କ୍ଷତିପୂରଣକୁ ନେଇ ଅସନ୍ତୁଷ୍ଟ କ୍ଷତିଗ୍ରସ୍ତ; କେତେ ଫଳପ୍ରଦ ହେବ ନୂଆ ଗ୍ରାମ ନିର୍ମାଣ?
Advertisement
Article Detail0/zeeodisha/odisha934854

କ୍ଷତିପୂରଣକୁ ନେଇ ଅସନ୍ତୁଷ୍ଟ କ୍ଷତିଗ୍ରସ୍ତ; କେତେ ଫଳପ୍ରଦ ହେବ ନୂଆ ଗ୍ରାମ ନିର୍ମାଣ?

ଜଳସେଚନ ପ୍ରକଳ୍ପ କାରଣରୁ ୫ଟି ଗାଁର ପ୍ରାୟ ୧୭୦ ପରିବାର ପ୍ରଭାବିତ ହେଉଥିବା କାରଣରୁ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ଲାଗି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। 

 କ୍ଷତିପୂରଣକୁ ନେଇ ଅସନ୍ତୁଷ୍ଟ କ୍ଷତିଗ୍ରସ୍ତ; କେତେ ଫଳପ୍ରଦ ହେବ ନୂଆ ଗ୍ରାମ ନିର୍ମାଣ?

ପ୍ରେମାନନ୍ଦ ପୂଜାରୀ, ଗଜପତି: ଚାଷ ଓ ଚାଷୀଙ୍କ ଉନ୍ନତି ଲାଗି ସରକାର ସ୍ତରରେ କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା। ଏହି କ୍ରମରେ ଗଜପତି ଜିଲ୍ଲାର ଛେଳିଗଡ ଅଞ୍ଚଳରେ ଚାଲିଛି ଜଳସେଚନ ପ୍ରକଳ୍ପ ନିର୍ମାଣ। ଏହା ଦ୍ୱାରା ଜଳମଗ୍ନ ହେବାକୁ ଯାଉଥିବା ୫ଟି ଗ୍ରାମକୁ ଥଇଥାନ କରିବା ପ୍ରକ୍ରିୟା ଜାରି ରହିଛି। ହେଲେ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୁରଣ ମିଳୁନଥିବାରୁ ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ।

ଗଜପତି (Gajapati) ଜିଲ୍ଲା ଛେଳିଗଡ ଠାରେ ନିର୍ମାଣ ଚାଲିଛି ଜଳ ସେଚନ ପ୍ରକଳ୍ପ (Chheligada Irrigation Project)। ଏହା ଦ୍ୱାରା ଉଭୟ ଗଞ୍ଜାମ (Ganjam), ଗଜପତି ଜିଲ୍ଲାର ପାଖାପାଖି ୬ ହଜାର ହେକ୍ଟର ଚାଷ ଜମି ହୋଇପାରିବ ଜଳସେଚିତ (Irrigated Farming Land)। ଏହି ପ୍ରକଳ୍ପ ଦ୍ୱାରା ୩୬ ମେଗାୱାଟ ଜଳବିଦ୍ୟୁତ ଶକ୍ତି (Hydropower Energy) ଉତ୍ପାଦନ ହେବା ସହ ବ୍ରହ୍ମପୁର ସହରକୁ ଏକ କ୍ୟୁସେକ ପାନୀୟଜଳ ଯୋଗାଣ ହୋଇପାରିବ। 

Also Read: ଶୁଣିଲେନି ସରକାର; ନିଜ ଉଦ୍ୟମରେ ରାସ୍ତା ମରାମତି କରୁଛନ୍ତି ଗ୍ରାମବାସୀ

ହେଲେ ଜଳସେଚନ ପ୍ରକଳ୍ପ କାରଣରୁ ଛେଳିଗଡ଼ ପଞ୍ଚାୟତ (Chheligada Panchyat) ଅଧିନସ୍ଥ ବିଦ୍ୟାଧରପୁର ଗ୍ରାମ (Bidyadharpur Village) ସମେତ ଅନ୍ୟ ୫ଟି ଗାଁର ପ୍ରାୟ ୧୭୦ ପରିବାର ପ୍ରଭାବିତ ହେଉଥିବା କାରଣରୁ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ଲାଗି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ସେମାନଙ୍କ ବସବାସ ପାଇଁ ସଇଲଙ୍ଗ ଗାଁ ପାହାଡ ଠାରେ ନିର୍ମାଣ ଚାଲିଛି ବିଦ୍ୟାଧରପୁର କଲୋନୀ (Bidyadharpur College Village) ନାମକ ଅନ୍ୟ ଏକ ଗ୍ରାମ।

ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଯାଉଥିବା ବିଦ୍ୟାଧରପୁର ଗ୍ରାମରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକ (Bidyadharpur Tribal People) ବିଗତ ୬୦ ବର୍ଷ ହେବ ଏଠାରେ ଚାଷ ବାସ କରି ଚଳିଆସୁଥିଲେ। ଛେଳିଗଡ ପ୍ରକଳ୍ପ କାରଣରୁ କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କୁ ପରିବାର ପିଛା ପ୍ରାୟ ୮ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି। ହେଲେ ସେମାନଙ୍କ ଚାଷ ଜମି ବାବଦରେ ଉପଯୁକ୍ତ କ୍ଷତିପୁରଣ ମିଳୁନଥିବା କାରଣରୁ ଗ୍ରାମର ଅଧିକାଂଶ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। 

Also Read: ଏମିତି ହେଉଛି ସରକାରୀ ଯୋଜନାର ଲକ୍ଷ୍ୟ ପୂରଣ; ଶ୍ରମିକଙ୍କ ବଦଳରେ ପୋଖରୀ ଖୋଳୁଛି ଯନ୍ତ୍ର

ବିସ୍ଥାପିତ ହେବାକୁ ଯାଉଥିବା ବିଦ୍ୟାଧରପୁର ଗ୍ରାମବାସୀଙ୍କୁ ଥଇଥାନ ପାଇଁ ସେମାନଙ୍କ ସହମତିରେ ସାଢେ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ସଇଲଙ୍ଗ ମୌଜାର ଉପରି ଭାଗରେ ରହିଥିବା ୧୦ ଏକର ସମତଳ ଜମିରେ ୫୨ ପରିବାରଙ୍କ ଲାଗି ଘର ନିର୍ମାଣ କରାଯାଉଛି। କ୍ଷତିଗ୍ରସ୍ତ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ଶୈଳୀରେ ପୋଖରୀ, ପାନୀୟଜଳ, ବିଦ୍ୟୁତୀକରଣ, ପକ୍କାରାସ୍ତା ସହ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏହି କାର୍ଯ୍ୟ ପାଇଁ ବିଦ୍ୟାଧରପୁର ଗ୍ରାମବାସୀ ମଧ୍ୟ ବେଶ ଖୁସି ରହିଥିବା କହିଛନ୍ତି ଛେଳିଗଡ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ରନାଥ ମହାରଣା।

Also Read: ନଳକୂପ ଖନନକୁ ନେଇ ମୁହାଁମୁହିଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମବାସୀ

ଛେଳିଗ଼ଡ ଜଳସେଚନ ପ୍ରକଳ୍ପ ଦ୍ବାରା ନିର୍ମିତ ହେଉଥିବା ଜଳଭଣ୍ଡାର (Chheligada Reservoir) ଫଳରେ ୫ଟି ଆଦିବାସୀ ଗ୍ରାମ ଜଳମଗ୍ନ ହେବାକୁ ଯାଉଛି। ଯାହା ଦ୍ୱାରା ବିଲୀନ ହୋଇଯିବ ସେମାନଙ୍କ ଭିଟାମାଟି। ନବ ନିର୍ମିତ ବିଦ୍ୟାଧରପୁର କଲୋନୀ ଗ୍ରାମ ଆଦିବାସୀୀ ଲୋକଙ୍କ ଲାଗି କେତେ ଉପଯୋଗୀ ହୋଇପାରୁଛି ତାହା ଆଗାମୀ ଦିନରେ ଜଣାପଡି଼ବ।