ଓଡ଼ିଆ ପୁଅ ଇସାକ ମୁଣ୍ଡାଙ୍କୁ ପ୍ରଧାନମନ୍ତ୍ରୀ Narendra Modiଙ୍କ ପ୍ରଶଂସା
Advertisement
Article Detail0/zeeodisha/odisha950286

ଓଡ଼ିଆ ପୁଅ ଇସାକ ମୁଣ୍ଡାଙ୍କୁ ପ୍ରଧାନମନ୍ତ୍ରୀ Narendra Modiଙ୍କ ପ୍ରଶଂସା

ଇସାକ ମୁଣ୍ଡା ଏକ ୟୁଟ୍ୟୁବ ଚ୍ୟାନେଲ କରି ସେଥିରେ ସ୍ଥାନୀୟ ତଥା ପାରମ୍ପାରିକ ଖାଦ୍ୟ, ଜୀବନଶୈଳୀ ଏବଂ ପରିବାର ଆଉ ଗାଁ ସମ୍ପର୍କରେ ଭିଡିଓ କରି ତାକୁ ୟୁଟ୍ୟୁବରେ ଅପଲୋଡ କରିଥାନ୍ତି। 

ଓଡ଼ିଆ ପୁଅ ଇସାକ ମୁଣ୍ଡାଙ୍କୁ ପ୍ରଧାନମନ୍ତ୍ରୀ Narendra Modiଙ୍କ ପ୍ରଶଂସା

ସମ୍ବଲପୁର: 'ମନ୍ କି ବାତ୍' କାର୍ଯ୍ୟକ୍ରମରେ  ସମ୍ୱଲପୁରର ଇସାକ ମୁଣ୍ଡାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଶାକଙ୍କ ୟୁଟ୍ୟୁବରେ ସଫଳତା କଥା କହିଲେ ପ୍ରଧାନମନ୍ତ୍ରୀ । ଇସାକ ସ୍ଥାନୀୟ ଖାଦ୍ୟ ପାରମ୍ପାରିକ ଖାଦ୍ୟ ଏବଂ ନିଜ ଗାଁ ତଥା ପରମ୍ପରା ସମ୍ପର୍କରେ ଭିଡ଼ିଓ କରି ୟୁଟ୍ୟୁବରେ ଅପଲୋଡ କରନ୍ତି । 
ଇସାକ ମୁଣ୍ଡା ସମସ୍ତଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପ୍ରଧାନମନ୍ତ୍ରୀଙ୍କ ୭୯ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଏହି ଅବସରରେ ଜଣେ ଶ୍ରମିକରୁ ୟୁଟ୍ୟୁବର (Youtuber) ପାଲଟିଥିବା ଇସାକଙ୍କୁ ଖୁବ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଇସାକ ମୁଣ୍ଡା ଏକ ୟୁଟ୍ୟୁବ ଚ୍ୟାନେଲ କରି ସେଥିରେ ସ୍ଥାନୀୟ ତଥା ପାରମ୍ପାରିକ ଖାଦ୍ୟ, ଜୀବନଶୈଳୀ ଏବଂ ପରିବାର ଆଉ ଗାଁ ସମ୍ପର୍କରେ ଭିଡିଓ କରି ତାକୁ ୟୁଟ୍ୟୁବରେ ଅପଲୋଡ(Youtube Video Upload) କରିଥାନ୍ତି । ତାଙ୍କ ସାଧାରଣ ଉପସ୍ଥାପନା ଶୈଳୀ ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି। ଯାହାଫଳରେ ସେ ୟୁଟ୍ୟୁବରୁ ରୋଜଗାର କରି ସ୍ୱାବଲମ୍ୱୀ ହୋଇପରିଛନ୍ତି । ଆଉ ପରିବାର ସହ ବେଶ ଖୁସିରେ ବଞ୍ଚୁଛନ୍ତି।

Also Read: ବିଶ୍ୱକୁ ବିପଦ ! ଚାଇନାର ୧୫ ହଜାର ବର୍ଷ ପୂର୍ବ ବରଫ ପାହାଡ଼ରେ ଜମି ରହିଛି ଏକ ନୂଆ Virus

ଦିନେ ଝାଟିମାଟି ଘରେ ଦୁଃଖରେ ଜୀବନ କାଟୁଥିବା ଇସାକ (Ishak Munda) ଆଜି ୟୁଟ୍ୟୁବ ଆୟ ବଳରେ ଏକ ପକ୍କା ଘର କରିପାରିଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ସୁବିନିଯୋଗ କରି କିଭଳି ଆୟ କରିହେବ, ଏଭଳି ଏକ ସନ୍ଦେଶ ଦେଇଛନ୍ତି ଇସାକ । ତାଙ୍କର ପ୍ରଚେଷ୍ଟା ଆଜି ତାଙ୍କୁ ସମଗ୍ର ଦେଶରେ ପରିଚିତ କରାଇଛି । 

Also Read:ମିଳିବ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ! କୁକୁଡ଼ାରୁ ହେବ Biodiesel

ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି । ଆଉ ଏହାର କାରଣ ହେଉଛି ଇଷାକଙ୍କ ଦୃଢ ସଂକଳ୍ପ ଏବଂ କିଛି ଦେଖାଇବାର ନିଶା।