ଅକ୍ସିଜେନ୍ ଟ୍ୟାଙ୍କର (Oxygen Tanker) ପରିବହନ ସୂଚନା ପାଇବା ପରେ ସଟଡାଉନ କାର୍ଯ୍ୟରେ ବ୍ୟସ୍ତ ଥିବା ସତ୍ତ୍ବେ ପୋଲିସ ଏସକର୍ଟ କରିବା କାମରେ ଲାଗି ପଡିଥିଲା। ଯେମିତି କୌଣସି ସ୍ଥାନରେ ଟ୍ରାଫିକ ସମସ୍ୟା (Traffic Problem)ପାଇଁ ବିଳମ୍ବିତ ନହୁଏ ସେଥିପାଇଁ ଆଗୁଆ ରାସ୍ତା ଖାଲି କରିଥିଲା।
Trending Photos
ସମ୍ବଲପୁର: ରାଷ୍ଟ୍ର ପ୍ରତି ନିଜର ପ୍ରତିବଦ୍ଧତାର ପ୍ରମାଣ ଦେଇଛି ସମ୍ବଲପୁର ପୋଲିସ। ଓଡିଶାରୁ ୩ଟି ରାଜ୍ୟକୁ ଯୋଗାଣ ହେଉଥିବା ଅକ୍ସିଜେନ୍ ଟ୍ୟାଙ୍କରକୁ ଜିଲ୍ଲା ସୀମା ଯାଏ ପୋଲିସ ଏକ୍ସକର୍ଟ କରି ରାସ୍ତା ଦେଇଛି।
ବର୍ତ୍ତମାନ ସମୟରେ ଜୀବନ ରକ୍ଷା ଉପାଦାନ ସାଜିଥିବା ଅକ୍ସିଜେନ୍ (Oxygen) ଯେମିତି ସଠିକ ସମୟରେ ପରିବହନ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦେଶକୁ ଆଶ୍ବସ୍ତ କରିଥିଲେ। ଆଉ ଏହାକୁ ନିଷ୍ଠାର ସହ ସମ୍ବଲପୁର ପୋଲିସ (Sambalpur Police) ପାଳନ କରିଛି। ଗତକାଲି ସନ୍ଧ୍ୟାରେ ସମ୍ବଲପୁର ସୀମା ଦେଇ ୩ଟି ଅକ୍ସିଜେନ୍ ଟ୍ୟାଙ୍କର ଯାଉଥିବା ନେଇ ପୁଲିସ ସୂଚନା ପାଇଥିଲା। ସେଗୁଡିକ ରାୟପୁର ( ଛତିଶଗଡ), ନାଗପୁର (ମହାରାଷ୍ଟ୍ର) ଏବଂ ଭୋପାଳ (ମଧ୍ୟପ୍ରଦେଶ) ଅଭିମୁଖେ ଯାଉଥିଲା।
Also Read: ଜେଲରେ କେମିତି ରହୁଥିଲା ହାଇଦର? ପୂର୍ବ କଏଦୀ ଖୋଲିଲେ ଗୁମର
ଅକ୍ସିଜେନ୍ ଟ୍ୟାଙ୍କର (Oxygen Tanker) ପରିବହନ ସୂଚନା ପାଇବା ପରେ ସଟଡାଉନ କାର୍ଯ୍ୟରେ ବ୍ୟସ୍ତ ଥିବା ସତ୍ତ୍ବେ ପୋଲିସ ଏସକର୍ଟ କରିବା କାମରେ ଲାଗି ପଡିଥିଲା। ଯେମିତି କୌଣସି ସ୍ଥାନରେ ଟ୍ରାଫିକ ସମସ୍ୟା (Traffic Problem)ପାଇଁ ବିଳମ୍ବିତ ନହୁଏ ସେଥିପାଇଁ ଆଗୁଆ ରାସ୍ତା ଖାଲି କରିଥିଲା। ଫଳରେ ସମସ୍ତ ଗାଡି ତାର ଗନ୍ତବ୍ୟ ସ୍ଥଳକୁ ବିନା ଦ୍ବିଧାରେ ଅଗ୍ରସର ହୋଇପାରିଛି।
କୋରୋନାରେ ଆକ୍ରାନ୍ତ ହୋଇ ଛଟପଟ ହେଉଥିବା ରୋଗୀଙ୍କ ପାଇଁ ଅକ୍ସିଜେନର ସର୍ବାଧିକ ଆବଶ୍ୟକତା ଥିବା ବେଳେ ଏହାର ସଂକଟ ଚିନ୍ତା ବଢାଇ ଦେଇଛି। ଏଭଳି ସ୍ଥିତିରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (Rourkela Steel Plant) ଦେଶକୁ ଅକ୍ସିଜେନ୍ ଯୋଗାଣର ଗୁରୁଦାୟିତ୍ବ ନେଇଛି। ଆଉ ଏହାର ସୁରକ୍ଷିତ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଆଶ୍ବାସନା ଦେଇଛନ୍ତି।