ରାସ୍ତା ନା ଚାଷ ଜମି! ଏହି ରାସ୍ତାଟି ଚାଷ ଜମିର ଭ୍ରମ ସୃଷ୍ଟି କରୁଛି। ଆପଣ ସେହି ରାସ୍ତାରେ ଗଲେ ଭାବିବେ ଯେ ଆପଣ ଚାଷ ଜମିରେ ଯାଉଛନ୍ତି। ମାନେଶ୍ୱର ବ୍ଲକ ଧମା ଅଞ୍ଚଳରୁ ଚାରପାଲି ଗାଁର ଦୂରତା ପ୍ରାୟ ଚାରି କିଲୋମିଟର। ସମସ୍ତ ନିତିଦିନିଆ ଆବଶ୍ୟକୀୟ ସାମଗ୍ରୀ ପାଇଁ ଗ୍ରାମବାସୀ ଧମା ଉପରେ ନିର୍ଭର କରିଥାନ୍ତି।
Trending Photos
ସମ୍ବଲପୁର: ରାସ୍ତା ନିର୍ମାଣ ପାଇଁ ୨୦୧୭ ଭୋଟ ବର୍ଜନ କରିଥିଲେ ୨୦୨୨ରେ ମଧ୍ୟ ବର୍ଜନ କରିବେ। ଆଗକୁ ଆଗକୁ ଯାଇ ପାଞ୍ଚ ବର୍ଷ ବିତିଗଲା, ହେଲେ କାମ ଆଉ ଆଗକୁ ଯାଉନାହିଁ। ଅସୁବିଧା କେଉଁଠି ରହିଛି ତାହା ଭଗବାନଙ୍କୁ ଜଣା! ଏହେଉଛି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଧମା ଅଞ୍ଚଳର ଚାରପାଲି ଗାଁର ରାସ୍ତା ସମସ୍ୟା। ଠିକାଦାର ରାସ୍ତା ମରାମତି କରିବା ବଦଳରେ କେବଳ ମାଟି ପକାଉଛି। ଯାହା ସମସ୍ତଙ୍କୁ ଜଳଜଳ ହେଇ ଦେଖାଯାଉଛି।
ରାସ୍ତା ନା ଚାଷ ଜମି! ଏହି ରାସ୍ତାଟି ଚାଷ ଜମିର ଭ୍ରମ ସୃଷ୍ଟି କରୁଛି। ଆପଣ ସେହି ରାସ୍ତାରେ ଗଲେ ଭାବିବେ ଯେ ଆପଣ ଚାଷ ଜମିରେ ଯାଉଛନ୍ତି। ମାନେଶ୍ୱର ବ୍ଲକ ଧମା ଅଞ୍ଚଳରୁ ଚାରପାଲି ଗାଁର ଦୂରତା ପ୍ରାୟ ଚାରି କିଲୋମିଟର। ସମସ୍ତ ନିତିଦିନିଆ ଆବଶ୍ୟକୀୟ ସାମଗ୍ରୀ ପାଇଁ ଗ୍ରାମବାସୀ ଧମା ଉପରେ ନିର୍ଭର କରିଥାନ୍ତି। ଦିନକୁ ସମସ୍ତଙ୍କର ଦୁଇ ତିନି ଥର ଏହି ରାସ୍ତା ଦେଇ ଯିବା ଆସିବା ଲାଗିଥାଏ। କିନ୍ତୁ ରାସ୍ତାଟି ଗତ ପାଞ୍ଚ ବର୍ଷ ହେବ ବିଲ ପାଲଟିଛି। ଫଳରେ ସ୍ୱାସ୍ଥ୍ୟ ସମସ୍ୟା ବା ପ୍ରସୂତିଙ୍କୁ ଜରୁରୀକାଳୀନ ସେବା ପାଇଁ ଆମୁଲାନ୍ସ ମଧ୍ୟ ଏହି ଗାଁକୁ ପସିପାରେ ନାହିଁ।
Also Read: ଜରାଜୀର୍ଣ୍ଣ ଅବସ୍ଥାରେ ଲାଜପତ ରାୟ ଆଇନ ମହାବିଦ୍ୟାଳୟ, କୁଳପତି ମାନୁନାହାନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶ
ଜଣେ ଯଦି ଥରେ ଧମା ଅଞ୍ଚଳରୁ ଚାରପାଲି ରାସ୍ତାରେ ଯାଏ ତା ହେଲେ ତାକୁ ନାକେଦାମ ହେବାକୁ ପଡିଥାଏ। ଅସରାଏ ବର୍ଷା ହେଲେ ଦୁଇ ଚକିଆ ଯାନ ଏହି ରାସ୍ତାରେ ଅଟକି ଯାଏ। ଚାରପାଲି ହେଉଛି ସମ୍ବଲପୁରୀ ବୁଣାକାରଙ୍କର ଗାଁ। ଅଶୋଚନୀୟ ରାସ୍ତ ପାଇଁ ଏମାନେ ନା ତାଙ୍କର ବୁଣା କପଡା କିଣାବିକା ପାଇଁ ଯାଇ ପାରୁଛନ୍ତି ନା ଆସିପାରୁଛନ୍ତି। ବର୍ତ୍ତମାନ ଏହି ରାସ୍ତା ପାଇଁ ଗାଁକୁ କେହି ବରଘର ମଧ୍ୟ ଆସୁନଥିବାର ଅଭିଯୋଗ ହୋଇଛି।
କାଦୁଅ ପଚ ପଚ ରାସ୍ତା ପାଇଁ ପିଲା ସ୍କୁଲ-କଲେଜ ମଧ୍ୟ ଠିକ ସମୟରେ ପହଂଚି ପାରୁନଥିବାର ଅଭିଯୋଗ ହୋଇଛି। ଘଣ୍ଟାଏ ପୂର୍ବରୁ ଘରୁ ସ୍କୁଲ-କଲେଜ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ଘରୁ ବାହାରିବାକୁ ପଡୁଛି। ରାସ୍ତା ଖରାପ ହୋଇଥିବା କାରଣରୁ ଛାତ୍ରଛାତ୍ରୀ ଦୁର୍ଘଟଣାର ମଧ୍ୟ ଶିକାର ହେଉଛନ୍ତି। କିଏ ଠିକ ସମୟରେ ଫର୍ମ ଫିଲପ କରି ପାରୁ ନାହାନ୍ତି ତ କିଏ ଠିକ ସମୟରେ ସ୍କୁଲକୁ ପହଂଚି ପାରୁନାହାନ୍ତି। ବାରମ୍ବାର ସମସ୍ତ ସରକାରୀ ଅଧିକାରୀ ନେତା ମନ୍ତ୍ରୀଙ୍କ ପାଖକୁ ଗ୍ରାମବାସୀ ଦଉଡି ଦଉଡି ନୟାନ୍ତ ହେଲେଣି। ତୁରନ୍ତ ସରକାର ତାଙ୍କର ରାସ୍ତା ନିର୍ମାଣ କରନ୍ତୁ ନଚେତ ଭୋଟ ବର୍ଜନ ହେବ ବୋଲି ସାଧାରଣରେ ଦାବି ହୋଇଛି।