ସମ୍ବଲପୁର ବସ ମାଲିକ ସଂଘ ଗତ ତିନି ତାରିଖରୁ କିଛି ରୁଟରେ ବସ ଚଳାଚଳ କରିଛି। ଚଳିତ ମାସ ଏକ ତାରିଖରୁ ଗ୍ରୀନ ଜୋନରେ ବସ ଚଳାଚଳକୁ ରାଜ୍ୟ ସରକାର ଅନୁମତି ଦେଇଥିବା ସତ୍ତ୍ୱେ ବସ ଚଳାଚଳ ସମ୍ଭବ ହୋଇପାରିନଥିଲା।
Trending Photos
ସମ୍ବଲପୁର: ଲକଡାଉନ, ସଟଡାଉନ କାରଣରୁ ଆର୍ଥିକ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି ବସ ମାଲିକଙ୍କ ସହ କର୍ମଚାରୀ। ଅସୁବିଧାରେ ବସ ମାଲିକ ଥିବା ସତ୍ତ୍ୱେ ସମ୍ବଲପୁରରୁ ଗଡ଼ିଲା ବସ। ସମ୍ବଲପୁର ବସ ମାଲିକ ସଂଘ ଗତ ତିନି ତାରିଖରୁ କିଛି ରୁଟରେ ବସ ଚଳାଚଳ କରିଛି। ଚଳିତ ମାସ ଏକ ତାରିଖରୁ ଗ୍ରୀନ ଜୋନରେ ବସ ଚଳାଚଳକୁ ରାଜ୍ୟ ସରକାର ଅନୁମତି ଦେଇଥିବା ସତ୍ତ୍ୱେ ବସ ଚଳାଚଳ ସମ୍ଭବ ହୋଇପାରିନଥିଲା।
ଗ୍ରୀନ ଜୋନ (Green Zone) ରେ ଥିବା ଜିଲ୍ଲା ଗୁଡିକରେ ଜୁଲାଇ ଏକ ତାରିଖରୁ ଘରୋଇ ବସ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ହେଲେ ସମ୍ବଲପୁର ଜିଲ୍ଲା ଗ୍ରୀନ ଜୋନରେ ରହିଥିଲେ ମଧ୍ୟ ଏଠାରେ ଆରମ୍ଭ ହୋଇପାରିନଥିଲା ଘରୋଇ ବସ ସେବା। ଫଳରେ ସାଧାରଣ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ। ଯାତ୍ରୀଙ୍କର ଦୁରାବସ୍ଥାକୁ ଦେଖି ସମ୍ବଲପୁର ବସ ମାଲିକ ସଙ୍ଘ ପକ୍ଷରୁ ଜରୁରୀ ୧୦ରୁ ୧୫ଟି ରୁଟରେ ବସ ସେବା ଗତ ୩ ତାରିଖରୁ ଆରମ୍ଭ କରଯାଇଛି। ତେବେ ଏଥିପାଇଁ ସମ୍ବଲପୁର ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘ କୋଭିଡ ସମୟରେ ବସ ମାଲିକମାନଙ୍କର ଆର୍ଥିକ ଦୂରବସ୍ଥାକୁ ଦାୟୀ କରିଛନ୍ତି।
Also Read: କ୍ଷତିପୂରଣକୁ ନେଇ ଅସନ୍ତୁଷ୍ଟ କ୍ଷତିଗ୍ରସ୍ତ; କେତେ ଫଳପ୍ରଦ ହେବ ନୂଆ ଗ୍ରାମ ନିର୍ମାଣ?
ରାଜ୍ୟ ସରକାର (Odisha Govt) ଘୋଷଣା କରିଦେଲେ ହେଲେ କେତେ ଯେ ଅସୁବିଧା ରହିଛି ତାହା କିଭଳି ସମାଧାନ ହେବ ସେ ବାବଦରେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି କହିଛି ସଂଘ (Bus Owners Union)। କିଛି ମାସ ବସ ଅଚଳ ହୋଇ ରହିଯିବା କାରଣରୁ ତାଙ୍କର ଡ୍ରାଇଭର, କ୍ଲିନର, ଗାଡିର ମେଣ୍ଟେନାନ୍ସ, ଟ୍ୟାକ୍ସ ଇତ୍ୟାଦି କିଭଳି ଭାବରେ ଜଣେ ଦେଇପାରିବ ବୋଲି ସଙ୍ଘ ପ୍ରଶ୍ନ କରିଛି। ସେଥିପାଇଁ ସରକାର କିଛି ପ୍ୟାକେଜ୍ ଘୋଷଣା କରିବାର ଆବଶ୍ୟକତା ରହିଛି ବୋଲି ସଙ୍ଘ କହିଛି।
ସମ୍ବଲପୁର (Sambalpur) ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘରେ ୧୪୦ ସଦସ୍ୟ ରହିଛନ୍ତି। ପ୍ରତ୍ୟେକ ଦିନ ଏଠାରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସହ ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟ ଗୁଡିକୁ ପ୍ରାୟ ୨୫୦ଟି ବସ ଚଳାଚଳ କରିଥାଏ। ତେବେ କୋଭିଡ ସମୟରେ ବସ ଚଳାଚଳ ପୁରାପୁରି ଠପ ହୋଇ ଯାଇଥିଲା। ଆଉ ଏହା ସହ ବସ ମାଲିକଙ୍କ ବ୍ୟବସାୟ ମଧ୍ୟ ବନ୍ଦ ହୋଇଗଲା। ଏହାର ପ୍ରଭାବରେ ପ୍ରାୟ ୩୦୦୦ ବସ କର୍ମଚାରୀ ନିଜର ଜୀବିକା ହରାଇଥିଲେ।ସମ୍ପୂର୍ଣ୍ଣ ଭାବରେ ବସ ଚଳାଚଳକୁ ଏବେ ଆହୁରି ସମୟ ଲାଗିବ ବୋଲି ସୂଚନା ମିଳିଛି। କୋରୋନା ପାଇଁ ବହୁ ସମୟର ବିରତି ପରେ ବସ ସେବା ଆରମ୍ଭ ହେଉଥିବାରୁ ଯାତ୍ରୀ ମଧ୍ୟ ଆସୁନାହାନ୍ତି ବୋଲି ବସ ମାଲିକ, ବିଜୟ କୁମାର ରଥ କହିଛନ୍ତି।
Also Read: ମନରେଗାରେ ମହାଘୋଟାଲା! କାମ କରୁଛି ମେସିନ, ମଣିଷ ନାଁରେ ହେଉଛି ବିଲ୍
ବସ ମାଲିକମାନେ (Sambalpur Bus Owners) ମଧ୍ୟ ତାଙ୍କ କର୍ମଚାରୀଙ୍କୁ କୌଣସି ଆର୍ଥିକ ସହାୟତା ମଧ୍ୟ ଯୋଗେଇ ପାରିଲେ ନାହିଁ। କାରଣ ନିଜେ ବସ ମାଲିକ ଘୋର ଆର୍ଥିକ ସଂକଟରେ ଗତି କରୁଥିଲେ। ଏଭଳି ପରିସ୍ଥିତିରେ ସବୁ କର୍ମଚାରୀ ପରିବାର ଚଳେଇବା ପାଇଁ ଅନ୍ୟତ୍ର କାର୍ଯ୍ୟ କରିବାକୁ ଚାଲିଗଲେ। ସେଥିପାଇଁ ବର୍ତ୍ତମାନ ସରକାର ବସ ଚଳାଚଳକୁ ଅନୁମତି ଦେଇଥିଲେ ମଧ୍ୟ ସମ୍ବଲପୁରରେ ଘରୋଇ ବସ ସେବା ସମ୍ପୂର୍ଣ୍ଣ ଭାବରେ ଆରମ୍ଭ ହୋଇ ପାରୁନାହିଁ।
ଗୋଟିଏ ବସ ନ ଗଡିଲେ ଦୈନିକ ଖର୍ଚ୍ଚ ୯୦୦ ଟଙ୍କା ରହୁଛି। ଏଭଳି ସ୍ଥିତିରେ ଗୋଟିଏ ମାସରେ ବସ ପିଛା ୨୭୦୦୦ ଟଙ୍କାର ଷ୍ଟାଣ୍ଡିଙ୍ଗ ଖର୍ଚ୍ଚ ରହିଛି। ବର୍ତ୍ତମାନ ବସ ଚଳାଚଳ ପୁନଃ ଆରମ୍ଭ କରିବାକୁ ହେଲେ ବସ ପିଛା ଏକ ଲକ୍ଷ ଟଙ୍କାର ଖର୍ଚ୍ଚ ରହିଛି। ତେଣୁ ତତ୍କାଳ ବସ ସେବା ଆରମ୍ଭ କରିବାରେ କଷ୍ଟ ହେଉଛି ବୋଲି ବସ ମାଲିକ କହିଛନ୍ତି। ଲକଡାଉନ ସମୟରେ ସମସ୍ତ ବସ ଗୁଡିକ ଅଫ ରୋଡ଼ ସ୍ଥିତିରେ ଥିଲା। ତେବେ ବର୍ତ୍ତମାନ ଅନରୋଡ଼ ଅବସ୍ଥାକୁ ଆଣିବାକୁ ହେଲେ ଫିଟନେସ, ପରମିଟ, ଇନସ୍ୟୁରାନ୍ସ, ଟ୍ୟାକ୍ସ ଓ ଡିଜେଲ ବାବଦରେ ବସ ପିଛା ଏକ ଲକ୍ଷ ଟଙ୍କା ଖର୍ଚ୍ଚ ଆବଶ୍ୟକ ପଡୁଛି ବୋଲି ସମ୍ବଲପୁର ବସ ମାଲିକ ସଙ୍ଘର ସହ ସଂପାଦକ ଅଜିତ କୁମାର ପତି କହିଛନ୍ତି।
Also Read: ବୁର୍ଲାରେ black fungus ଆତଙ୍କ! ଜୀବନ ହାରିଲେଣି ଦୁଇ, ଚିକିତ୍ସିତ ହେଉଛନ୍ତି ୨୪
ବର୍ତ୍ତମାନ ୧୦ରୁ ୧୫ଟି ବସ ଚଳାଚଳ ଆରମ୍ଭ କରାଯାଇଥିବା ବେଳେ କିଛି ଦିନ ମଧ୍ୟରେ ବସ ମାଲିକ ସଙ୍ଘମାନଙ୍କ ବୈଠକ ହେବ। ପରେ କେବେଠୁ ସମ୍ପୂର୍ଣ୍ଣ ବସ ଚାଲିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।