି କଲଭର୍ଟ ନିର୍ମାଣ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ କରାଯାଇଛି।